ଗୁଆହାଟୀ: ଆସାମର ହୋଜାଇ ଜିଲ୍ଲାରେ ଶନିବାର ଭୋର ସମୟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ହାତୀପଲକୁ ଧକ୍କା ଦେବାରୁ ୮ ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ହାତୀ ଆହତ ହୋଇଛି। ଟ୍ରେନର ପାଞ୍ଚଟି ବଗି ମଧ୍ୟ ଲାଇନ୍‌ଚ୍ୟୁତ ହୋଇଛି। ତେବେ ଏଯାବତ୍ ଅନ୍ୟ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନ୍ଏଫ୍ ରେଲ୍‌ୱେ) ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ଶନିବାର ରାତି ପ୍ରାୟ ୨ଟା ୧୫ ସମୟରେ ହଠାତ୍ ପ୍ରାୟ ୧୦୦ ହାତୀଙ୍କ ପଲ ରାଜଧାନୀ ଏକ୍ସପ୍ରେସ୍ ସାମନାକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଲୋକୋ ପାଇଲଟ୍ ପରିସ୍ଥିତିକୁ ଦେଖି ଜରୁରିକାଳୀନ ବ୍ରେକ୍ ଲଗାଇଥିଲେ। ତଥାପି କିଛି ହାତୀଙ୍କ ସହ ଧକ୍କା ହେବାରୁ ସେ ଟ୍ରେନକୁ ନିୟନ୍ତ୍ରଣ କରି ପାରି ନଥିଲେ।

Advertisment

Wildlife corridor blocked: ବନ୍ୟପ୍ରାଣୀ କରିଡର୍‌ ଅବରୋଧ ଦେଖି ଚୁପ୍‌ ରହିବେନି ନ୍ୟାୟାଳୟ

ଏନ୍‌ଏଫ୍‌ ରେଳବାଇର ଲୁମଡିଙ୍ଗ ଡିଭିଜନ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏନ୍‌ଏଫ୍‌ ରେଲୱେର ଜେନେରାଲ ମ୍ୟାନେଜର, ଲୁମଡିଙ୍ଗର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ତତ୍ତ୍ୱାବଧାନରେ ପ୍ରଭାବିତ ଯାତ୍ରୀମାନଙ୍କୁ ଅନ୍ୟ କୋଚ୍‌ରେ ଉପଲବ୍ଧ ଖାଲି ବର୍ଥରେ ଅସ୍ଥାୟୀ ଭାବରେ ରଖାଯାଇଥିଲା। କିଛି ସମୟ ଅଟକିବା ପରେ ଟ୍ରେନଟି ସକାଳ ପ୍ରାୟ ୬ଟା ୧୫ ସମୟରେ ଗୁଆହାଟୀ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। କଂଗ୍ରେସ ସାଂସଦ ଗୌରବ ଗୋଗୋଇ ରାଜ୍ୟରେ ୮ଟି ହାତୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଏହି ଖବର ସେୟାର କରି ସାଂସଦ ହିମନ୍ତ ବିଶ୍ୱ ଶର୍ମା ସରକାରଙ୍କ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ହାତୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ତୁରନ୍ତ ଶେଷ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

University: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ... ଅତିଥି ଅଧ୍ୟାପିକା, ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ