ନୂଆଦିଲ୍ଲୀ: ଋଷିକେଶର ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମଣ ଝୁଲା ସ୍ଥାନରେ ଏକ ନୂତନ ସେତୁ ନିର୍ମାଣ କରାଯାଉଛି। ଏହାକୁ ବଜରଙ୍ଗ ସେତୁ ନାମ ଦିଆଯାଇଛି। ଏହାକୁ ଦେଶର ସବୁଠାରୁ ଅନନ୍ୟ ସେତୁ କୁହାଯାଉଛି।
ଖୁବଶୀଘ୍ର ଖୋଲାଯିବ ବଜରଙ୍ଗ ସେତୁ
ଖୁବଶୀଘ୍ର ଋଷିକେଶର ୧୩୨ ମିଟର ଲମ୍ବା ବଜରଙ୍ଗ ସେତୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବାର ଯୋଜନା କରାଯାଉଛି। ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏହି ଅନନ୍ୟ ସେତୁର କାମ ଶେଷ ହେବାର ଆଶା ରଖାଯାଇଛି। ବଜରଙ୍ଗ ସେତୁର ନିର୍ମାଣ ପାଇଁ ପ୍ରାୟ ୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି।
ଅଧିକପଢ଼ନ୍ତୁବାତ୍ୟା ମୋନ୍ଥା ଯୋଗୁ ବହୁ ଟ୍ରେନ୍ ବାତିଲ, ଭୁବନେଶ୍ବରରୁ ୩ ଟ୍ରେନ୍, ଦେଖନ୍ତୁ ତାଲିକା
ଏହି ସେତୁ ପର୍ଯ୍ୟଟକମାନଙ୍କୁ ଗଙ୍ଗା ନଦୀ ଅତିକ୍ରମ କରିବା ସମୟରେ ଏକ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିବ। ପ୍ରାୟ ୧୦୦ ବର୍ଷ ପୁରୁଣା ଲକ୍ଷ୍ମଣ ଝୁଲା ଏବେ ବଜରଙ୍ଗ କାଚ ସେତୁରେ ପରିଣତ ହେବାକୁ ଯାଉଛି।
ବଜରଙ୍ଗ ସେତୁ ଗଙ୍ଗାର ମନୋରମ ଦୃଶ୍ୟ ପ୍ରଦାନ କରିବ
ବଜରଙ୍ଗ ସେତୁ ତେହରୀ ଏବଂ ପାଉରି ଜିଲ୍ଲାକୁ ସଂଯୋଗ କରିବ। ବଜରଙ୍ଗ ସେତୁରେ ତିନି ପ୍ରକାରର ରେଲିଂ ନିର୍ମାଣ କରାଯାଉଛି। ଏହି ସେତୁରେ ସିସି ଟିଭି କ୍ୟାମେରା ସହିତ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା କରାଯାଇଛି। ସେତୁରେ ଲାଗିଥିବା କାଚ ଡିଜାଇନ୍ ଦିନରେ ଗଙ୍ଗାର ମନୋରମ ଦୃଶ୍ୟ ପ୍ରଦାନ କରିବା ସହିତ ରାତିରେ ସମୟରେ ଆଲୋକିତ ହୋଇ ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିବ।
ଅଧିକପଢ଼ନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ୪ଜଣ ନେତାଙ୍କୁ ତଡ଼ିଲା ବିଜେପି
rishikesh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/6ef48cdc-0eff-4640-b92e-de750dd9edd8-2025-10-27-18-30-11.jpg)