Home Ministry Statement: ସର୍ବାଧିକ ସତର୍କତାର ସହିତ ନମୁନା ସଂଗ୍ରହ କରାଯାଉଥିଲା: ନୌଗାମ ପୁଲିସ ଷ୍ଟେସନ ବିସ୍ଫୋରଣ ନେଇ ଗୃହ ମନ୍ତ୍ରଣାଳୟର ବିବୃତି

ଶ୍ରୀନଗରର ନୌଗାମରେ ଥିବା ପୁଲିସ ଷ୍ଟେସନରେ ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ନାଉଗାଁଓ ପୁଲିସ ଷ୍ଟେସନରେ ବିସ୍ଫୋରଣର କାରଣ ବ୍ୟାଖ୍ୟା କରିଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି, ଗତକାଲି ରାତି ୧୧:୨୦ରେ ନୌଗାମ ପୁଲିସ ଷ୍ଟେସନରେ ଏକ ବିସ୍ଫୋରଣ ହୋଇଥିଲା...

Samples were collected with utmost caution: Home Ministry statement on Nowgam police station blast

Samples were collected with utmost caution: Home Ministry statement on Nowgam police station blast Photograph: (sambad.in)

ନୂଆଦିଲ୍ଲୀ: ଶ୍ରୀନଗରର ନୌଗାମରେ ଥିବା ପୁଲିସ ଷ୍ଟେସନରେ ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ପ୍ରଥମ ବିବୃତି ଜାରି କରିଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି, ଗତକାଲି  ରାତି ୧୧:୨୦ରେ ନୌଗାମ ପୁଲିସ ଷ୍ଟେସନରେ ଏକ ବିସ୍ଫୋରଣ ହୋଇଥିଲା। ନୌଗାମ ଷ୍ଟେସନ ନିକଟରେ ଏକ ଆତଙ୍କବାଦୀ ମଡ୍ୟୁଲକୁ ଠାବ କରାଯାଇଥିଲା।

ବିସ୍ଫୋରକକୁ ଖୋଲା ସ୍ଥାନରେ ରଖାଯାଇଥିଲା

ଯାଞ୍ଚ୍ କରିବା  ସମୟରେ ବିସ୍ଫୋରକ ଜବତ କରାଯାଇଥିଲା। ସମସ୍ତ SOP ଅନୁସରଣ କରାଯାଉଥିଲା। ବିସ୍ଫୋରକଗୁଡ଼ିକୁ ଏକ ଖୋଲା ସ୍ଥାନରେ ରଖାଯାଇଥିଲା। ସେଗୁଡ଼ିକୁ ରାସାୟନିକ ପରୀକ୍ଷା ପାଇଁ ପଠାଯାଉଥିଲା, ଯାହା ଅତ୍ୟନ୍ତ ସତର୍କତାର ସହିତ କରାଯାଉଥିଲା। କିନ୍ତୁ ହଠାତ୍ ବିସ୍ଫୋରଣ ଘଟିଥିଲା।

ଆହୁରି ପଢ଼ନ୍ତୁ:Delhi car blast Update: ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ ଆଉ ଏକ ଏଫଆଇଆର, ଆଲ ଫଲାହ ବିଶ୍ୱବିଦ୍ୟାଳୟର ୮ ପ୍ରଫେସରଙ୍କ ଇସ୍ତଫା

ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି ଯେ, ବିସ୍ଫୋରଣରେ ନଅ ଜଣ ପ୍ରାଣ ହରାଇଛନ୍ତି, ୨୭ ଜଣ ପୁଲିସ କର୍ମଚାରୀ, ୨ ରାଜସ୍ବ ଅଧିକାରୀ ଏବଂ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏକ ବିସ୍ତୃତ ତଦନ୍ତ ଚାଲିଛି। ସେ କହିଛନ୍ତି ସମସ୍ତ ଶୋକସନ୍ତପ୍ତ ପରିବାରଙ୍କୁ ମୁଁ ସମବେଦନା ଜଣାଉଛି।

ପୁଲିସ ଷ୍ଟେସନ କ୍ଷତି ଗ୍ରସ୍ତ

ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି ଯେ ପୁଲିସ ଷ୍ଟେସନର କୋଠା ବ୍ୟାପକ କ୍ଷତି ଗ୍ରସ୍ତ ହୋଇଛି। ଘଟଣାର କାରଣ ତଦନ୍ତ କରାଯାଉଛି। ତେବେ ଘଟଣାର କାରଣ ବିଷୟରେ ଆଉ କୌଣସି ଅନୁମାନ କରିବାର ଆବଶ୍ୟକତା ନାହିଁ। ସରକାର ମୃତକଙ୍କ ପରିବାର ସହିତ ଅଛନ୍ତି।

ଆହୁରି ପଢ଼ନ୍ତୁ:Jay Dholkia CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe