ହସିନାଙ୍କୁ ଆଶ୍ବସ୍ତି: ବାଂଲାଦେଶ ପାସପୋର୍ଟ ରଦ୍ଦ ପରେ ଭିସା ବୃଦ୍ଧି କଲା ଭାରତ

ବାଂଲାଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କୂଟନୈତିକ ପାସପୋର୍ଟକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଭାରତ ପକ୍ଷରୁ ଭିସା ସମୟ ସୀମା ବୃଦ୍ଧି କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟ ପାଲଟିଛି...

sheikh-hasina-gets-relief-from-india-visa-extended

sheikh-hasina-gets-relief-from-india-visa-extended

ନୂଆଦିଲ୍ଲୀ: ବାଂଲାଦେଶ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କୂଟନୈତିକ ପାସପୋର୍ଟକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଭିସା ସମୟ ସୀମା ବୃଦ୍ଧି କରାଯାଇଛି। ହସିନା ଅଗଷ୍ଟ ୨୦୨୪ରୁ ଭାରତରେ ରହୁଛନ୍ତି। ଢାକାକୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି ବିରୋଧରେ  ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡି ୨୦୨୪ ଅଗଷ୍ଟରେ ଦେଶବ୍ୟାପୀ ବିରୋଧ ମଧ୍ୟରେ ଭାରତରେ ଆଶ୍ରୟ ନେଇଥିଲେ ଏବଂ ସେବେଠାରୁ ସେ ଦିଲ୍ଲୀରେ ରହୁଛନ୍ତି।

ଭାରତ ସରକାର ଶେଖ ହସିନାଙ୍କ ଭିସା ବୃଦ୍ଧି କରିଛନ୍ତି। ଯାହାଫଳରେ ଭାରତରେ ରହିବା ସହଜରେ ହୋଇପାରିବ। ଖବର ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଶେଖ ହସିନାଙ୍କ ଭିସା ବୃଦ୍ଧି କରାଯାଇଛି। ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁଥିରେ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଭାରତ ହସିନାଙ୍କୁ ଆଶ୍ରୟ ଦେଇ ନାହିଁ, କାରଣ ଭାରତରେ ଶରଣାର୍ଥୀଙ୍କ ସହ କୌଣସି ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ନାହିଁ।

ଏହି ନିଷ୍ପତ୍ତି ବାଂଲାଦେଶରେ ଚାଲିଥିବା ରାଜନୈତିକ ବିବାଦକୁ ଆହୁରି ଗଭୀର କରିପାରେ। ଏହି ପଦକ୍ଷେପ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଲୋଚନାର ବିଷୟ ହୋଇଛି।  ଭିସା ସମୟ ସୀମା ବୃଦ୍ଧି କରାଯିବା ଦ୍ବାରା ସେ ପୂର୍ବ ପରି ଭାରତରେ ରହିପାରିବେ। 

ଅଧିକ ପଢ଼ନ୍ତୁ: ମରିୟମଙ୍କ ବିରୋଧରେ ଫତୱା ଜାରି ପାଇଁ ଦାବି: ୟୁଏଇ ରାଷ୍ଟ୍ରପତିଙ୍କ ସହ ହାତମିଳାଇବାକୁ ନେଇ ହଙ୍ଗାମା

ବାଂଲାଦେଶ ସରକାର ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲେ। କିନ୍ତୁ ଭାରତ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ତେବେ ଭିସା ସମୟ ସୀମା ବୃଦ୍ଧି କରି ଭାରତ ସରକାର ବାଂଲାଦେଶର ପ୍ରତ୍ୟର୍ପଣ ଦାବିକୁ ପରୋକ୍ଷରେ ସମର୍ଥନ କରୁ ନ ଥିବା ସଙ୍କେତ ଦେଇଥିବା କୁହାଯାଉଛି।

୨୦୨୪ ଡିସେମ୍ବର ୨୩ରେ ବାଂଲାଦେଶ ଭାରତକୁ ଏକ ନୋଟ୍ ପଠାଇଥିଲା। କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇ ନାହିଁ। ବାଂଲାଦେଶ କହିଛି ଯେ, ସେମାନଙ୍କର କୌଣସି ସମୟ ସୀମା ନାହିଁ, କିନ୍ତୁ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଚାପ ଜାରି ରହିବ।

ଅଧିକ ପଢ଼ନ୍ତୁ: ରାମଲଲ୍ଲାଙ୍କ ଦର୍ଶନ ପାଇଁ ପଞ୍ଜାବରୁ ଦୌଡ଼ିଦୌଡ଼ି ଅଯୋଧ୍ୟାରେ ପହଞ୍ଚିଲା ଶିଶୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe