ମୁମ୍ବାଇ: ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାନ ସେନା (ଏମ୍ଏନ୍ଏସ୍) ଏବଂ ବିଜେପି ମଧ୍ୟରେ କୌଣସି ଗୁପ୍ତ ଚୁକ୍ତି ହୋଇଥିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଗୁପ୍ତ ଆଲୋଚନା ହୋଇଥିବା କୁହାଯାଉଛି।ଏହାର କାରଣ ହେଉଛି ଯେଉଁଠାରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରୁଛି ସେହି ଆସନରେ ଏମ୍ଏନ୍ଏସ୍ ପ୍ରାର୍ଥୀ ଦେଇନାହିଁ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆସନରେ ଏମ୍ଏନ୍ଏସ୍ ନିଜର ପ୍ରାର୍ଥୀ ଦେଇଛି।
କଳ୍ପନାଜଳ୍ପନା କରାଯାଉଛି ବିଜେପି ଏମ୍ଏନ୍ଏସ୍କୁ ମଜବୁତ କରିବାକୁ ଚାହୁଁଛି ଯାହା ଦ୍ବାରା ସିନ୍ଦେ ନିୟନ୍ତ୍ରଣ ହୋଇପାରିବ। ବିଶେଷକରି ଠାଣେ ଏବଂ ମୁମ୍ବାଇରେ, ଯେଉଁଠାରେ ସିନ୍ଦେଙ୍କର ଶିବସେନାର ଏକ ଦୃଢ଼ ଆଧାର ରହିଛି ସେଠାରେ ଏଭଳି କରାଯାଇଛି। ଯଦି ସିନ୍ଦେଙ୍କ ପ୍ରାର୍ଥୀ ଏହି ଅଞ୍ଚଳରେ କ୍ଷତି ସହୁଛନ୍ତି, ତେବେ ଶକ୍ତି ସନ୍ତୁଳନ ବଦଳିପାରେ। ସୋମବାର ନାମାଙ୍କନ ପ୍ରତ୍ୟାହାର ପରେ ନିର୍ବାଚନ ଚିତ୍ର ସ୍ପଷ୍ଟ ହୋଇଛି।
ମୁମ୍ବାଇର ୩୬ଟି ସିଟ୍ ମଧ୍ୟରୁ ଏମ୍ଏନ୍ଏସ୍ ୨୫ଟି ଆସନରେ ପ୍ରାର୍ଥୀ ଦେଇଛି। ମହାୟୁତି ଅନ୍ତର୍ଗତ ବିଜେପି ୧୦ଟି ଆସନରେ ଏବଂ ଶିବସେନା ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ରାହୁଲ ନାର୍ଭେକର, ମଙ୍ଗଲପ୍ରଭାତ ଲୋଡା, ଆଶିଷ ଶେଲାର, ମିହିର କୋଟେଚା ଏବଂ ଅନ୍ୟମାନଙ୍କ ପରି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନିକଟତମ ବିବେଚିତ ବିଜେପି ନେତାଙ୍କ ବିରୋଧରେ ରାଜ ଠାକରେ ପ୍ରାର୍ଥୀ ନେଇ ନାହାନ୍ତି।
ଅଧିକ ପଢ଼ନ୍ତୁ: ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ: ରିଜିଜୁଙ୍କ ସୂଚନା
ଅନ୍ୟପକ୍ଷରେ, ରାଜ ଠାକରେ ଏକନାଥ ସିନ୍ଦେଙ୍କ ପ୍ରାର୍ଥରଙ୍କ ବିରୋଧରେ ଅଧିକାଂଶ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଯେପରିକି ୱର୍ଲିର ମିଲିନ୍ଦ ଦେଓରା, ମହୀମରୁ ସାଦା ସରବଣାକର ଏବଂ ଅନ୍ୟାନ୍ୟ ନେତାଙ୍କୁ ପ୍ରାର୍ଥୀ କରାଯାଇଛି। ବିଶେଷ କଥା ହେଉଛି ଯେ ବିଜେପି ସହ ଜଡିତ ଥିବା ଏବଂ ସିନ୍ଦେ ସେନାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାଇନା ଏନସି ବିରୋଧରେ ଏମ୍ଏନ୍ଏସ୍ କୌଣସି ପ୍ରାର୍ଥୀ ଦେଇନାହିଁ।
ଏହା ବ୍ୟତୀତ ଏମ୍ଏନ୍ଏସ୍ ପୂର୍ବତନ ବିଜେପି ନେତା ମୁର୍ଜି ପଟେଲଙ୍କ ବିରୋଧରେ କୌଣସି ପ୍ରାର୍ଥୀ ମଧ୍ୟ ଦେଇନାହିଁ। ସେ ବର୍ତ୍ତମାନ ସିନ୍ଦେ ସେନାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ରାଜ ଠାକରେ ଏବଂ ବିଜେପି ମଧ୍ୟରେ ହୋଇଥିବା ଗୁପ୍ତ ଚୁକ୍ତିକୁ ନେଇ ଆଲୋଚନା ତୀବ୍ର କରିଛି। ରାଜ ଠାକରେ ତାଙ୍କ ଭାଷଣରେ ସିନ୍ଦେଙ୍କୁ ଆକ୍ରମଣ କରୁଛନ୍ତି, କିନ୍ତୁ ସିଧାସଳଖ ବିଜେପିକୁ ଟାର୍ଗେଟ କରୁନାହାନ୍ତି, ଯାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।
ଅଧିକ ପଢ଼ନ୍ତୁ: ହିନ୍ଦୁ-ଶିଖଙ୍କୁ ବିଭାଜନ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଖଲିସ୍ତାନୀ: ଭାରତୀୟ ମୂଳ ରାଜନେତାଙ୍କ ଦାବି