Engineering student dies: 'କ୍ଷମା କରିଦେବ ମମି ପାପା'; ଏଭଳି ଲେଖି ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଯୁବତୀ

Advertisment

ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଯୁବତୀ। ମାତାପିତାଙ୍କୁ କ୍ଷମା ମାଗି ଯୁବତୀ ଏତେ ବଡ଼ ପଦକ୍ଷେପ ନେଇଥିବା ଜଣାଯାଇଛି। ମୃତକଙ୍କ ନାମ ପ୍ରିନ୍ସି କୁମାରୀ ବୋଲି ଜଣାପଡ଼ିଥିବା ବେଳେ ସେ ଶନିବାର ରହୁଥିବା ହଷ୍ଟେଲରେ ଜୀବନ ହାରିଥିଲେ।

ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଯୁବତୀ। ମାତାପିତାଙ୍କୁ କ୍ଷମା ମାଗି ଯୁବତୀ ଏତେ ବଡ଼ ପଦକ୍ଷେପ ନେଇଥିବା ଜଣାଯାଇଛି। ମୃତକଙ୍କ ନାମ ପ୍ରିନ୍ସି କୁମାରୀ ବୋଲି ଜଣାପଡ଼ିଥିବା ବେଳେ ସେ ଶନିବାର ରହୁଥିବା ହଷ୍ଟେଲରେ ଜୀବନ ହାରିଥିଲେ।

Engineering student

Engineering student dies Photograph: (sambad.in)

ରାଇଗଡ଼(ଛତିଶଗଡ଼): ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଯୁବତୀ। ମାତାପିତାଙ୍କୁ କ୍ଷମା ମାଗି ଯୁବତୀ ଏତେ ବଡ଼ ପଦକ୍ଷେପ ନେଇଥିବା ଜଣାଯାଇଛି। ମୃତକଙ୍କ ନାମ ପ୍ରିନ୍ସି କୁମାରୀ ବୋଲି ଜଣାପଡ଼ିଥିବା ବେଳେ ସେ ଶନିବାର ରହୁଥିବା ହଷ୍ଟେଲରେ ଜୀବନ ହାରିଥିଲେ। ସୁଇସାଇଡ୍ ନୋଟ୍‌ରେ ପ୍ରିନ୍ସି ଜୀବନ ହାରିବା ପଛର କାରଣ ପରୀକ୍ଷାର ଚାପ ବୋଲି ଲେଖିଥିବା ବେଳେ ପ୍ରକୃତ କା‌ରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

କାରଣ ଖୋଜୁଛି ପୁଲିସ

ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ରେ ଥିବା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ ପ୍ରିନ୍ସି। କମ୍ପ୍ୟୁଟର ସାଇନ୍ସରେ ସେ ବି.ଟେକ୍ କରୁଥିଲେ ଏବଂ ପୁଞ୍ଜିପଥ୍ରା ନିକଟରେ ଥିବା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିଲେ। ପୁଲିସର କହିବା ଅନୁଯାୟୀ, ଛାତ୍ରୀ ଜଣକ ଶନିବାର ରାତିରେ ତାଙ୍କ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରିବାର ଲୋକେ ବାରମ୍ବାର କଲ୍‌ କରିଥିଲେ ବି ଉଠାଇନଥିଲେ ପ୍ରିନ୍ସି। ଏହା ପରେ ପରିବାର ଲୋକେ ହଷ୍ଟେଲ ୱାର୍ଡେନଙ୍କ ସହ ଯୋଗାଯୋଗ କରିଥିଲେ। ୱାର୍ଡେନ ରୁମରେ ପହଞ୍ଚିବା ପରେ ପ୍ରିନ୍ସି ଜୀବନ ହାରିଦେଇଥିବା ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ଥିଲା ପରୀକ୍ଷାର ଚାପ

ପ୍ରାରମ୍ଭିକ ସୂଚନା ଅନୁଯାୟୀ ଛାତ୍ରୀଜଣକ ପାଠପଢ଼ା ଓ ପରୀକ୍ଷାକୁ ନେଇ ଚାପରେ ଥିଲେ। କାରଣ ପ୍ରଥମ ବର୍ଷରେ ଫେଲ୍ ହୋଇଥିବା ବିଷୟର ପରୀକ୍ଷା ସହ ତାଙ୍କୁ ଦ୍ୱିତୀୟ ବର୍ଷର ପରୀକ୍ଷା ଦେବାର ଥିଲା। ପୁଲିସକୁ ତାଙ୍କ ରୁମ୍‌ରୁ  ଏକ ସୁଇସାଇଡ ନୋଟ୍ ମିଳିଛି, ଯେଉଁଥିରେ ସେ ପରୀକ୍ଷାର ଚାପ ବିଷୟରେ ଲେଖିଛନ୍ତି। 

କ୍ଷମା କରିଦେବ ମମି ପାପା

ସୁଇସାଇଡ ନୋଟ୍‌ରେ ସେ ଲେଖିଥିଲେ ଯେ, ‘କ୍ଷମା କରିଦେବ ମମି ପାପା, ମୁଁ ତୁମର ଆଶା ପୂରଣ କରିପାରିଲି ନାହିଁ।’ ଏଭଳି ଲେଖିବା ସହ ମାତାପିତା ତାଙ୍କ ପାଠପଢ଼ା ପାଇଁ କରିଥିବା ଖର୍ଚ୍ଚ ପାଇଁ ମଧ୍ୟ ସେ ଦୁଃଖପ୍ରକାଶ କରିଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ, ପ୍ରିନ୍ସି ପ୍ରଥମ ସେମିଷ୍ଟାରରେ ପାଞ୍ଚଟି ବିଷୟରେ ଫେଲ୍ ହୋଇଥିଲେ। ଏଥିପାଇଁ ତାଙ୍କୁ ଆଉ ଥରେ ପରୀକ୍ଷ‌ା ଦେବାର ଥିଲା। 

ଆହୁରି ପଢ଼ନ୍ତୁ: Babu Singh: ବାଦଲ ଭାଇଙ୍କ ଲୋକ କଲ୍ୟାଣ କାର୍ଯ୍ୟ ସ୍ମରଣୀୟ ରହିବ: ବାବୁ ସିଂ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe