Second earthquake in 24 hours in Tajikistan Photograph: (sambad.in)
ଦୁଶାନବେ: ରବିବାର ପୁଣି ଥରେ ତାଜିକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୯ଟା ୫୪ର ତାଜିକିସ୍ତାନର ଅଧିକାଂଶ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି କହିଛି ଯେ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୧୦ କିଲୋମିଟର ତଳେ ଥିଲା। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଜିକିସ୍ତାନରେ ଭୂକମ୍ପ ହୋଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୪ ସମୟରେ ତାଜିକିସ୍ତାନରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଏକ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଶନିବାର ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଥିଲା।
ଶନିବାର ଅପରାହ୍ନରେ ପାକିସ୍ତାନରେ ୫.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ପଞ୍ଜାବ ଏବଂ କେପିକେ ପ୍ରଦେଶର ବିସ୍ତୃତ ଅଞ୍ଚଳରେ ଲୋକମାନେ ଭୂକମ୍ପର ଝଟକା ଅନୁଭବ କରିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ଇସଲାମାବାଦ ନିକଟବର୍ତ୍ତୀ ରାୱଲପିଣ୍ଡିରେ ଥିଲା। ଇସଲାମାବାଦ, ଆଟକ୍, ଚକୱାଲ ଏବଂ ପଞ୍ଜାବର ଅନ୍ୟାନ୍ୟ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ପଞ୍ଜାବ ବ୍ୟତୀତ ଖାଇବର ପଖତୁନଖ୍ୱାର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା।
ଅଧିକ ପଢ଼ନ୍ତୁ: ଗଣମାଧ୍ୟମର କଣ୍ଠରୋଧ କଲେ ଟ୍ରମ୍ପ୍-ମସ୍କ: ୩ କୋଟି ଦର୍ଶକ ଥିବା ଚ୍ୟାନେଲ୍ ହଠାତ୍ ବନ୍ଦ
ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏସୀୟ ଦେଶଗୁଡ଼ିକରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି। ୨୮ ମାର୍ଚ୍ଚରେ, ମିଆଁମାରରେ ଏକ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ୨୮ ମାର୍ଚ୍ଚରେ ମିଆଁମାରରେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହା ସମଗ୍ର ଅଞ୍ଚଳରେ ବହୁ ପରିମାଣର ଧନଜୀବନ ହାନୀ କରିଥିଲା। ଏହି ଭୂକମ୍ପର ପ୍ରଭାବ ଆଖପାଖର ଅନେକ ଦେଶରେ ଦେଖାଯାଇଥିଲା। ଏହି ବିନାଶକାରୀ ଭୂକମ୍ପ ପରେ, ସେବେଠାରୁ ଲଗାତାର ଭାବରେ ଭୂକମ୍ପ ଜାରି ରହିଛି।
ଅଧିକ ପଢ଼ନ୍ତୁ: କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର କପଡା ପୋଡ଼ି ପାଉଁଶ
Follow Us