ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିଭାବା ଜାଡେଜା ବିହାର ନିର୍ବାଚନ ଫଳାଫଳକୁ ନେଇ ନିଜର ଖୁସି ପ୍ରକାଶ କରିଛନ୍ତି। 

Advertisment

ରିଭାବା ଜାଡେଜା ଗୁଜରାଟର ଜାମନଗର ନିର୍ବାଚନମଣ୍ଡଳୀର ବିଧାୟକ ଏବଂ ୨୦୧୯ ଠାରୁ ସେ ଭାରତୀୟ ଜନତା ପାର୍ଟି ସହିତ ଜଡ଼ିତ ଅଛନ୍ତି। ଏନଡିଏକୁ ସମର୍ଥନ କରି ଭୋଟ ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ  ରଖିଥିବାରୁ ବିହାରର ବାସିନ୍ଦାଙ୍କୁ ରିଭାବା ଜାଡେଜା ଧନ୍ୟବାଦ ଜଣାଇଛନ୍ତି।

ବିହାରର ବାସିନ୍ଦାଙ୍କୁ ଧନ୍ୟବାଦ ଜଣାଇ‌ଲେ ରିଭାବା ଜାଡେଜା

ଅଧିକପଢ଼ନ୍ତୁ:ନୂଆପଡ଼ା ନିର୍ବାଚନ: ବଡ଼ ବ୍ୟବଧାନରେ ବିଜେପି ବିଜୟୀ

ରିଭାବା କହିଛନ୍ତି, "ବିଜେପି ପକ୍ଷରୁ, ମୁଁ ବିହାରର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏନଡିଏର ରେକର୍ଡ ବିଜୟ ସବୁଆଡେ ଚର୍ଚ୍ଚାରେ ରହିଛି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଲୋକଙ୍କ କେତେମାତ୍ରାରେ ବିଶ୍ୱାସ ଅଛି ତାହାକୁ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି। ରାଜ୍ୟ ବିକାଶ ଆଡକୁ ଗତି କରିବ ଏବଂ ବିହାରର କଲ୍ୟାଣକାରୀ ଯୋଜନାକୁ ଲାଭ ମିଳିବ।’

ଏହି ଖବର ଲେଖାଯିବା ସମୟରେ ବିହାର ନିର୍ବାଚନର ସମସ୍ତ ପର୍ଯ୍ୟାୟର ଗଣନା ସମାପ୍ତ ହୋଇନାହିଁ, କିନ୍ତୁ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଏନଡିଏ ଏକ ରେକର୍ଡ ବିଜୟ ଆଡକୁ ଗତି କରୁଛି। ପୂର୍ବରୁ ୨୦୧୦ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୨୦୬ ଆସନ ଜିତିଥିଲା, କିନ୍ତୁ ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ନିଜ ରେକର୍ଡ ଭାଙ୍ଗିବା ଦିଗରେ ଆଗକୁ ବଢ଼ି ଚାଲିଛି।

ଏନଡିଏ ରେକର୍ଡ ବିଜୟ ଅଭିମୁଖେ ହେଉଛି ଅଗ୍ରସର

ରିଭାବା ଜାଡେଜା ଜାମନଗରର ବିଧାୟକ ରହିବା ସହିତ ସେ ଜଣେ ସାମାଜିକ କର୍ମୀ । ଅନେକ ସମୟରେ ସେ ମହିଳାମାନଙ୍କ ପାଇଁ ସ୍ବର ଉଠାଇ ଥାଆନ୍ତି।

ଅଧିକପଢ଼ନ୍ତୁ:ନୀତୀଶ ହେବେ ତ ମୁଖ୍ୟମନ୍ତ୍ରୀ ?

ଅଧିକପଢ଼ନ୍ତୁ:ଖେଳପ୍ରେମୀଙ୍କ ପାଇଁ ଖୁସି ଖବର; ଆଗାମୀ ଆଇପିଏଲରେ ପଡ଼ିଆକୁ ଓହ୍ଲାଇବେ ଧୋନି, ହଳଦିଆ ଜର୍ସିରେ ଆସିବେ ନଜର

ଅଧିକପଢ଼ନ୍ତୁ:ନୂଆପଡ଼ା: ବିଜେଡ଼ି ହାତରୁ ଖସିଲା, ବିଜେପି ହାତକୁ ଫେରିଲା... 'ପଦ୍ମ' ଫୁଟିବାକୁ ୧୧ ବର୍ଷ ଲାଗିଗଲା