ଇଣ୍ଡିଆ ଗେଟ୍ ନାମ ବଦଳାଇ ଭାରତ ମାତା ଦ୍ୱାର ରଖାଯାଉ: ପ୍ରଧାନମନ୍ତ୍ରୀଙ୍କୁ ଚିଠି

Advertisment

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିଆ ଗେଟ୍ ନାମକୁ ବଦଳାଇ 'ଭାରତ ମାତା ଦ୍ୱାର' ଭାବେ ନାମିତ କରିବାକୁ ଅନୁରୋଧ କରିଛନ୍ତି। ମୋଗଲ ଏବଂ ବ୍ରିଟିଶ ସମୟର ନାମ ବଦଳା ଯାଇଥିବା ନେଇ ମୋଦୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି...

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡିଆ ଗେଟ୍ ନାମକୁ ବଦଳାଇ 'ଭାରତ ମାତା ଦ୍ୱାର' ଭାବେ ନାମିତ କରିବାକୁ ଅନୁରୋଧ କରିଛନ୍ତି। ମୋଗଲ ଏବଂ ବ୍ରିଟିଶ ସମୟର ନାମ ବଦଳା ଯାଇଥିବା ନେଇ ମୋଦୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି...

demand-to-rename-india-gate-as-bharat-mata-dwar

demand-to-rename-india-gate-as-bharat-mata-dwar Photograph: (sambad.in)

ନୂଆଦିଲ୍ଲୀ: ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଜାତୀୟ ସଭାପତି ଜମାଲ ସିଦ୍ଦିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀର ଇଣ୍ଡିଆ ଗେଟ୍‌ର ନାମ ବଦଳାଇବାକୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଇଣ୍ଡିଆ ଗେଟ୍ ନାମକୁ ପରିବର୍ତ୍ତନ କରି 'ଭାରତ ମାତା ଦ୍ୱାର' ଭାବରେ ନାମିତ କରାଯାଉ।

ଏଭଳି ନାମିତ କରିବା ଦ୍ବାରା ସ୍ତମ୍ଭରେ ଲିଖିତ ହଜାର ହଜାର ଶହୀଦ ଦେଶପ୍ରେମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଚିଠି ଉଲ୍ଲେଖ କରିଛନ୍ତି, ଆପଣଙ୍କ ନେତୃତ୍ୱରେ ଭାରତର ୧୪୦ କୋଟି ଭାରତୀୟ ଭାଇ ଓ ଭଉଣୀଙ୍କ ହୃଦୟରେ ଦେଶପ୍ରେମ ତଥା ଉତ୍ସର୍ଗୀକୃତ ଭାବନା ବୃଦ୍ଧି ପାଇଛି। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ମୋଗଲ ଆକ୍ରମଣକାରୀ ଏବଂ ଲୁଣ୍ଠିତ ବ୍ରିଟିଶମାନେ ଯେଉଁଭଳି ଭାବରେ କ୍ଷତ ସୃଷ୍ଟି କରିଥିଲେ ତାହାର ଦାସତ୍ୱର ଦାଗ ଧୋଇ ହୋଇଯାଇଛି, ସମଗ୍ର ଭାରତ ଏଥିରେ ଖୁସି।

ଆପଣ ନିଷ୍ଠୁର ମୋଗଲ ଔରଙ୍ଗଜେବଙ୍କ ନାମରେ ନାମିତ ରାସ୍ତାର ନାମକୁ ଏପିଜେ କାଲାମ ରୋଡ୍ ନାମିତ କରିଛନ୍ତି। ଇଣ୍ଡିଆ ଗେଟ୍‌ରେ କିଙ୍ଗ ଜର୍ଜ ଭିଙ୍କ ପ୍ରତିମୂର୍ତ୍ତିକୁ ହଟାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।  

ଅଧିକ ପଢ଼ନ୍ତୁ: ବିଜେପି ନେତାଙ୍କ ବୟାନ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଜପଥକୁ କର୍ତ୍ତବ୍ୟ ପଥ ଭାବରେ ନାମିତ କରିଛନ୍ତି। ଏସବୁ ଭାରତର ସଂସ୍କୃତି ସହିତ ଜଡିତ। ସେହିଭଳି, ଦୟାକରି ଇଣ୍ଡିଆ ଗେଟ୍ ନାମକୁ 'ଭାରତ ମାତା ଦ୍ୱାର' ଭାବରେ ପରିବର୍ତ୍ତନ କରନ୍ତୁ।

ସେ କହିଛନ୍ତି ଦୟାକରି ମୋର ପ୍ରସ୍ତାବକୁ ବିଚାର କରନ୍ତୁ ଏବଂ ଇଣ୍ଡିଆ ଗେଟ୍‌ର ନାମକୁ 'ଭାରତ ମାତା ଦ୍ୱାର' ଭାବରେ ପରିବର୍ତ୍ତନ କରନ୍ତୁ। 

ଅଧିକ ପଢ଼ନ୍ତୁ: କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe