RJD leader Tejashwi Yadav is set to contest the elections from the Raghopur constituency. (@ANI)
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ମୋଟ ୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶ ପାଇଥିବା ଏହି ତାଲିକାରେ ଯୁବ, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରଥମେ ପ୍ରାଥମିକତା ଦିଆଯାଇଛି। ଆରଜେଡି ମହୁଆରୁ ମୁକେଶ ରୋଶନଙ୍କୁ ମନୋନୀତ କରିଛି। ଯିଏକି ତେଜ ପ୍ରତାପ ଯାଦବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅଧିକପଢ଼ନ୍ତୁ:ଅନନ୍ୟ ଉପାୟରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତୀୟ ବାୟୁସେନା
ଚଳିତ ବିଧାନସଭା ନିର୍ବାଚନରେ ଆରଜେଡି ୧୮ ଜଣ ସଂଖ୍ୟାଲଘୁ ପ୍ରାର୍ଥୀ ଏବଂ ୨୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପୁଣି ଥରେ ତାଙ୍କର ପାରମ୍ପରିକ ଗଡ଼ ବୋଲି କୁହାଯାଉଥିବା ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଅନେକ ପ୍ରମୁଖ ଏବଂ ଜଣାଶୁଣା ନାମ ଅନ୍ତର୍ଭୁକ୍ତ ରହିଛି। ଯେମିତିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟ ପ୍ରକାଶ ଯାଦବଙ୍କୁ ଝାଝାରୁ ଓ ଛଅ ଥର ବିଧାୟକ ଲଳିତ ଯାଦବଙ୍କୁ ଦରଭଙ୍ଗା ଗ୍ରାମାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ସେହିପରି ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ବନ୍ଧୁ ଭୋଳା ଯାଦବ ବାହାଦୁରପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅଧିକପଢ଼ନ୍ତୁ:ଉଦାହରଣ ପାଲଟିଲେ ଶିଶୁ: ହେଲପଲାଇନ ନମ୍ବରକୁ ଫୋନ କରି କହିଲେ, ‘ମୋ ମା’ ଅସୁସ୍ଥ ଶୀଘ୍ର ଆମ୍ବୁଲାନ୍ସ ପଠାଅ’
ଏଥିସହିତ ଆରଜେଡି ଶକ୍ତିଶାଳୀ ନେତାଙ୍କ ପରିବାରକୁ ମଧ୍ୟ ଚଳିତ ନିର୍ମାଚନରେ ସ୍ଥାନ ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ପ୍ରାର୍ଥୀଙ୍କ ତାଲିକା ସେୟାର କରି ଆରଜେଡି ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇ ବିଜୟ କାମନା କରି କହିଛି,‘ ଚଳିତ ନିର୍ବାଚନ ବିହାର ପାଇଁ ନୂତନ ଦିଗ ଏବଂ ଆଶାର ନିର୍ବାଚନ ହେବ।’
rjd-releases-list
Follow Us