ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶ ଷ୍ଟେସନରେ ଏକ ବିଶାଳ ସାପ ବାହାରିବା ପରେ ଆତଙ୍କ ଖେଳିଯାଇଥିଲା। ଷ୍ଟେସନରେ ଉପସ୍ଥିତ ଯାତ୍ରୀମାନେ ପ୍ଲାଟଫର୍ମ ନମ୍ବର ୧ରେ ଏକ ବିଶାଳ ସାପକୁ ଦ୍ରୁତ ଗତିରେ ଚାଲୁଥିବାର ଦେଖିବାକୁ ପାଇଥିଲେ। କିଛିଯାତ୍ରୀ ଏହି ସାପକୁ ଦେଖି ଭୟଭୀତ ହୋଇ ଏଣେତେଣେ ଦୌଡ଼ିଯାଇଥିବା ବେଳେ ଆଉ କିଛିଯାତ୍ରୀ ଏହି ଘଟଣାର ଭିଡିଓକୁ ନିଜ ଫୋନରେ ରେକର୍ଡ କରି ଦେଇଥିଲେ।
ଷ୍ଟେସନରେ ସାପ ବାହାରିବା ଖବର ବନ ବିଭାଗକୁ ଦିଆଯିବା ପରେ କର୍ମଚାରୀମାନେ ଆସି ସାପକୁ ଉଦ୍ଧାର କରିଥିଲେ। ସାପ ଉଦ୍ଧାର ନହେବା ପର୍ଯ୍ୟନ୍ତ ଷ୍ଟେସନରେ ଯାତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ।
ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଏକ ଲମ୍ବା ସାପ ଷ୍ଟେସନର ପ୍ଲାଟଫର୍ମରେ ଦ୍ରୁତଗତିରେ ଆଗକୁ ବଢ଼ି ଚାଲିଛି।
ଉତ୍ତରାଖଣ୍ଡରେ ଅବସ୍ଥିତ ଋଷିକେଶ ଏକ ଅତି ସୁନ୍ଦର ପର୍ଯ୍ୟଟନସ୍ଥଳୀ । ଯେଉଁଠାକୁ ବହୁ ସଂଖ୍ୟକ ଲୋକ ପ୍ରତିଦିନ ପରିଦର୍ଶନ କରିବା ପାଇଁ ଆସିଥାଆନ୍ତି। ଋଷିକେଶ ସମଗ୍ର ବିଶ୍ୱରେ ଯୋଗନଗରୀ ନାମରେ ମଧ୍ୟ ବେଶ ଜଣାଶୁଣା । ରାଜାଜୀ ଜାତୀୟ ଉଦ୍ୟାନର ଏକ ଅଂଶ ଋଷିକେଶ ନିକଟରେ ଅବସ୍ଥିତ। ତେଣୁ ଏଠାରେ ପ୍ରାୟତଃ ସାପ ବୁଲିବା ଦେଖିବାକୁ ମିଳିଥାଏ।
ଅଧିକପଢ଼ନ୍ତୁ: ଏତେ କୋଟିର ମାଲିକ ଚେନ୍ନାଇ ଟେଷ୍ଟ୍ର ହିରୋ ଆର.ଅଶ୍ବିନୀ
Follow Us