Bihar Elections : ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ଭୋଟ୍, କଣ ସଂକେତ ଦେଉଛନ୍ତି ଲୋକେ ?

ବିହାରରେ ଆଜି (ଗୁରୁବାର ୬ ନଭେମ୍ବର) ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏଥର ରାଜ୍ୟ ସନ୍ଧ୍ୟା ୫ ଟା ସୁଦ୍ଧା ମତଦାନର ପୂର୍ବ ରେକର୍ଡ ଭାଙ୍ଗିଛି। ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଛି।

Bihar Election

Bihar Election voting Photograph: (ECI)

Bihar Elections ପାଟନା : ବିହାରରେ ଆଜି (ଗୁରୁବାର ୬ ନଭେମ୍ବର) ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏଥର ରାଜ୍ୟ ସନ୍ଧ୍ୟା ୫ ଟା ସୁଦ୍ଧା ମତଦାନର ପୂର୍ବ ରେକର୍ଡ ଭାଙ୍ଗିଛି। ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଛି। ଏହି ୧୨୧ ଟି ଆସନରେ ମତଦାନର ପୂର୍ବ ରେକର୍ଡ ୫୫.୮୧ ପ୍ରତିଶତ ଥିଲା। ଏବେ ବି ଭୋଟ ଗ୍ରହଣ ଚାଲୁ ରହିଥିବାରୁ ଆଉ ଅତିକମରେ ୫ ପ୍ରତିଶତ ଭୋଟ ହେବା ଆଶା କରାଯାଉଛି । ଏପରି ହେଲେ ତାହା ପୂର୍ବର ରେକର୍ଡ କାଟିଦେବ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଅଧିକ ଭୋଟ ହେଲେ ତାହା ଶାସକ ଦଳ ସପକ୍ଷରେ ଯିବ ନା ବିରୋଧୀ ଦଳଙ୍କୁ ସୁହାଇବ ? 

ଆହୁରି ପଢନ୍ତୁ : Convoy Attacked Lakhisarai: ଉପମୁଖ୍ୟମନ୍ତ୍ରୀଙ୍କ convoy ଉପରକୁ ଚପଲ ଓ ପଥରମାଡ଼

କେବେ ହୋଇଥିଲା ରେକର୍ଡ ଭୋଟ ?

୨୦୦୦ ମସିହାର ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟର ମତଦାନ ହୋଇଥିଲା। ସେଥର ୬୨.୬ ପ୍ରତିଶତ ଭୋଟ ହୋଇଥିଲା । ସେଥର ଆରଜେଡି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ବହୁମତ ପାଇବାରୁ ବଞ୍ଚିତ ହୋଇଥିଲା। ଜେଡିୟୁ ଏବଂ ବିଜେପି ମେଣ୍ଟରେ ଥିଲେ, କଂଗ୍ରେସ ଏବଂ ଅନ୍ୟ ଅନେକ ଛୋଟ ଦଳ କିଛି ଆସନ ଜିତିଥିଲେ। ରାବ୍ରୀ ଦେବୀ ବହୁମତ ଦାବି କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ସରକାର ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା । ଏଣୁ ସେଥର ବିହାରବାସୀ ଆରଜେଡିକୁ କ୍ଷମତାକୁ ଫେରାଇ ଆଣିଥିଲେ । ଏଥର ବି ସେୟା କରିବେ କି ?

୨୦୨୦ ରେ ୫୮.୭ ପ୍ରତିଶତ ମତଦାନ ହୋଇଥିଲା

୨୦୨୦ ନିର୍ବାଚନରେ ୨୪୩ ଟି ଆସନରେ ୫୮.୭ ପ୍ରତିଶତ ମତଦାନ ହୋଇଥିଲା। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମୋଟ ୫୬.୯ ପ୍ରତିଶତ ମତଦାନ ହୋଇଥିଲା। 

ଅଧିକପଢ଼ନ୍ତୁ:ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିବା ପୁଅର ଖେଳ ପଡ଼ିଆରେ ଉଡ଼ିଗଲା ପ୍ରାଣବାୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe