Ram Janmabhoomi Mandir Photograph: (sambad.in)
ଅଯୋଧ୍ୟା: ଆସନ୍ତାକାଲି ଶ୍ରୀରାମ ମନ୍ଦିର (ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର)ରେ ଧ୍ବଜାରୋହଣ ଉତ୍ସବ । ମନ୍ଦିରର ଶୀଖରରେ ଲାଗି ହେବ ଗେରୁଆ ରଙ୍ଗର ପତାକା । ଏହି ପତାକା ମନ୍ଦିର ଚୂଡାରେ ଲାଗିବା ପରେ ଶ୍ରୀରାମ ମନ୍ଦିର ନିର୍ମାଣ କାମ ସମ୍ପୂର୍ଣ୍ଣ ହେଲା ବୋଲି ଧରାଯିବ । ଏହା ମନ୍ଦିର ନିର୍ମାଣ ଶେଷର ପ୍ରତୀକ ଅଟେ । ତେବେ ଏହି ଭବ୍ୟ ସମାରୋହ ପାଇଁ ଉତ୍ସବମୁଖର ଅଯୋଧ୍ୟା । ଆଲୋକମାଳାରେ ଝଲସୁଛି ମନ୍ଦିର । ରଙ୍ଗୀନ ଆଲୁଅରେ ସୁସଜ୍ଜିତ ମନ୍ଦିର ଆସନ୍ତାକାଲିର ଅପେକ୍ଷାରେ ରହିଛି ।
କାଲି ଯାଉଛନ୍ତି ପ୍ରଧାନମନ୍ତ୍ରୀ
ତେବେ ଆସନ୍ତାକାଲି ଅଯୋଧ୍ୟା ଯାଉଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ ଶ୍ରୀରାମ ମନ୍ଦିରରେ ଧ୍ବଜାରୋହଣ କରାଇବାର କାର୍ଯ୍ଯକ୍ରମ ରହିଛି । ଏଥିପାଇଁ ଗସ୍ତ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାରର ପ୍ରସ୍ତୁତି ସରିଛି । ଧ୍ବଜାରୋହଣ ଉତ୍ସବ ମଧ୍ୟାହ୍ନରେ ହେବାର ସୂଚନା ରହିଛି ।
ସେପଟେ ରାମ ଲଲ୍ଲାଙ୍କ ପାଇଁ ସ୍ବତନ୍ତ୍ର ବସ୍ତ୍ର ପ୍ରସ୍ତୁତ ହୋଇଛି । ସୁନା ଖଚିତ ହଳଦିଆ ବସ୍ତ୍ର ଉପରେ ଏକ ପଶ୍ମିନା ଶାଲ ପିନ୍ଧିବେ ପ୍ରଭୁ ।
ଏହି ସ୍ବତନ୍ତ୍ର ବସ୍ତ୍ର ତିଆରି କରିବା ପାଇଁ ବୁଣାକାରଙ୍କୁ ଏକବର୍ଷର ସମୟ ଲାଗି ଯାଇଛି। ରାମ ଲଲ୍ଲାଙ୍କ ବସ୍ତ୍ର ବୁଣାଯିବା ପାଇଁ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲ୍ଲାର ଧର୍ମାବରମରେ ଏକ ହସ୍ତତନ୍ତ ସ୍ଥାପନ କରାଯାଇଛି। ଏଠାରେ ପ୍ରଭୁ ରାମଙ୍କ ପିନ୍ଧିବା ପାଇଁ ବସ୍ତ୍ର ତିଆରି ହୋଇଥାଏ। ବିବାହ ପଞ୍ଜମୀ ଦିନ ରାମଲଲ୍ଲା ପିନ୍ଧିବାକୁ ଥିବା ବସ୍ତ୍ରକୁ କାରିଗରମାନେ ଶ୍ରଦ୍ଧା ଓ ଭକ୍ତିର ସହ ବର୍ଷକ ଆଗରୁ ପ୍ରସ୍ତୁତି କରିବା ଆରମ୍ଭ କରି ଦେଇଥାଆନ୍ତି। ରାମ ମନ୍ଦିର ସମଗ୍ର ଦେଶ ପାଇଁ ଏକତାର ପ୍ରତୀକ ପାଲଟିଛି, ସେହିପରି ରାମ ଲଲ୍ଲାଙ୍କ ପୋଷାକ ମଧ୍ୟ ଦେଶର ପ୍ରତ୍ୟେକ କୋଣରୁ ରେଶମକୁ ଏକ ନୂତନ ପରିଚୟ ଦେଇଛି ।
ଅଧିକ ପଢନ୍ତୁ- Ram Lallas Golden Dress: ପଡ଼ିଲାଣି ପ୍ରବଳ ଥଣ୍ଡା..ଭଗବାନ ଘୋଡାଇ ହେବେ ପଶ୍ମିନା ଶାଲ
Follow Us