India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ବିଜୟୀ ହୋଇଛି। ରାୟପୁରସ୍ଥିତ ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୫୯ ରନ୍‌ର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ପୂରା କରିଛି...

Second ODI: South Africa defeat Team India

Second ODI: South Africa defeat Team India

ରାୟପୁର: ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ବିଜୟୀ ହୋଇଛି। ରାୟପୁରସ୍ଥିତ ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୫୯ ରନ୍‌ର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ପୂରା କରିଛି। ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୩୫୯ ରନ୍‌ ସଂଗ୍ରହ କରି ଭାରତ ବିପକ୍ଷରେ ମ୍ୟାଚ୍‌ ଜିତିଛି।

ଏହି ବିଜୟ ସହିତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇ ପାରିଛି। ତୃତୀୟ ତଥା ଅନ୍ତିମ ଦିନିକିଆ ବିଶାଖାପାଟଣାରେ ଆସନ୍ତା ୬ ତାରିଖରେ ଖେଳାଯିବ।

ଆହୁରି ପଢ଼ନ୍ତୁ:BJP target TMC MP Kalyan Banerjee : କଲ୍ୟାଣ ବାନାର୍ଜିଙ୍କୁ ବିଜେପିର ଟାର୍ଗେଟ: ସୁପ୍ରିମକୋର୍ଟଙ୍କ ଆଦେଶକୁ ଭର୍ସନା କରିବାର ସାହାସ କରୁଥିବା ଅଭିଯୋଗ

ଶେଷ ଓଭରରେ ଜିତିଲା

 ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୩୫୮ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ୩୫୯ର ବିଜୟ ଲକ୍ଷ୍ୟ ରହିଥିଲା।

ଧାର୍ଯ୍ୟ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୱିକେଟ ହରାଇ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡେନ ମାର୍କମ ୧୧୦ ରନ୍ କରିଥିବାବେଳ ଟେମ୍ବା ବାଭୁବା ୪୬ ରନ୍, ମାଥ୍ୟୁ ବ୍ରିଟଜେକ୍ ୬୮ ରନ୍, ଡିୱାଲ୍ଡ ବ୍ରେଭିସ୍ ୫୪ ରନ୍ କରି୍‌ଥିଲେ।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇ ନଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଶୀଘ୍ର ଆଉଟ୍ ହୋଇଥିଲେ। ତା’ପରେ ବିରାଟ କୋହଲି ଏବଂ ରୁତୁରାଜ ଗାଏକ୍ବାଡ୍ ବ୍ୟାଟିଂ ଭାର ଗ୍ରହଣ କରିଥିଲେ। ଗାଏକ୍ବାଡ୍ ଚମତ୍କାର ଖେଳି ଏକଦିବସୀୟରେ ନିଜର ପ୍ରଥମ  ଶତକ ହାସଲ କରିଥିଲେ। ‌ସେ ୮୩ ବଲ୍‌ରେ ୧୦୫ ରନ୍ କରି ପାଭିଲିୟନ ଫେରିଥିଲେ।

ଆହୁରି ପଢ଼ନ୍ତୁ:Good News for Pilgrims: ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ବସ୍ତି ଖବର: ଶିରିଡ଼ି ଯାତ୍ରା ଏବେ ହେବ ସହଜ

ବିରାଟ କୋହଲି ବଲ୍‌ରେ ନିଜର ତମ ଏକଦିବସୀୟ ଶତକ ହାସଲ କରିଥିଲେ। ସେହିପରି କେ.ଏଲ.ରାହୁଲ ୬୬ ରନ୍ କରିଥିବାବେଳେ ୱାଶିଂଟନ ସୁନ୍ଦର ୧ ରନ୍ ଏବଂ ରବିନ୍ଦ୍ର ଜାଡେଜା ୨୪ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe