Donald Trump Insults Modi: ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଭୟ କରନ୍ତି ସେଥିପାଇଁ ଆଜିଯାଏଁ ଚୁପ ଅଛନ୍ତି: ରାହୁଲ ଗାନ୍ଧୀ

୧୯୭୧ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀ ସ୍ପଷ୍ଟ ଭାବରେ ଆମେରିକା ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଆମେ ଆପଣଙ୍କୁ ଭୟ କରୁନାହୁଁ। ପ୍ରଧାନମନ୍ତ୍ରୀମାନେ ଏହିପରି ହେବ ଉଚିତ। ମୋଦୀ କାହିଁକି ଟ୍ରମ୍ପଙ୍କ କଥାରେ ଆଜି ଯାଏଁ ଚୁପ ଅଛନ୍ତି।

f2ad3e9d-0032-49c8-b8fd-fc7be2a70d05

rahul-gandhi-says-donald-trump-insults-pm-modi Photograph: (@times of india)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦକ୍ଷିଣ କୋରିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଭୟ କରନ୍ତି: ରାହୁଲ

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଦାବିକୁ ନେଇ ବିହାରର ଦରଭଙ୍ଗାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଭୟ କରନ୍ତି। ଟ୍ରମ୍ପ ବିଭିନ୍ନ ଦେଶରେ ଭିନ୍ନଭିନ୍ନ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରୁଛନ୍ତି। ମୋଦୀଙ୍କୁ ଭୟ ଦେଖାଇ ଟ୍ରମ୍ପ ଅପରେସନ ସିନ୍ଦୂର ବନ୍ଦ କରାଇଥିଲେ। 

ଅଧିକପଢ଼ନ୍ତୁ:ଘରୁ ଶାଶୁଙ୍କୁ ତଡି ପିଲାର କଷ୍ଟଡି ପିତାଙ୍କୁ ଦିଆଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ଟ୍ରମ୍ପ ଦାବି କରିଛନ୍ତି କି ସାତଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଛି। ଇତିମଧ୍ୟରେ ସେ ୫୦ ଥର ଦାବି କରି କହିସାରିଲେଣି କି ନରେନ୍ଦ୍ର ମୋଦୀଙ୍କୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ ସେ ଭୟ ଦେଖାଇଥିଲେ। ଏ ପ୍ରସଙ୍ଗରେ ଏଯାବତ ମୋଦୀ ଗୋଟିଏ ବି ଶବ୍ଦ ପ୍ରକାଶ କରି ନାହାନ୍ତି। କାରଣ ମୋଦୀଙ୍କ ପାଖରେ ଏପ୍ରସଙ୍ଗରେ କହିବାର ସାହସ ନାହିଁ। ମୁଁ ଦାବିର ସହ କହିବି ଏପରି ବ୍ୟକ୍ତି କେବେ ବିହାରରେ ବିକାଶ ଆଣିପାରିବେ ନାହିଁ।

ମୋଦୀ କାହିଁକି କହୁନାହାନ୍ତି ଟ୍ରମ୍ପ ଯାହା କହୁଛନ୍ତି ତାହା ମିଛ

୧୯୭୧ ଯୁଦ୍ଧ ସମୟରେ ଇନ୍ଦିରା ଗାନ୍ଧୀ ସ୍ପଷ୍ଟ ଭାବରେ ଆମେରିକା ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ଆମେ ଆପଣଙ୍କୁ ଭୟ କରୁନାହୁଁ। ପ୍ରଧାନମନ୍ତ୍ରୀମାନେ ଏହିପରି ହେବ ଉଚିତ। ଟ୍ରମ୍ପ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ ଥର ଅପରେସନ କହିସାରିଲେଣି ସେ ସିନ୍ଦୂରକୁ ବନ୍ଦ କରିଛନ୍ତି। ଏଥିସହିତ କ୍ରମାଗତ ଭାବେ ଆମର ସେନା ଏବଂ ଆମର ବାୟୁସେନାଙ୍କୁ ନିଚା ଦେଖାଇଲା ଭଳି ବୟାନ ଦେଉଛନ୍ତି । କିନ୍ତୁ ଆମର ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହା କହିବାର ସାହସ ନାହିଁ ଯେ ଟ୍ରମ୍ପ ଯାହା କହୁଛନ୍ତି ତାହା ମିଛ।’

ଅଧିକପଢ଼ନ୍ତୁ:ନବନିର୍ମିତ ଇସ୍କନ ମନ୍ଦିରରୁ ବାହାରିଲା ବିରାଟ ଅଜଗର: ଭୟରେ ସ୍ଥାନୀୟବାସିନ୍ଦା ଓ ଭକ୍ତ

Nrendra Modi donald- trump Rahul Gandhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe