ରାସ୍ତାଘାଟ ଶୂନ୍‌ଶାନ୍, ବ୍ଲାକ୍‌ଆଉଟ୍ ଘୋଷଣା: ଭାରତ ଭୟରେ ପାକିସ୍ତାନର ଏହି ସହରରେ ଲକଡାଉନ୍ ଭଳି ସ୍ଥିତି

ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ପିଓକେର ନୀଲମ ଘାଟିରେ ଆକ୍ରମଣ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାତିରେ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଲାକ୍‌ଆଉଟ୍ ଘୋଷଣା କରାଯାଇଛି....

Roads deserted, blackout declared: Pakistan imposes lockdown-like situation in this city due to fear of India

Roads deserted, blackout declared: Pakistan imposes lockdown-like situation in this city due to fear of India Photograph: (sambad.in)

ଇସଲାମାବାଦ:  ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ପାକିସ୍ତାନରେ ଚର୍ଚ୍ଚା ହେଉଛି। ଭାରତର  ସମ୍ଭାବ୍ୟ ଆକ୍ରମଣ ନେଇ ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଅଧିକ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ପିଓକେର ନୀଲମ୍ ଘାଟିରେ ରାସ୍ତାଘାଟ ଶୂନ୍‌ଶାନ୍ ହୋଇ ଯାଇଛି। 

ରାତିରେ ସମ୍ଭାବ୍ୟ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଲାକ୍‌ଆଉଟ୍ ଘୋଷଣା କରାଯାଇଛି।  ସ୍ଥାନୀୟ ମିଡିଆ ଅନୁସାରେ ପିଓକେ ପ୍ରଶାସନ ରାତିରେ ବିଦ୍ୟୁତ୍ କାଟ୍ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ବଡ଼ ଧରଣର ଆକ୍ରମଣ ପାଇଁ ଏଭଳି ବ୍ଲାକ୍ଆଉଟ୍ ଘୋଷଣା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାରତ ଆକ୍ରମଣ ଭୟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ଠପ୍ ହୋଇ ଯାଇଛି। ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଇଛି। 

ନୀଲମ୍ ଘାଟିରେ ପ୍ରାୟ ୨ ଲକ୍ଷ ଲୋକ ବାସ କରନ୍ତି। ପାକିସ୍ତାନ ପିଓକେ ଅଧିକାର କରିଥିବାରୁ ଏହି ଘାଟି ଭାରତ ହାତରୁ ଶତ୍ରୁ ପଟକୁ ଚାଲି ଯାଇଛି। ପହଲଗାମ ଆକ୍ରମଣ ପରେ ନୀଲମ୍ ଘାଟିରେ ରାସ୍ତାଘାଟରେ ଲୋକ ଚଳପ୍ରଚଳ ହେଉ ନାହାନ୍ତି।

ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍‌ଗେ

ମସ୍ତଙ୍କୁ ଘରେ ରହିବାକୁ ଅବା ବଙ୍କରରେ ପରାମର୍ଶ ଦିଆଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଲକଡାଉନ୍ ଭଳି ସ୍ଥିତି ସୃଷ୍ଟି ହୋଇଛି। ସୀମା ନିକଟବର୍ତ୍ତୀ ଲୋକେ  ଜୀବନ ଭୟରେ ବଙ୍କରରେ ରହୁଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

ଅଧିକ ପଢ଼ନ୍ତୁ: କେନ୍ଦୁପତ୍ର କିଣା ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ

POK | India | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe