vladimir-putin-india-visit Photograph: (@socialmedia)
ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଭବନରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଛନ୍ତି।
ପୁଟିନଙ୍କୁ ୨୧ ତୋପର ସଲାମୀ
ପୁଟିନଙ୍କୁ ୨୧ ତୋପର ସଲାମୀ ସହିତ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଗାର୍ଡ ଅଫ୍ ଅନର ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ। ଏହାପରେ ପୁଟିନ ରାଜଘାଟ ଅଭିମୁଖେ ବାହାରି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏସବୁ କାର୍ଯ୍ୟକ୍ରମ ପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୁଟିନଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକର ଆୟୋଜନ କରାଯାଇଛି।
ଅଧିକପଢ଼ନ୍ତୁ:ବିହାରରେ ରାଜନୈତିକ ଉଷ୍ମତା ବୃଦ୍ଧି କରୁଛି ଆରଜେଡି ନେତା ଶିବାନନ୍ଦ ତିୱାରୀଙ୍କ ବୟାନ
ଅଧିକପଢ଼ନ୍ତୁ:ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମୁକାବିଲା ପାଇଁ ଚାଲିଛି ଟିକେଟ୍ ବିକ୍ରି
Follow Us