ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ପୁଲିସ ବାଇକ ନେଇ ଆସିଥିଲା ସଞ୍ଜୟ

Advertisment

ଦୁଷ୍କର୍ମ କରିବା ରାତିରେ ସଞ୍ଜୟ୍ ରାୟ ଯେଉଁ ବାଇକରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ତାହା କୋଲକାତା ପୁଲିସ କମିଶନର ନାମରେ ପଞ୍ଜିକୃତ ‌ହୋଇଛି। ସିବିଆଇ ଘଟଣାର କରୁଛି ତଦନ୍ତ

ଦୁଷ୍କର୍ମ କରିବା ରାତିରେ ସଞ୍ଜୟ୍ ରାୟ ଯେଉଁ ବାଇକରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ତାହା କୋଲକାତା ପୁଲିସ କମିଶନର ନାମରେ ପଞ୍ଜିକୃତ ‌ହୋଇଛି। ସିବିଆଇ ଘଟଣାର କରୁଛି ତଦନ୍ତ

1

କୋଲକାତା:  କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଏବଂ ଅନ୍ୟ ୬ ଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ୍ ଦୁଇଦିନ ତଳେ ଶେଷ ହୋଇସାରିଛି।।

ସଂଜୟ ରାୟ ପଲିଗ୍ରାଫ୍‌ ଟେଷ୍ଟ୍‌ ପାଇଁ ନିଜ ଆଡ଼ୁ ରାଜି ହୋଇଥିଲା। କୋର୍ଟ ତାକୁ ଏହାର କାରଣ ପଚାରିବାରୁ ସେ କାନ୍ଦି ପକାଇଥିଲା ଏବଂ କହିଥିଲା ମୁଁ କୌଣସି ପ୍ରକାର ଅପରାଧ କରିନି, ମୋତେ ଫସାଇ ଦିଆଯାଇଛି। ଏହି ପରୀକ୍ଷା ହୁଏତ ତାହା ପ୍ରମାଣ କରି‌ ଦେଇପାରେ।  

ଗରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବରୁ ରାୟ ନିଜ ଦୋଷ ସ୍ବୀକାର କରିଥିଲା। ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ଏବଂ ପରେ ସିବିଆଇ ମଧ୍ୟ ଦାବି କରିଥିଲା ଯେ ରାୟ ଏହି ଅପରାଧ କରିଥିବା ସ୍ବୀକାର କରିଛି।
କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଦୁଷ୍କର୍ମ କରିବା ରାତିରେ ସଞ୍ଜୟ୍ ରାୟ ଯେଉଁ ବାଇକରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ତାହା କୋଲକାତା ପୁଲିସ ନାମରେ ପଞ୍ଜିକୃତ ‌ହୋଇଛି। 

ସିବିଆଇ ଦୁଇଦିନ ପୂର୍ବରୁ ଦୁଷ୍କର୍ମକାରୀର ଏହି ବାଇକ ଜବତ କରିଛି।  ସିବିଆଇ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସଞ୍ଜୟ ରାୟର ଏହି ବାଇକର ପଞ୍ଜିକରଣ ୨୦୨୪ମଇ ମାସରେ ହୋଇଥିଲା। ପୁଲିସ ନାମରେ ପଞ୍ଜକୃତ ହୋଇଥିବା ଏହି ବାଇକରେ ଅଭିଯୁ୍କ୍ତ ନିଶାଗସ୍ତ ଅବସ୍ଥାରେ ୧୫କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲା। କିନ୍ତୁ ରାସ୍ତାରେ ଏ‌ତେ କଡ଼ାକଡ଼ି ନିୟମ ଥିବା ସତ୍ତ୍ବେ କେମିତି ସେ ପୁଲିସ ହାତ‌ରେ ଧରାପଡ଼ିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡ଼ିଛି ଅଭିଯୁକ୍ତ ସଞ୍ଜୟ ରାୟ ଓ ପୁଲିସ ମଧ୍ୟରେ କୌଣସି ନା କୌଣସି କ୍ଷେତ୍ରରେ ସଂଯୋଗ ଅଛି। ଏହାର କିଛି ପ୍ରମାଣ ସିବିଆଇ ହାତରେ ବି ଲାଗିଛି।

ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ କୋଲକାତା ପୁଲିସ ଦ୍ବାରା ବ୍ୟବହୃତ ସମସ୍ତ ବାହନ ଓ ବାଇକ ପୁଲିସ କମିଶନର କାର୍ଯ୍ୟାଳୟ ଦ୍ବାରା ପଞ୍ଜିକୃତ। ସଞ୍ଜୟ ରାୟ ପାଖରେ ଏହି  ବାଇକ କେବେ ଠାରୁ ଓ କିପରି ଆସିଲା ସେଦିଗରେ ସିବିଆଇ ତଦନ୍ତ କରୁଛି। 

ଅଧିକପଢ଼ନ୍ତୁ ବନ୍ଦ ହୋଇଯିବ କି ଟେଲିଗ୍ରାମ୍‌! ସିଇଓ ଗିରଫ ହେବା ପରେ ଚିନ୍ତାରେ ବ୍ୟବହାରକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe