SEBC Reservation Issue: BJP Committed to Social Justice Photograph: (sambad.in)
ନୂଆଦିଲ୍ଲୀ: ଓଡ଼ିଶାରେ ଏସ୍ଇବିସି ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି(ବିଜେପି) ସାମାଜିକ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ପୂର୍ବରୁ ସାମାଜିକ ନ୍ୟାୟକୁ ଅଣଦେଖା କରାଯାଇଛି।
ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ଧୈର୍ଯ୍ୟ ଧରନ୍ତୁ: ଗଣତନ୍ତ୍ରରେ ସଭିଙ୍କୁ ଆଲୋଚନା ପାଇଁ ସୁଯୋଗ ମିଳିବ
ତାଲିକାରେ ଏସ୍ଇବିସିକୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦିଆଯାଇଥିବାରୁ ଧନ୍ୟବାଦ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ପତ୍ର ଲେଖି ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ମେଡ଼ିକାଲ ଶିକ୍ଷାରେ ସଂରକ୍ଷଣ ଦେବାକୁ ଅନୁରୋଧ କରିଥିଲେ।
ଆଗକୁ ବୈଷୟିକ ଶିକ୍ଷା ଏବଂ ଡ଼ାକ୍ତରୀ ଶିକ୍ଷାରେ ମଧ୍ୟ ଏହାକୁ ଲାଗୁ କରାଯିବ। ଦେଶରେ ଚାକିରି କ୍ଷେତ୍ରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହା ମଧ୍ୟ ଲାଗୁ କରାଯିବା ନେଇ ମୋତେ ଆଶ୍ବସ୍ତ କରାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅଧିକ ପଢ଼ନ୍ତୁ: ବିଷ ପିଇ ପରିବାର ଶେଷ
Follow Us