ନୂଆଦିଲ୍ଲୀ: ଦିଲ୍ଲୀର ଭିଡଭରା ରେଳ ଷ୍ଟେସନରେ ଲୋକମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଟ୍ରେନରେ ଚଢ଼ୁଥିଲେ। ଏହିସମୟରେ ବିହାରର ଛାପରାରୁ ଜଣେ ଗର୍ଭବତୀ ମହିଳା ଟ୍ରେନରୁ ଓହ୍ଲାଇ ଏକ ପ୍ଲାଟଫର୍ମ ବେଞ୍ଚରେ ବସିଥିଲେ। ତାଙ୍କ ସ୍ୱାମୀ ଚା ଏବଂ ଖାଦ୍ୟ କିଣିବା ପାଇଁ ଏକ ଦୋକାନକୁ ଯାଇଥିଲେ। ସେହି ସମୟରେ ସେ ହଠାତ୍ ପ୍ରବଳ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ମହିଳାଙ୍କ ଏହି ଯନ୍ତ୍ରଣା ଦେଖି ସାଙ୍ଗରେ ଆସିଥିବା ସ୍ୱାମୀ ଭୟଭୀତ ହୋଇଯାଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଆରପିଏଫ୍ କର୍ମଚାରୀ ଏବଂ ନିକଟସ୍ଥ ଯାତ୍ରୀମାନେ ତାଙ୍କୁ ସହାୟତା କରିବାକୁ ଦୌଡ଼ି ଆସିଥିଲେ।
ଶେଷରେ ସମସ୍ତଙ୍କ ଅଦମ୍ୟ ସାହାସ ରଙ୍ଗ ଆଣିଥିଲା। ମହିଳା ଜଣଙ୍କ ବିନା ଦ୍ବିଧାରେ ଘଟଣାସ୍ଥଳରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହି କଥା ଜଣାପଡିବା ପରେ ଲୋକମାନେ ଆରପିଏଫ୍ କର୍ମଚାରୀ ଅମିତ କୁମାରୀଙ୍କ ସାହାସକୁ ବେଶ୍ ପ୍ରଶଂସା କରିଛନ୍ତି ।
ଆହୁରି ପଢ଼ନ୍ତୁ:Indian Billionaire Yusuff Ali: ଭାରତୀୟ କୋଟିପତି ଦୁବାଇରେ ବସ୍ରେ ଯାତ୍ରା କଲେ: ଡ୍ରାଇଭରଙ୍କୁ ପଚାରିଲେ କେମିତି ଅଛ?
କଣ କହିଛନ୍ତି ଆରପିଏଫ୍ କର୍ମଚାରୀ
ଆରପିଏଫ କର୍ମଚାରୀ ଅମିତ କୁମାରୀ ଜଣେ ମହିଳା କନେଷ୍ଟବଳ ଭାବରେ ପାହାଡଗଞ୍ଜ ପୋଲିସ ଷ୍ଟେସନରେ କାମ କରନ୍ତି। ସେ ବୁଧବାର ଦିନ ଡ୍ୟୁଟିକୁ ଯାଉଥିବା ସମୟରେ ଏସଏଚଓ ପକ୍ଷରୁ ଜାଣିବାକୁ ପାଇଲେ ଯେ, ନୂଆଦିଲ୍ଲୀରେ ଜଣେ ମହିଳା ପ୍ରବଳ ପେଟ ଜନିତ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି। ସେ ଯେତେବଳେ ଘଟଣା ସ୍ଥଳକୁ ଯାଇଥିଲେ ମହିଳା ଜଣଙ୍କ ପ୍ରସବ ଜନିତ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ବୋଲି ଜାଣିବାକୁ ପାଇଥିଲେ। ତେବେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ବିହାରର ଛାପରାରୁ ଦିଲ୍ଲୀକୁ ଡାକ୍ତରୀ ସହାୟତା ପାଇଁ ଯାତାୟତ କରୁଥିବା ସମୟରେ ବାଟରେ ଏପରି ହୋଇଥିବାର ସେ ଜାଣିବାକୁ ପାଇଥିଲେ।
ପିସିଆରକୁ ଫୋନ୍ ଆସିଥିଲା
ରେଳ ଷ୍ଟେସନରେ ମହିଳା ଜଣଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ,ତାଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଜରୁରୀ କାଗଜପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣିବା ପାଇଁ ରେଳ ଷ୍ଟେସନ ଯାଇଥିଲେ। ଷ୍ଟେସନରେ ଥିବା ମହିଳାମାନେ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଭୟଭୀତ ହୋଇ ପିସିଆରକୁ ଫୋନ୍ କରିଥିଲେ। ପରେ ମହିଳା ଯାତ୍ରୀ ଏବଂ ମହିଳା ରେଳ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ଗେଟ୍ ନମ୍ବର ୨ ପାଖରେ ଥିବା ଏକ ପ୍ରତୀକ୍ଷା ଗୃହକୁ ନେଇଯାଇଥିଲେ ।ମହିଳାଙ୍କ ଅବସ୍ଥା ଖରାପ ଥିବାରୁ ସେମାନେ ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ଅବିଳମ୍ବେ ପାରମ୍ପରିକ ପଦ୍ଧତିରେ ଶିଶୁ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ପ୍ରସବ ସମୟରେ ମହିଳା ଜଣଙ୍କ ଖୁବ୍ ଡରିଯାଇଥିଲେ। ଆରପିଏଫ୍ କର୍ମଚାରୀଙ୍କ ସହ ପାଖରେ ଥିବା କିଛି ବୟସ୍କ ମହିଳା ଯାତ୍ରୀ ମାନେ ତାଙ୍କର ପ୍ରସବ ଭଲରେ ହେବା ପାଇଁ ସାହାର୍ଯ୍ୟ କରିଥିଲେ।
ଆହୁରି ପଢ଼ନ୍ତୁ:Virat Kohli Return India: ଫୁଟବଲ୍ ସମ୍ରାଟଙ୍କୁ ଭେଟିବେ କ୍ରିକେଟ୍ କିଙ୍ଗ୍!:ଲଣ୍ଡନରୁ ଭାରତ ଫେରିଲେ ବିରାଟ
ମାଆ ଏବଂ ପିଲା ଉଭୟ ସୁସ୍ଥ
ଏତେ ଲୋକେ ସହାୟତା କରିବା ପରେ, ପ୍ରସବ ସଫଳ ହୋଇଥିଲା। ସମସ୍ତଙ୍କ ମୁହଁରେ ଏକ ଅନନ୍ୟ ଆନନ୍ଦ ଖେଳିଯାଇଥିଲା। ମହିଳା ଜଣକ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରସବ ସରିବା ସଙ୍ଗେସଙ୍ଗେ ଡିସିପି ନିଧିନ ଭାଲସନ ର ତତ୍ତ୍ବାବଧାନରେ ମା ଏବଂ ନବଜାତ ଶିଶୁଙ୍କୁ ଲେଡି ହାର୍ଡିଞ୍ଜ ହସ୍ପିଟାଲକୁ ନିଆଯାଇଥିଲା। ଏବେ ଉଭୟ ମା ଏବଂଛୁଆ ଠିକ ଥିବା ମହିଳାଙ୍କ ସ୍ବାମୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/13/railway-station-turned-into-hospital-2025-12-13-21-08-06.jpg)