୧୫୧ ରନ୍‌ରେ ଅଟକିଲା ଆର୍‌ଆର୍

ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍‌ର ଷଷ୍ଠ ମ୍ୟାଚ୍ ଗୁଆହାଟୀରେ ଖେଳାଯାଉଛି।କେକେଆର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରି ୧୫୧ ରନ୍ କରିଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍ ରହିଛି....

RR stopped at 151 runs

RR stopped at 151 runs

ଗୁଆହାଟୀ:  ଆଇପିଏଲ ୨୦୨୫ ସିଜିନ୍ -୧୮ର ଷଷ୍ଠ ମ୍ୟାଚ୍ ବୁଧବାର ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ମଧ୍ୟରେ ଖେଳାଯାଉଛି।

ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନ୍ କରିଛି। ଫଳରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍ ରହିଛି।

ଅଧିକ ପଢ଼ନ୍ତୁ: ବ୍ୟାଙ୍କିଙ୍ଗ ସେବା ଲୋକଙ୍କ ପକେଟ ଲୁଟୁଛି: ଆପ୍ ସାଂସଦ

ରାଜସ୍ଥାନ ରୟାଲ୍ସ  ପକ୍ଷରୁ ଜଶସ୍ବୀ ଜୟୱାଲ ୨୯ ରନ୍ କରିଥିବା ବେଳେ ସଞ୍ଜୁ ସାମସନ୍ ୧୩ ରନ୍ କରିଥିଲେ। ସେହିପରି ରିୟାନ ପରାଗ ୨୫ ରନ୍, ଧ୍ରୁବ ଜୁରେଲ ୩୩ ରନ୍, ଜୋଫ୍ରା ଆର୍ଚର ୧୬ ରନ୍ କରିଥିଲେ। 

ସେହିପରି କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସ୍ପେନସର ଜନସନ୍ ଗୋଟିଏ ୱିକେଟ ନେଇଥିଲେ। ସେହିପରି ବୈଭବ ଆରୋରା, ହର୍ଷିତ ରାଣା, ମୋଇନ ଅଲି ଏବଂ ବୈଭବ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: କେନ୍ଦୁପତ୍ର ହିତାଧିକାରୀଙ୍କ କଲ୍ୟାଣ ପାଇଁ 'ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା'

Indian Premier League 2025 | RR vs KKR | 6th Match

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe