ନୂଆଦିଲ୍ଲୀ: ରେଳ ପ୍ଲାଟଫର୍ମମାନଙ୍କରେ ଅଯଥା  ଭିଡ଼ ନହେବା ପାଇଁ ଆରପିଏଫ ଯବାନମାନେ ସର୍ବଦା କଡ଼ା ନଜର ରଖିଥାଆନ୍ତି। 

Advertisment

ଏହି କ୍ରମରେ ଦେଖିବାକୁ ଗଲେ ଦିଲ୍ଲୀର ଆଜାଦପୁର ରେଳ ଷ୍ଟେସନର ପ୍ଲାଟଫର୍ମ ପାର୍ଶ୍ବରେ ଦୀର୍ଘବର୍ଷ ହେବ ଅନେକ ପରିବାର ଘର କରି ରହିଛନ୍ତି। ଆପଣମାନେ ଏ ଦୃଶ୍ୟ ଦେଖି ପ୍ରଶ୍ନ କରିପାରିବେ ରେଳବାଇ କ’ଣ ଏମାନଙ୍କୁ ଉଚ୍ଛେଦ ପାଇଁ କିଛି ପ୍ରୟାସ କରିନାହିଁ। 

ଆଜାଦପୁର ରେଳ ଷ୍ଟେସନର ପ୍ଲାଟଫର୍ମ ପାର୍ଶ୍ବରେ ଗଢ଼ି ଉଠିଛି ଅନେକ ବସ୍ତି

ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ରେଳ ପ୍ରଶାସନ ପ୍ଲାଟଫର୍ମ ପାର୍ଶ୍ବରୁ ଏସବୁ ବସ୍ତିକୁ ଉଚ୍ଛେଦ ପାଇଁ ଅନେକ ପ୍ରାୟ କରିଛି କିନ୍ତୁ ବସ୍ତି ବାସ୍ତିନ୍ଦା ସ୍ଥାନ ଛାଡିବାକୁ ରାଜି ନୁହଁନ୍ତି। ରେଳ ପ୍ରଶାସନ ଅନେକଥର ପ୍ଲାଟଫର୍ମପାର୍ଶ୍ବରୁ ଉକ୍ତ ବସ୍ତିଗୁଡ଼ିକୁ ଉଚ୍ଛେଦ କରିଛି। ଏଥିସହ ପୁର୍ନଃବାର ବସ୍ତି ନିର୍ମାଣ ନକରିବାକୁ ବାସିନ୍ଦାମାନଙ୍କୁ ଚେତାବନୀ ବି ଦେଇଛି। କିନ୍ତୁ କିଛିଦିନ ଗଲା ପରେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା।

ବସ୍ତିବାସିନ୍ଦାଙ୍କୁ ଯଦି କାହିଁକି ଏ ସ୍ଥାନ ଛାଡ଼ି ଯାଉ ନାହଁ ତାହାର କାରଣ ପଚରାଯାଏ ତେବେ ସେମାନେ କୁହନ୍ତି,  ‘ଆମକୁ କାହାରି କଥା ଶୁଣିବାର ନାହିଁ। ଆମେ ଏହିଠାରେ ଦୀର୍ଘବର୍ଷ  ଧରି ସ୍ତ୍ରୀ, ପିଲାଛୁଆ ଓ ପରିବାର ସହିତ ବସବାସ କରି ଆସୁଛୁ। ଆମେ ଏ ସ୍ଥାନ ଛାଡ଼ି କଦାପି ଯିବୁ ନାହିଁ।’

ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ବସ୍ତି ବାସିନ୍ଦା ଉକ୍ତ ପ୍ଲାଟଫର୍ମରେ ସେମାନଙ୍କ ଜୀବନଚର୍ଯ୍ୟା ଜାରି ରଖିଥାଆନ୍ତି। ପ୍ଲାଟଫର୍ମରେ ବସ୍ତିବାସିନ୍ଦା ଏଭଳି ଜୀବନଯାପନ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ରାଜଧାନୀ ଦିଲ୍ଲୀର ଯଦି ଏ ଅବସ୍ଥା ତେବେ ଅନ୍ୟ ସହରଗୁଡ଼ିକର ଅବସ୍ଥା କ'ଣ ହେବ?  

ଅଧିକପଢ଼ନ୍ତୁ:ଶଙ୍ଖ ଫୁଙ୍କିଲେ ଦୂର ହେବ ଏହି ରୋଗ… ଜାଣନ୍ତୁ ଶଙ୍ଖ ବଜାଇବା ଦ୍ବାରା ଶରୀରକୁ ମିଳେ କେଉଁ ଫାଇଦା ?

ଅଧିକପଢ଼ନ୍ତୁ:କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ