ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କଂଗ୍ରେସ ନେତା: ରାହୁଲ ଗାନ୍ଧିଙ୍କ ବିରୋଧରେ ଆଲୋଚନା କରି ଅଭିଯୋଗ କରିଛନ୍ତି କି, ରାହୁଲ ଜଣେ ବିରୋଧୀ ଭଳି ନୁହେଁ ଜଣେ ବାଉନସର ଭଳି ବ୍ୟବହାର କରିଥିଲେ। ଯାହାକୁ ଦେଖି ମୁଁ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇଥିଲି।
ଅଧିକପଢ଼ନ୍ତୁ:ଏବେ ଭାରତୀୟ କ୍ରିକେଟର ନୂଆ କିଙ୍ଗ ହେଉଛନ୍ତି ଏହି କ୍ରିକେଟର
ସାଂସଦ ଷଡ଼ଙ୍ଗୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ପୂର୍ବ ଅପେକ୍ଷା ମୁଁ ଠିକ ଅଛି। ଗତ ଡିସେମ୍ବର ୨୮ ତାରିଖରେ ମୋତେ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି। ମୋତେ ଏବେ ସମ୍ପୂର୍ଣ୍ଣ ଭାବେ ସର୍ତ୍ତକ ରହିବାକୁ ପଡ଼ିବ। କାରଣ ମୋ ମୁଣ୍ଡରେ ପଡ଼ିଥିବା ଷ୍ଟିଜ ଏପର୍ଯ୍ୟନ୍ତ ଠିକ ହୋଇନାହିଁ।
ଅଧିକପଢ଼ନ୍ତୁ:‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
ଉଲ୍ଲେଖଯୋଗ୍ୟ, ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଦେଇଥିଲେ । ରାହୁଲଙ୍କ ଧକ୍କାରେ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯାଇଥିଲେ। ଫଳରେ ଭାରସାମ୍ୟ ରକ୍ଷା କରି ନପାରି ପ୍ରତାପ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।