ବିରୋଧୀଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ: ସିରିଆ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ବଶର ଅଲ-ଅସଦ ଦମାସକସ ଛାଡି ପଳାଇଛନ୍ତି। କିନ୍ତୁ ସିରିଆ ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ସିରିଆର ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଜଲାଲି ଦମାସକସ ଏକ ଭିଡିଓ ବିବୃତି ଜାରି କରି କହିଛନ୍ତି କ୍ଷମତାକୁ ଶାନ୍ତିପୂର୍ଣ୍ଣ ଭାବରେ ହସ୍ତାନ୍ତର କରିବାକୁ ପ୍ରସ୍ତୁତ...

5-0-09122

ଦମାସକସ:  ସିରିଆର ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଜଲାଲି ଦମାସକସ ଏକ ଭିଡିଓ ବିବୃତି ଜାରି କରି କହିଛନ୍ତି ଯେ, ସେ କ୍ଷମତାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧୀ ଦଳକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ। ଜଲାଲି କହିଛନ୍ତି, ମୁଁ ମୋ ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ ଏବଂ ମୁଁ ଦେଶକୁ ଭଲ ପାଏ।

ସିରିଆରେ ଗୃହଯୁଦ୍ଧ ଚାଲିଛି। ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ୨୪ବର୍ଷର ଶାସନକୁ ହଟାଇବା ଉଦ୍ଦେଶ୍ୟରେ ଲଢ଼େଇ ଜାରି ରହିଛି। ‌ତେବେ ସରକାରୀ ସୈନ୍ୟମାନେ ଏକ ପ୍ରମୁଖ କେନ୍ଦ୍ରୀୟ ସହରକୁ ରକ୍ଷା କରିବାକୁ ପ୍ରୟାସ କରୁଥିବା ସିରିଆର ବିଦ୍ରୋହୀମାନେ କହିଛନ୍ତି।

ରାଷ୍ଟ୍ରପତି ବଶର ଅଲ-ଅସଦ ଦମାସକସରୁ ପଳାୟନ କରିଥିବା ସୂଚନା ମିଳିଛି। କିନ୍ତୁ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ଏହି ଗୃହଯୁଦ୍ଧ ୨୦୧୧ରେ ଆରମ୍ଭ ହୋଇଥିଲା। ସେତେବେଳେ ହିଂସା ଯୋଗୁ ଅଗଣିତ ଲୋକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଏହି ନରସଂହାରକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଥିଲା।

ବଶର ଅଲ-ଅସଦ ସରକାରଙ୍କ ବିରୋଧରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଯୁଦ୍ଧରେ ବିଦ୍ରୋହୀ ଗୋଷ୍ଠୀ, ଆତଙ୍କବାଦୀ ସଂଗଠନ ଏବଂ ଅନ୍ୟ ଦେଶର ସୈନ୍ୟ ଦଳ ଜଡିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ଦମାସକସରେ କ୍ଷମତା ଦଖଲ ପାଇଁ ରକ୍ତାକ୍ତ ଯୁଦ୍ଧ: ଦେଶ ଛାଡିଲେ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଜଲାଲି ଦମାସକସ କହିଛନ୍ତି ଯେ, ସେ ସକାଳେ ତାଙ୍କ କାର୍ଯ୍ୟାଳୟକୁ ଯିବେ ଏବଂ ସିରିଆ ନାଗରିକମାନଙ୍କୁ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି। ତେବେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିବା ଖବର ଉପରେ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ବଶର କେଉଁଠାରେ ଅଛନ୍ତି ସେ ବିଷୟରେ ୟୁଏଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଦୁବାଇରେ ବଶରଙ୍କ ପରିବାରର ଅନେକ ସମ୍ପତ୍ତି ଅଛି ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଆମର କିଛି ହାତ ନାହିଁ: ଭାରତ-ମୋଦୀ ବିରୋଧୀ ଅଭିଯୋଗ ନେଇ ଆମେରିକାର ସ୍ପଷ୍ଟୀକରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe