ଭାଇରାଲ ହେଲା ରାନୁଙ୍କ ଭିଡିଓ

କିଛିଦିନ ପାଇଁ ଲୋକଲୋଚନକୁ ଆସିଥିବା ରାନୁଙ୍କ ଜୀବନ ଏବେ ଅତି କଷ୍ଟ ଓ ସଂଘର୍ଷରେ ଘଟୁଛି। ଆର୍ଥିକ ସଙ୍କଟ ଦେଇ ରାନୁ ଗତି କରୁଛନ୍ତି। ଭାଇରାଲ ହୋଇଥିବା ଭିଡିଓ ସ୍ପଷ୍ଟ ବାରି ହୋଇପଡ଼ୁଛି।

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ମିଳୁଥିବା ଲୋକପ୍ରିୟତା ଏକ ଫାଣିଫଟକା ଭଳି ହୋଇଥାଏ। ଯାହା କିଛି ସମୟ ପାଇଁ ରହିବା ପରେ ପୁଣି ମେଳାଇ ଯାଇଥାଏ। ରାନୁ ମଣ୍ଡଳଙ୍କ ଜୀବନ କାହାଣୀ କିଛି ଏଭଳି ରହିଛି। ରାନୁ ମଣ୍ଡଳଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଥିରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏମିତି କି କଣ୍ଠଶିଳ୍ପୀ ହିମେଶ ରେସମିଆ ରାନୁଙ୍କୁ ବଲିଉଡରେ ଗୀତ ଗାଇବାର ସୁଯୋଗ ବି ଦେଇଥିଲେ। ସେ ସମୟରେ କିଛିଦିନ ପାଇଁ ଲୋକଲୋଚନକୁ ଆସିଥିବା ରାନୁଙ୍କ ଜୀବନ ଏବେ ଅତି କଷ୍ଟ ଓ ସଂଘର୍ଷରେ ଘଟୁଛି। ଆର୍ଥିକ ସଙ୍କଟ ଦେଇ ରାନୁ ଗତି କରୁଛନ୍ତି।

କିଛିଦିନ ହେବ ରାନୁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାନୁ ଖୁବ ଖରାପ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି।  ଏହି ଭିଡିସରେ ରାନୁ ଠିକ ଭାବେ ଗୀତ ବି ଗାଇ ପାରୁନାହାନ୍ତି। ରାନୁଙ୍କ ଏଭଳି ଅବସ୍ଥା ଦେଖି କିଛିଲୋକ ଭାବିବିହ୍ବୋଳ ହୋଇପଡ଼ୁଛନ୍ତି।

 
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାରତୀ ସିଂହ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ରାନୁ ମଣ୍ଡଳ ନୀଳ ରଙ୍ଗର ନାଇଟି ପିନ୍ଧି ଖୋଲା କେଶରେ ହାତରେ ଏକ ପାଣି ବୋତଲ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସେ ରହୁଥିବା ଘରର ଅବସ୍ଥା ମଧ୍ୟ ଭଲ ଥିବା ଭିଡିଓରେ ନଜର ଆସୁଛି। 

ଅଧିକପଢ଼ନ୍ତୁ: ସ୍ବାମୀଙ୍କୁ କାଚ ବୋତଲରେ ମାରି ହତ୍ୟା ଉଦ୍ୟମ କରିଥିଲେ ସପାନେତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe