Rohini Acharya Statement:ବାପାଙ୍କୁ କିଡନୀ ଦାନ କରିଥିବା ଝିଅ କାନ୍ଦିକାନ୍ଦି ଛାଡ଼ିଲେ ଘର

ତେଜସ୍ୱୀ ଯାଦବ, ସଞ୍ଜୟ ଯାଦବ ଏବଂ ରମିଜଙ୍କ ବିରୋଧରେ ଅଭିଯୋଗ ଆଣି ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଦାବି କରିଛନ୍ତି , ‘ ମୋତେ ଦଳ ଭିତରେ ଅପମାନିତ କରାଯିବା ସହିତ ଦୁର୍ବ୍ୟବହାର କରାଯାଇଛି।

Untitled-11

bihar-election-lalu-daughter-rohini-acharya-new-post Photograph: (@sambad.in)

ନୂଆଦିଲ୍ଲୀ: ନିକଟରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଆରଜେଡିର ପରାଜୟ ପରେ ଲାଲୁଙ୍କ ପରିବାର ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗତକାଲି ରୋହିଣୀ ଆଚାର୍ଯ୍ୟ ଅଭିଯୋଗ କରି କହିଥିଲେ,‘ ତେଜସ୍ୱୀ ଯାଦବ, ସଞ୍ଜୟ ଯାଦବ ଏବଂ ରମିଜ ତାଙ୍କୁ ପରିବାରରୁ ବାହାର କରିଦେଇଛନ୍ତି।’ ଏଭଳି ଅଭିଯୋଗ ପରେ ରୋହିଣୀ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି।  

ଭାବପ୍ରବଣ ପୋଷ୍ଟ ସେୟାର କଲେ ରୋହିଣୀ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ଜଣେ କିଡନୀ ଦାତା ରୋହିଣୀ ଆଚାର୍ଯ୍ୟ ରବିବାର ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଦାବି କରିଛନ୍ତି ଯେ, ‘ ମୋତେ ଦଳ ଭିତରେ ଅପମାନିତ କରାଯିବା ସହିତ ଦୁର୍ବ୍ୟବହାର କରାଯାଇଛି। କେବଳ ଏତିକି ନୁହେଁ ଚପଲରେ ମାଡ଼ ମାରିବାକୁ ଚେଷ୍ଟା କରାଯାଇଛି। ଏସବୁ ପଛର କାରଣ ହେଉଛି ମୁଁ କୌଣସି ପରିସ୍ଥିତିରେ ସତ୍ୟ ସହିତ ସାଲିସ କରି ନଥିଲି। ଆତ୍ମସମ୍ମାନ ଉପରେ ଆଞ୍ଚ ଆସିବାକୁ ଦେଇ ନଥିଲି। ତେଣୁ ଏଭଳି ନିର୍ଯାତନାର ଶିକା ର ହୋଇଛି। ମୋତେ ମୋ ବାପାମାଆ ଏବଂ ଭଉଣୀମାନଙ୍କୁ ଛାଡିବାକୁ ବାଧ୍ୟ କରାଯାଇଛି। ମୋତେ ଅନାଥ ସଜାଇ ଦିଆଯାଇଛି।

ମୋତେ କୁହାଯାଉଛି ମୁଁ ଜଣେ ଖରାପ ଝିଅ  । ମୋର ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ମୁଁ ଖରାପ  କିଡନୀ ଦାନ କରିଛି। ମୁଁ କୋଟି କୋଟି ଟଙ୍କା ନେଇ ଟିକେଟ୍ କିଣିଛି। ଏହାପରେ ଯାଇ ଖରାପ କିଡନୀ ଦାନ କରିଛି।। ମୁଁ ସମସ୍ତ ବିବାହିତ ଝିଅ ଏବଂ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ ଯଦି ଆପଣଙ୍କ ପରିବାରରେ କେହି ପୁଅ କିମ୍ବା ଭାଇ ଅଛନ୍ତି ତେବେ ଭୁଲରେ ମଧ୍ୟ ଆପଣଙ୍କ ବାପାଙ୍କ ଜୀବନ ବଞ୍ଚାନ୍ତୁ ନାହିଁ।

ମୁଁ ମୋ ପରିବାର, ମୋର ତିନି ପିଲାଙ୍କ ବିଷୟରେ ଚିନ୍ତା କଲି ନାହିଁ,   କିଡନୀ ଦାନ କରିବା ସମୟରେ ମୋ ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କଠାରୁ କୌଣସି ପ୍ରକାର ଅନୁମତି ନ ନେଇ ନିଜ ଇଚ୍ଛାରେ ‌ଯେଉଁ ତ୍ୟାଗ କରିଛି ତାହା ଆଜି ‌ମୋ ପାଇଁ ଏକ ମହାପାପ ସାଜିଛି। ଆପଣମ‌ାନଙ୍କୁ ଅନୁରୋଧ କେବେ ମୋ ପରି ଭୁଲ କରନ୍ତୁ ନାହିଁ। ଭଗବାନଙ୍କୁ ଏତିକି ପ୍ରାର୍ଥନା ରୋହିଣୀ ଭଳି  ଝିଅ କାହାକୁ ନଦିଅନ୍ତୁ।"

ଅଧିକପଢ଼ନ୍ତୁ:ଟଙ୍କା ବାଣ୍ଟି ଭୋଟ୍ ପାଇବା ନିର୍ବାଚନ ନୁହେଁ: ଶରଦ ପୱାର-ଫଡ଼ନବୀସ ମୁହାଁମୁହିଁ

ଗତଶନିବାର ରୋହିଣୀ ଦଳୀୟ ନେତୃତ୍ୱ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଥିଲେ ‘ତାଙ୍କର ଆଉ ପରିବାର ନାହିଁ। ତେଜସ୍ୱୀ ଯାଦବଙ୍କ ନିକଟତର ସହଯୋଗୀ ସଞ୍ଜୟ ଯାଦବ ଏବଂ ରମିଜଙ୍କ ତାଙ୍କୁ ବହିଷ୍କାର କରିଛନ୍ତି।’

ରୋହିଣୀ ଆଚାର୍ଯ୍ୟଙ୍କ ଏହି ଅଭିଯୋଗ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ତେଜସ୍ୱୀ ଯାଦବ କିମ୍ବା ଆରଜେଡି ପକ୍ଷରୁ ରୋହିଣୀ ଆଚାର୍ଯ୍ୟଙ୍କ କରିଥିବା ଅଭିଯୋଗ ପ୍ରସଙ୍ଗରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ବାପାଙ୍କୁ କିଡନୀ ଦାନ କରି ଚର୍ଚ୍ଚାକୁ ଆସିଥିଲେ ରୋହିଣୀ

ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ ୨୦୨୩ ମସିହାରେ ବାପା ଲାଲୁ ଯାଦବଙ୍କୁ କିଡନୀ ଦାନ ଚର୍ଚ୍ଚାର ପରିସରକୁ ଆସିଥିଲେ। ଲୋକେ ରୋହିଣୀଙ୍କ ଦାନକୁ ଭୁରିଭୁରି ପ୍ରଶଂସା କରିଥିଲେ।

ଅଧିକପଢ଼ନ୍ତୁ:ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe