Sheikh Hasina Death Sentences: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମାନବତା ବିରୋଧୀ ଅପରାଧ, ନିରସ୍ତ୍ର ପ୍ରଦର୍ଶନକାରୀଙ୍କୁ ଗୁଳି ଚଲାଇବା ଏବଂ ଡ୍ରୋନ୍ ବ୍ୟବହାର କରି ଆକ୍ରମଣ କରିବା ପାଇଁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛି।

Sheikh Hasina

Sheikh Hasina Death Sentences Photograph: (sambad.in)

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା।

ହିଂସା ରୋକିବା ପରିବର୍ତ୍ତେ ଆକ୍ରମଣର ଆଦେଶ ଦେଇଥିଲେ ହସିନା

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ପ୍ରଥମ ଅଭିଯୋଗ ଅନୁଯାୟୀ, ଶେଖ୍ ହସିନା ପରିସ୍ଥିତି ପରିଚାଳନା ଏବଂ ହିଂସା ରୋକିବା ପାଇଁ କିଛି କରିନଥିଲେ। ଏହା ତାଙ୍କର ଦାୟିତ୍ବ ଥିଲା। ପ୍ରମାଣରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ମାମଲାରେ ପୁଲିସ ମହାନିରୀକ୍ଷକ (ଆଇଜିପି) ଦୋଷୀ ହୋଇପାରନ୍ତି। ଜୁଲାଇ ୧୯ପରେ, ଗୃହମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଖ୍ ହସିନା ପ୍ରତିବାଦକାରୀଙ୍କୁ ଟାର୍ଗେଟ କରିବା ପାଇଁ ଏକ କୋର କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।

କୋର୍ଟରେ ମୋଟ ୫୪ଜଣ ସାକ୍ଷୀ ଉପସ୍ଥାପନ କରିଥିଲେ

ରାୟ ଦେବା ପୂର୍ବରୁ କୋର୍ଟ ୫୪ଜଣ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଶୁଣିଥିଲେ ଏବଂ ଏହା ଶେଖ୍ ହସିନା କରିଥିବା ଅପରାଧକୁ ପ୍ରମାଣ କରିବାରେ ଯଥେଷ୍ଟ ବୋଲି ନିଷ୍ପତ୍ତି ନେଇଥିଲେ। ସାରା ଦେଶରୁ ସଂଗୃହୀତ ପ୍ରମାଣ ଏବଂ ବିଭିନ୍ନ ଉତ୍ସରୁ ମିଳିଥିବା ଅତିରିକ୍ତ ପ୍ରମାଣ ମଧ୍ୟ ଯାଞ୍ଚ କରାଯାଇଥିଲା। 

ଶୁଣାଣି ସମୟରେ ICTର ମୁଖ୍ୟ ବିଚାରପତି କ’ଣ କହିଥିଲେ?

ଶୁଣାଣି ସମୟରେ ICTର ମୁଖ୍ୟ ବିଚାରପତି କହିଥିଲେ ଯେ, ଶେଖ୍ ହସିନା ପ୍ରତିବାଦକାରୀ ଛାତ୍ର ଏବଂ ଅନ୍ୟାନ୍ୟ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଢାକା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲରଙ୍କ ସହ ଏକ ଫୋନ୍ ବାର୍ତ୍ତାଳାପରେ ହସିନା ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଛାତ୍ରମାନଙ୍କୁ ଅପମାନିତ କରିଥିଲେ, ଯାହା ପ୍ରତିବାଦକୁ ଆହୁରି ତୀବ୍ର କରିଥିଲା।

ଆହୁରି ପଢ଼ନ୍ତୁ: Kumar Sangakkara: IPL-2026 ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେଲେ ସାଙ୍ଗାକାରା

ଆହୁରି ପଢ଼ନ୍ତୁ: Judgement on Sheikh Hasina: ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚଳାଇବା ଆଦେଶ ପାଇଁ ଆଜି ଶେଖ୍ ହସିନାଙ୍କୁ ମିଳିବ ଦଣ୍ଡ, ଢ଼ାକାରେ ହାଇଆଲର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe