ସଞ୍ଜୟଙ୍କ ରାଜନୀତି ଏକ କମେଡି ସୋ’ ପରି: କୃପାଶଙ୍କରଙ୍କ କଟାକ୍ଷ

ୟୁବିଟି ନେତା ସଞ୍ଜୟ ରାଉତଙ୍କ ତାଲିବାନୀ ମନ୍ତବ୍ୟ ଉପରେ କୃପାଶଙ୍କର ସିଂହ କଟାକ୍ଷ କରିଛନ୍ତି। ସେ ସଞ୍ଜୟଙ୍କୁ ଜଣେ ହାସ୍ୟ ଅଭିନେତାଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ରାଜନୀତି ଏକ କମେଡି ସୋ’ ଭଳି...

Sanjay's politics is like a comedy show: Kripishankar's sarcasm

Sanjay's politics is like a comedy show: Kripishankar's sarcasm Photograph: (sambad.in)

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ କୃପାଶଙ୍କର ସିଂହ ଶିବସେନା (ୟୁବିଟି) ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସହ ରାଉତଙ୍କ ତୁଳନା କରି କହିଛନ୍ତି, ସଞ୍ଜୟ ରାଜନୀତିରେ ଅଧିକ ଅବାନ୍ତର ଏବଂ ଅନାବଶ୍ୟକ ମନ୍ତବ୍ୟ ଦେବା ପାଇଁ ଜଣାଶୁଣା। ତାଙ୍କ ମନ୍ତବ୍ୟକୁ କେହି ଗମ୍ଭୀରତାର ସହ ନିଅନ୍ତି ନାହିଁ।

ସଞ୍ଜୟ ରାଉତ ନିକଟରେ ଦାବି କରିଥିଲେ ଯେ, ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଆଗାମୀ ନାଗରିକ ନିର୍ବାଚନ ଏକାଠି ଲଢ଼ିବେ। କୃପାଶଙ୍କର ସିଂହ ଏହି ବକ୍ତବ୍ୟର ଜବାବ ଦେଇ କହିଛନ୍ତି,ସଞ୍ଜୟ ରାଉତଙ୍କ କଥାକୁ କେହି ଗମ୍ଭୀରତାର ସହ ନିଅନ୍ତି ନାହିଁ। ସେ କେବଳ ବୟାନ ଦେଉଛନ୍ତି ଏବଂ ନାଟକ କରୁଛନ୍ତି।

କୃପାଶଙ୍କର ସିଂହ କହିଛନ୍ତି, ସଞ୍ଜୟ ରାଉତଙ୍କ ରାଜନୀତି ଏବେ ଏକ କମେଡି ସୋ’ ଭଳି ହୋଇଯାଇଛି। ରାଜୁ ଶ୍ରୀବାସ୍ତବ ଆଉ ଆମ ମଧ୍ୟରେ ନାହାନ୍ତି,କିନ୍ତୁ ଆଜିକାଲି ରାଜନୀତିରେ କମେଡି କରିବାର ଦୌଡ଼ ଚାଲିଛି। ଅନେକ ନେତା ମନ୍ତବ୍ୟ ଏବଂ ଅଭିନୟ ମାଧ୍ୟମରେ ଖବରରେ କରିବାର ଚେଷ୍ଟା କରିବରେ ବ୍ୟସ୍ତ ଅଛନ୍ତି।

ସେ କରିଛନ୍ତି, ଆଗାମୀ ଯେକୌଣସି ନିର୍ବାଚନରେ ମହାୟୁତି (ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ ଏବଂ ଏନସିପି ଅଜିତ ପାୱାର ଗୋଷ୍ଠୀ) ଏକତ୍ରିତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ଜିତିବେ ମଧ୍ୟ।

ଅଧିକ ପଢ଼ନ୍ତୁ:ଜେଲେନସ୍କିଙ୍କ ସହ ଫୋନ୍‌ରେ କଥା ହେଲେ ଟ୍ରମ୍ପ୍

ସଞ୍ଜୟ ରାଉତ ବିଜେପି ସରକାରଙ୍କୁ "ତାଲିବାନୀ ପ୍ରବୃତ୍ତି" ବୋଲି କହିବା ଉପରେ କୃପାଶଙ୍କର ସିଂହ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଚୋରମାନେ ସମସ୍ତଙ୍କୁ ଚୋର ବୋଲି ମନେ କରନ୍ତି। ସେମାନେ ନିଜ ନିଜ ଚିନ୍ତାଧାରା ଅନୁସାରେ ମନ୍ତବ୍ୟ ଦିଅନ୍ତି।

ପୂର୍ବରୁ, କୃପାଶଙ୍କର ସିଂହ ମଧ୍ୟ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ହିନ୍ଦୀ ବିରୋଧୀ ମନ୍ତବ୍ୟ ଉପରେ ପରୋକ୍ଷ ଭାବେ କଡ଼ା ସମଲୋଚନା କରିଥିଲେ। ସେ କହିଥିଲେ ଯେ, କିଛି ନେତା ରାଜନୈତିକ ଲାଭ ପାଇଁ ମରାଠୀ ଏବଂ ଅଣ-ମରାଠୀ ସମାଜ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେ ସ୍ପଷ୍ଟ ଭାବରେ କହିଥିଲେ, "ହିନ୍ଦୀ ମାଝି ଆଇ ଔର ମରାଠୀ ମାଝି ମାଭଶୀ" (ହିନ୍ଦୀ ମୋର ମାଆ ଏବଂ ମରାଠୀ ମୋର ମାଉସୀ)।

ମହାରାଷ୍ଟ୍ରର ବିକାଶରେ ଉତ୍ତର ଭାରତୀୟ ସମାଜକୁ ସମାନ ଭାଗୀଦାର ଭାବରେ ବର୍ଣ୍ଣନା କରି କୃପାଶଙ୍କର ସିଂହ କହିଥିଲେ ଯେ, ଏହି ସମାଜ କେବଳ ଶ୍ରମିକ ନୁହନ୍ତି ବରଂ ରାଜ୍ୟର ବିକାଶରେ ଉତ୍ସର୍ଗୀକୃତ ଅବଦାନ ଦେଉଥିବା ନାଗରିକମାନଙ୍କର ଏକ ବର୍ଗ।

ଅଧିକ ପଢ଼ନ୍ତୁ:ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ: କେଉଁ ସହର ହେବ ବିଜ୍ଞାପତି ଅଞ୍ଚଳ ପରିଷଦ?

UBT | sanjay raut | comedy-show | kripashankar-singh | BJP 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe