Ritu Tawde elected Mumbai Mayor Photograph: (sambad.in)
ମୁମ୍ବାଇ: ବିଜେପି କର୍ପୋରେଟର ଋତୁ ତାୱଡେ ମୁମ୍ବାଇର ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ୫୩ ବର୍ଷୀୟା ଋତୁ ବିଜେପିର ଦ୍ବିତୀୟ ତଥା ପ୍ରଥମ ମହିଳା ମେୟର ଭାବେ ଏହି ପଦବୀ ହାସଲ କରି ଇତିହାସ ରଚିଛନ୍ତି। ମୁମ୍ବାଇ ପୌର ନିର୍ବାଚନର ଜଣେ ଚର୍ଚ୍ଚିତ ଚେହେରା ଋତୁ ୨୦୧୨ରେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍ସି) କର୍ପୋରେଟର ଭାବେ ୧୨୭ ନଂ ୱାର୍ଡ଼ରୁ ବିଜୟୀ ହୋଇଥିଲେ।
୨୦୧୭ରେ ସେ ଘାଟକୋପରର ୧୨୧ ୱାର୍ଡ଼ରୁ ବିଜୟୀ ହୋଇଥିଲେ
୨୦୧୭ରେ ସେ ଘାଟକୋପରର ୧୨୧ ୱାର୍ଡ଼ରୁ ବିଜୟୀ ହୋଇଥିଲେ। ଚଳିତ ବର୍ଷ ଜାନୁଆରି ୧୫ରେ ଅନୁଷ୍ଠିତ ପୌର ନିର୍ବାଚନରେ ସେ ୧୩୨ ନଂ ୱାର୍ଡ଼ରୁ ଜିତିଥିଲେ। ଏହାଦ୍ବାରା ଦେଶର ସବୁଠୁ ଧନୀ ପୌର ଅନୁଷ୍ଠାନରେ ତାଙ୍କର ସ୍ଥିତି ଅଧିକ ମଜଭୁତ ହୋଇଛି। କର୍ପୋରେଟର ଭାବେ ପୂର୍ବରୁ ସେ ବିଏମ୍ସି ଶିକ୍ଷା କମିଟିର ଅଧ୍ୟକ୍ଷ ଥିଲେ। ୫୩ ବର୍ଷୀୟା ଋତୁ ପୌର ପ୍ରଶାସନରେ ତୃଣମୂଳ ରାଜନୀତି ସମ୍ପର୍କରେ ଅବଗତ ଥିବାରୁ ତାଙ୍କ ଅଭିଜ୍ଞତା ଆଗକୁ ମେୟର ଭାବେ କାର୍ଯ୍ୟ କରିବାରେ ସହାୟକ ହେବ।
ଚଳିତ ନିର୍ବାଚନରେ ବିଏମ୍ସିର ୨୨୭ ଆସନରୁ ବିଜେପି ସର୍ବାଧିକ ୮୯ଟି ଆସନ ଜିତିଥିଲା। ଶିବସେନା ୨୯ଟି ଆସନ ଜିତିଥିଲା। ଗତ ୨୫ ବର୍ଷ ଧରି ବିଏମ୍ସିକୁ ନିଜ କବ୍ଜାରେ ରଖିଥିବା ଶିବସେନା (ୟୁବିଟି) ଏଥର ମାତ୍ର ୬୫ଟି ଆସନରେ ବିଜୟୀ ହୋଇଥିଲା।
ଆହୁରି ପଢ଼ନ୍ତୁ: Bangladesh Election Violence: ଭୋଟ୍ ପୂର୍ବରୁ ବାଂଲାଦେଶରେ ନିର୍ବାଚନୀ ହିଂସା ଚରମ ସୀମାରେ, ବିଏନ୍ପି ନେତାଙ୍କ ଆଖି ତାଡ଼ିନେଲେ ଜମାତ୍ କର୍ମୀ
Follow Us