ନୂଆଦିଲ୍ଲୀ:ସାଇବର ଠକେଇର ମୁକାବିଲା କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ମେସେଜିଂ ଆପ୍ଗୁଡ଼ିକୁ ସିମ୍ ବାଇଣ୍ଡିଂ କରିବାକୁ କହିଛନ୍ତି। ଏହାର ଅର୍ଥ ହେଉଛି ଯେଉଁ ଡିଭାଇସ୍ରେ ସିମ୍ ଥିବ କେବଳ ସେଥିରେ ଏହି ଆପ୍ଗୁଡ଼ିକ କାମ କରିବ। ଏଥି ସହିତ ୱେବ୍ ଆଧାରିତ ସେବାକୁ ପ୍ରତି ୬ ଘଣ୍ଟାରେ ଆପେ ଲଗ୍ଆଉଟ୍ କରିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି। ଟେଲିକମ୍ ବିଭାଗ ଜାରି କରିଥିବା ଏହି ନିର୍ଦ୍ଦେଶ ହ୍ବାଟସ୍ଆପ୍, ଟେଲିଗ୍ରାମ, ସିଗ୍ନାଲ୍, ଅରଟଇ, ସ୍ନାପ୍ଚାଟ୍, ସେୟାରଚାଟ୍ ଆଦିକୁ ପ୍ରଭାବିତ କରିବ।
Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତାର ଶିକାର
ପଞ୍ଜୀକରଣ ସମୟରେ ଯେଉଁ ସିମ୍ ବ୍ୟବହାର କରାଯାଇଥିଲା ତାହା ଲଗାତାର ଭାବେ ସିମ୍ ସହ ଲିଙ୍କ୍ ହୋଇରହିବାକୁ କମ୍ପାନିଗୁଡ଼ିକ ନିଶ୍ଚିତ କରିବେ। ଡିଜାଇସ୍ରେ ସିମ୍ ନଥିଲେ ସେବା ଆପେ ବନ୍ଦ ହୋଇଯିବ। କେତେକ ମେସେଜିଂ ସଂସ୍ଥା ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ପରିଚୟ ଭାବେ ବ୍ୟବହାର କରୁଛନ୍ତି। ସିମ୍ ଉପଲବ୍ଧ ନଥିବା ଡିଭାଇସ୍ରେ ମଧ୍ୟ ସେମାନଙ୍କ ସେବା ଉପଲବ୍ଧ ହେଉଥିବା ଜଣାପଡ଼ିବା ପରେ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ଏକାଧିକ ଡିଭାଇସ୍ ବ୍ୟବହାର କରୁଥିବା ଓ ନିୟମିତ ବିଦେଶ ଭ୍ରମଣ କରୁଥିବା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ସିମ୍ ବାଇଣ୍ଡିଂ ହେଲେ ନିଜର ଏକାଧିକ ଫୋନ୍ ଓ ଟାବେଲଟ୍ରେ ଗୋଟିଏ ନମ୍ବରର ଆକାଉଣ୍ଟ୍ ବ୍ୟବହାର କରୁଥିବା ଲୋକମାନେ ଆଉ ସେହି ସୁବିଧା ପାଇବେ ନାହିଁ।
Elon Musk on H-1B Visa: ପ୍ରତିଭାବାନ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି : ମସ୍କ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/03/whats-up-2025-08-03-01-07-05.jpg)