ପ୍ରିୟଙ୍କାଙ୍କୁ ଗୁରୁଦାୟିତ୍ବ: ୱାୟନାଡକୁ ପର୍ଯ୍ୟଟନସ୍ଥଳୀ କରିବାକୁ କହିଲେ ରାହୁଲ

ୱାୟନାଡ ଉପନିର୍ବାଚନ ଫଳାଫଳ ନଭେମ୍ବର ୨୩ରେ ଘୋଷଣା କରାଯିବ। ଗତ ଜୁଲାଇ ମାସରେ ଏଠାରେ ବନ୍ୟା ଯୋଗୁଁ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୱାୟନାଡ ଫଳାଫଳ ପୂର୍ବରୁ ପ୍ରିୟଙ୍କାଙ୍କୁ ରାହୁଲ ଗୁରୁଦାୟିତ୍ବ ଦେଇଛନ୍ତି। ୱାୟନାଡକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ କହିଛନ୍ତି...

 1 WhatsApp Image 2024-11-13 at 7.46.48 PM

ନୂଆଦିଲ୍ଲୀ: ଭୂସ୍ଖଳନ ପ୍ରଭାବିତ ୱାୟନାଡକୁ ସର୍ବୋତ୍ତମ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କହିଛନ୍ତି। ଉପନିର୍ବାଚନ ଫଳାଫଳ ପୂର୍ବରୁ ସେ ଏହି ଗୁରୁଦାୟିତ୍ବ ଦେଇଛନ୍ତି।

ରାହୁଲ ବୁଧବାର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କେରଳର ଦୀର୍ଘତମ ଜିପଲାଇନରେ ବୁଲୁଥିବାର ନଜର ଆସିଛନ୍ତି। ଚଳିତ ବର୍ଷ ଜୁଲାଇରେ କେରଳର ଚୁରମାଲା, ମେପପାଡିରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲୋକମାନେ ଏହି ବିନାଶକୁ ଭୁଲି ଆଗକୁ ବଢୁଛନ୍ତି ଏବଂ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ବୁଧବାର ୱାୟାନାଡରେ ଉପନିର୍ବାଚନ ହୋଇଛି। ଏହାର ଫଳାଫଳ ୨୩ନଭେମ୍ବରରେ ଘୋଷଣା କରାଯିବ।

କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି, ସେ ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ଏବଂ ଏଲଡିଏଫ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କ ସହ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଛନ୍ତି।

ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ କର୍ମୀମାନେ କରପୁଝା  ଡ୍ୟାମ ସ୍ଥଳରେ ଅବସ୍ଥିତ ଜିପଲାଇନ ପରିଦର୍ଶନ କରିଥିଲେ।  ସେମାନେ ଜିପଲାଇନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଭେଟିଥିଲେ, ସେହି ଅଞ୍ଚଳର ଦୋକାନୀ ଏବଂ ହୋଟେଲ ଅପରେଟରମାନଙ୍କ ସହ କଥା ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଧିକ ପଢ଼ନ୍ତୁ: ଗୁରୁବାର ଶ୍ରୀଲଙ୍କା ନିର୍ବାଚନ: ମଇଦାନରେ ୯୦ ହଜାର ପ୍ରାର୍ଥୀ, ରାଷ୍ଟ୍ରପତି ଦିସାନାୟକେଙ୍କ ପାଇଁ ଅଗ୍ନିପରୀକ୍ଷା

ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ୱାୟନାଡରେ ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାର ସମୟରେ ମୁଁ କିଛି ପ୍ରକୃତ ପ୍ରେରଣାଦାୟକ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇଥିଲି। ସେ କହିଛନ୍ତି ଯେ ସାମ୍ପ୍ରତିକ ଆହ୍ବାନ ସତ୍ତ୍ବେ ସ୍ଥାନୀୟ ଲୋକ ହାର ମାନି ନାହାନ୍ତି। ଆଗକୁ ବଢ଼ିବାକୁ ସେମାନଙ୍କ ପାଖରେ ଅବିଶ୍ୱାସନୀୟ ଆତ୍ମବିଶ୍ୱାସ ରହିଛି।

ଭିଡିଓରେ ରାହୁଲ ଗାନ୍ଧୀ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ୱାୟନାଡରେ କୌଣସି ଅସୁବିଧା ନାହିଁ। ଭୂସ୍ଖଳନ ଏକ ସ୍ଥାନୀୟ ଘଟଣା ଥିଲା। ତେବେ ଏହାଯୋଗୁ ପର୍ଯ୍ୟଟନର କ୍ଷତି ହେବା ଉଚିତ୍ ନୁହେଁ । ସେ ୱାୟନାଡକୁ ଏକ ପର୍ଯ୍ୟଟନସ୍ଥଳୀ କରିବାର ଦାୟିତ୍ବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ଯୋଗୁଁ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଥିଲେ; ଏବେ ଗାଁକୁ ଫେରିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe