'Sanchar sathi App': ‘ସଞ୍ଚାର ସାଥୀ ଆପ୍’କୁ ନେଇ ତେଜିଲା ବିବାଦ; ଆପ୍‌ ଇଚ୍ଛାଧୀନ, ଡିଲିଟ୍‌ କରିହେବ: ସରକାର

ଭାରତ ସରକାରଙ୍କ ଟେଲିକମ୍ ବିଭାଗ ବିକଶିତ କରିଥିବା ‘ସଞ୍ଚାର ସାଥୀ’ ଆପ୍‌କୁ ସମସ୍ତ ନୂଆ ମୋବାଇଲ୍ ଫୋନ୍‌ରେ ପୂର୍ବ-ସ୍ଥାପିତ ଆପ୍‌ ଭାବେ ରଖାଯିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

fshfshxvbbvbv

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ ବିଭାଗ ବିକଶିତ କରିଥିବା ‘ସଞ୍ଚାର ସାଥୀ’ ଆପ୍‌କୁ ସମସ୍ତ ନୂଆ ମୋବାଇଲ୍ ଫୋନ୍‌ରେ ପୂର୍ବ-ସ୍ଥାପିତ ଆପ୍‌ ଭାବେ ରଖାଯିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ୨୮ ନଭେମ୍ବରରେ ଜାରି ହୋଇଥିବା ଏହି ଆଦେଶ ଅନୁଯାୟୀ, ଆଗାମୀ ୯୦ ଦିନ ଭିତରେ ଦେଶରେ ଉତ୍ପାଦିତ ବା ଆମଦାନି ହେଉଥିବା ସବୁ ନୂଆ ହ୍ୟାଣ୍ଡସେଟ୍‌ରେ ଏହି ଆପ୍  ସର୍ବଦା ଉପଲବ୍ଧ ରହିବା ଭଳି ସ୍ଥାପନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସରକାର ଏହାକୁ ସାଇବର୍ ଠକେଇ ରୋକିବାର ଏକ ବଡ଼ ପଦକ୍ଷେପ ବୋଲି କହୁଥିବା ବେଳେ ବିରୋଧୀ ଦଳ ନେତାମାନେ  ଗୋପନୀୟତା  ପ୍ରସଙ୍ଗ ଉଠାଇ ଏହାକୁ ‘ପେଗାସସ୍‌ ଭଳି ଗୁଇନ୍ଦା ଆପ୍’ ବୋଲି କହି ତୀବ୍ର ବିରୋଧ କରିଛନ୍ତି।  କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସ୍ପଷ୍ଟ କରିଛନ୍ତି ଯେ, ସଞ୍ଚାର ସାଥୀ ଆପ୍ ସମ୍ପୂର୍ଣ୍ଣ ଇଚ୍ଛାଧୀନ। ଏହାକୁ ଯେକୌଣସି ସମୟରେ ଡିଲିଟ୍ କରିପାରିବେ। ନୂଆ ଫୋନ୍‌ରେ ପ୍ରି-ଇନ୍‌ଷ୍ଟଲ କରିବା କେବଳ ସଚେତନତା ପାଇଁ ଏବଂ  ଏହାର ବ୍ୟବହାର ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀ କହିଛନ୍ତି, ଆପ୍ ରେଜିଷ୍ଟ୍ରେସନ ବିନା ନିଷ୍କ୍ରିୟ ରହେ ଏବଂ କୌଣସି ନଜର ରଖିବା ବା କଲ୍‌ ମନିଟରିଂ କରେନାହିଁ। ଏହି ଆପ୍‌ ସାଇବର ଠକେଇରୁ ରକ୍ଷା କରି ୧.୭୫ କୋଟି ଜାଲ ସଂଯୋଗ ବନ୍ଦ କରିଛି ଓ ୭.୫ ଲକ୍ଷ ଚୋରି ଫୋନ୍‌ ଉଦ୍ଧାର କରିଛି।   ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଉପକରଣ ବୋଲି ସିନ୍ଧିଆ କହିଛନ୍ତି।

Blood Donation Camp: ରକ୍ତଦାନ ଶିବିରରୁ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

‘ପେଗାସସ୍‌’ ଭଳି ଏହା ଗୁଇନ୍ଦାଗିରି: ବିରୋଧୀ

ସୂଚନାଯୋଗ୍ୟ, ସଞ୍ଚାର ସାଥୀ ହେଉଛି ନାଗରିକଙ୍କ ପାଇଁ ତିଆରି ଏକ ସୁରକ୍ଷା ଆପ୍ ଏବଂ  ଏହାର ମୁଖ୍ୟ କାମ ହେଉଛି ଆଇଏମ୍‌ଇଆଇ ଯାଞ୍ଚ କରି ନକଲି ଫୋନ୍ ଚିହ୍ନଟ କରିବା,  ଠକେଇ କଲ୍ ଓ ମେସେଜ୍ ରିପୋର୍ଟ କରିବା। ହଜିଯାଇଥିବା ବା ଚୋରି ହୋଇଥିବା ଫୋନ୍ ଖୋଜିବା ପାଇଁ ଏହି ଆପ୍‌ ନିର୍ଣ୍ଣାୟକ ହେବ।  ଜଣେ ଗ୍ରାହକ ନିଜ ନାମରେ କେତେ ସିମ୍ ଚାଲୁଛି ତାହାକୁ ଦେଖିବା ଓ ଅଦରକାରୀ ସିମ୍‌ ବନ୍ଦ କରିବା ପାଇଁ ଆପ୍‌ରେ ବ୍ୟବସ୍ଥା ରହିଛି। ଏହା ସହିତ ନକଲି ଅନ୍ତର୍ଜାତୀୟ କଲ୍ ଚିହ୍ନଟ କରି ବ୍ଲକ୍ କରିବା ମଧ୍ୟ ସହଜ ହେବ।

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ବିଜେପି ଏହାକୁ ଗୋପନୀୟତା ବିରୋଧୀ ନୁହେଁ ବରଂ ନାଗରିକଙ୍କୁ ଠକେଇରୁ ବଞ୍ଚାଇବାର ଏକ ବଡ଼ ଅସ୍ତ୍ର ବୋଲି  କହିଛି।  ଅନ୍ୟପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ  ହାସ୍ୟାସ୍ପଦ ଓ ଗୋପନୀୟତା ଉପରେ ଆକ୍ରମଣ  ବୋଲି କହିଛନ୍ତି। କଂଗ୍ରେସ ନେତା  କେ.ସି. ବେଣୁଗୋପାଳ ଏହାକୁ ସମ୍ବିଧାନ ଉପରେ ଆକ୍ରମଣ ବୋଲି କହି ସମାଲୋଚନା କରିଛନ୍ତି। ଶିବସେନା ଉଦ୍ଧବ ଗୋଷ୍ଠୀ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଏହାକୁ ‘ବିଗ୍ ବ୍ରଦର ଗୁଇନ୍ଦାଗିରି’ କହି ସମାଲୋଚନା କରିଛନ୍ତି।  ଅନେକ  ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି।  କଂଗ୍ରେସ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଏହି ଆପ୍ ଗୁଡିକ ସ୍ୱେଚ୍ଛାକୃତ ହେଲେ ଉପଯୋଗୀ ହୋଇପାରିବ ।  ଗଣତନ୍ତ୍ରରେ କୌଣସି ଜିନିଷକୁ ବାଧ୍ୟତାମୂଳକ କରିବା ଅସୁବିଧା ସୃଷ୍ଟି କରେ  ଏବଂ ଏହା ଉପରେ ଅଧିକ ଆଲୋଚନା ଆବଶ୍ୟକ ବୋଲି ଥରୁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe