Sharmistha Arrest: BJP questions TMC Photograph: (sambad.in )
କୋଲକାତା: କୋଲକାତା ପୁଲିସ ଦ୍ୱାରା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରିବା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ସୃଷ୍ଟି ହୋଇଛି। ଇନଫ୍ଲୁଏନ୍ସରଙ୍କ ଗିରଫଦାରୀ ପରେ, ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଛି।
ଅଧିକାରୀ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୨୨ ବର୍ଷୀୟା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲି ଏକ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ, ଯେଉଁଠାରେ ହିନ୍ଦୁମାନଙ୍କୁ ବାଛି ବାଛି ଟାର୍ଗେଟ କରାଯାଇଥିଲା, ଯାହାକୁ ସେ ପରେ ଡିଲିଟ୍ କରିଦେଇ କ୍ଷମା ପ୍ରାର୍ଥନା କରିଥିଲେ, ତଥାପି ତାଙ୍କୁ କୋଲକାତା ପୁଲିସ ଗୁଡ଼ଗାଓଁରୁ ଗିରଫ କରିଥିଲା।
ଅଧିକ ପଢ଼ନ୍ତୁ:ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ ପାଇଁ ନିଜେ ଦାୟୀ: ଭାରତ
ଶୁଭେନ୍ଦୁ ଅଧିକାରୀ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ହିନ୍ଦୁ ଦେବତାଙ୍କ ମୂର୍ତ୍ତି ଭଙ୍ଗାଯିବା ସମୟରେ କୋଲକାତା ପୁଲିସ କେଉଁଠାରେ ପଦକ୍ଷେପ ଗ୍ରହଣ କରିଥିଲା କି? ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼ କରାଗଲେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି କି। ଯେତେବେଳେ ଅନୁବ୍ରତ ମଣ୍ଡଳ ତୁମ ଅଧୀନସ୍ଥଙ୍କ ସ୍ତ୍ରୀ ଏବଂ ମା’ଙ୍କ ସହ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ, ସେତେବେଳେ ତୁମେ କେଉଁଠି ଥିଲ ବୋଲି ସେ ପ୍ରଶ୍ନ କରିଛନ୍ତି।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି, ରାଷ୍ଟ୍ରବାଦୀ ଓକିଲମାନେ ଶର୍ମିଷ୍ଠାଙ୍କ ମାମଲା ଗ୍ରହଣ କରୁଛନ୍ତି ଏବଂ ତାଙ୍କୁ ସର୍ବୋତ୍ତମ ଆଇନଗତ ପ୍ରତିରକ୍ଷା ଦିଆଯିବ। ମୁଁ ଆଶା କରୁଛି ଯେ, ଶର୍ମିଲା ଦୁଷ୍ଟ ଏବଂ ନିଷ୍ଠୁର ମମତା ସରକାରଙ୍କ ପୁଲିସ କବଳରୁ ମୁକ୍ତ ହେବେ।
ଅଧିକ ପଢ଼ନ୍ତୁ: ମୋଟର ସାଇକେଲ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଶଶୁର ଓ ଜ୍ବାଇଁଙ୍କ ଚାଲିଗଲା ଜୀବନ
kolkata police | pawan-kalyan | sharmistha-panoli | Suvendu Adhikari
Follow Us