Hasina's Son Praises PM Modi: ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଛି, ମୋଦୀଜୀଙ୍କ ଆଗରେ ଚିର ଋଣୀ: ଶେଖ୍ ହସିନାଙ୍କ ପୁଅ

ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ସରକାରଙ୍କୁ ତାଙ୍କ ମାଆଙ୍କ ଜୀବନ ରକ୍ଷା କରିଥିବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ବାଂଲାଦେଶର ରାଜନୈତିକ ସଙ୍କଟ ସମୟରେ ହାସିନାଙ୍କୁ ଭାରତ ଆଶ୍ରୟ ଦେଇଥିଲା ବୋଲି ସେ କହିଛନ୍ତି।

Sheikh Hasina

Grateful To PM Modi Photograph: (sambad.in)

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ  ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଦଶନ୍ଧି ମଧ୍ୟରେ କୌଣସି ପୂର୍ବତନ ବାଂଲାଦେଶ ନେତାଙ୍କ ବିରୋଧରେ ଏହା ଅତ୍ୟନ୍ତ ନାଟକୀୟ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ। ଆସନ୍ତା ଫେବ୍ରୁଆରି‌ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଏହାର ମାତ୍ର କିଛିମାସ ପୂର୍ବରୁ ହସିନାଙ୍କ ବିରୋଧ‌‌ରେ ଏହି ରାୟ ଆସିଛି।  ଅନ୍ୟପକ୍ଷରେ ଏହି ରାୟକୁ ବିରୋଧ କରି ହସିନାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶତାଧିକ ସ୍ଥାନରେ ହିଂସା ଜାରି ରହିଛି। ହସିନାଙ୍କ ଦଳ ଆୱାମୀ ଲିଗ୍‌ ରାୟକୁ ପ୍ରତ୍ୟାଖ୍ୟାନ କରିବା ସହ ଏହା ବିରୋଧରେ ଦେଶବ୍ୟାପୀ ଜନଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି।

ଏମଧ୍ୟରେ ଶେଖ ହାସିନାଙ୍କ ପୁଅ ସଜୀବ ୱାଜେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଗତ ବର୍ଷ ବାଂଲାଦେଶରେ ହୋଇଥିବା ରାଜନୈତିକ ଆନ୍ଦୋଳନ ସମୟରେ ଶେଖ ହାସିନାଙ୍କ ଉପରେ ହତ୍ୟା ଉଦ୍ୟମ କରାଯାଇଥିଲା। ବହୁତ କଷ୍ଟରେ ସେ ଖସି ଆସି ଭାରତରେ ରହିବା ଆରମ୍ଭ କରିଥିଲେ। ତାଙ୍କୁ ଭାରତରେ ରହିବାକୁ ଅନୁମତି ଦେଇଥିବାରୁ ସଜୀବ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଭାରତ ଆଗରେ ଚିର କୃତଜ୍ଞ ରହିବି: ହସିନାଙ୍କ ପୁଅ

ସେ କହିଛନ୍ତି ଯେ, "ଭାରତ ସବୁବେଳେ ଏକ ଭଲ ବନ୍ଧୁ ବୋଲି ପ୍ରମାଣ କରିଛି। ସଙ୍କଟ ସମୟରେ ଭାରତ ମୋ ମାଆଙ୍କ ଜୀବନ ରକ୍ଷା କରିଛି। ଯଦି ସେ ବାଂଲାଦେଶ ଛାଡି ନଥାନ୍ତେ, ତେବେ ଆତଙ୍କବାଦୀମାନେ ତାଙ୍କୁ ନିଶ୍ଚିତ ହତ୍ୟା କରିଥାନ୍ତେ। ମୋ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ପ୍ରତି ଚିର କୃତଜ୍ଞ।"

ତେବେ କୋର୍ଟ, ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ  ଆଜୀବନ କାରାଦଣ୍ଡ ଦେବା ସହିତ ଆନ୍ଦୋଳନ ସମୟରେ ଅନେକ ଲୋକଙ୍କ ହତ୍ୟା ମାମଲାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ପୃଥକ୍‌ ଭାବେ ମୃତ୍ୟୁଦଣ୍ଡ ମିଳିଛି। ହସିନାଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍‌କୁ ଉଦ୍ଧୃତ କରି ଟ୍ରିବ୍ୟୁନାଲ ଦର୍ଶାଇଥିଲେ ଯେ ଶେଖ୍‌ ହସିନା ମାନବତା ବିରୋଧୀ ଅପରାଧ କରିଛନ୍ତି।  ଅଗଷ୍ଟ ୫ ତାରିଖରେ ୬ ଜଣ ଆନ୍ଦୋଳନକାରୀଙ୍କୁ ଚଙ୍ଖରପୁଲରେ  ହତ୍ୟା କରାଯାଇଥିଲା ଏବଂ ଶେଖ ହସିନାଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କୁ ହତ୍ୟା କରାଯାଇଥିବା ନେଇ ରହିଥିବା ବଳିଷ୍ଠ ପ୍ରମାଣ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ଥିଲା। ତତ୍କାଳୀନ ଗୃହମନ୍ତ୍ରୀ ତଥା ପୁଲିସ ଆଇଜିଙ୍କ ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ସେମାନେ ଏହାଦ୍ବାରା ମାନବତା ବିରୋଧରେ ଅପରାଧ କରିଥିଲେ। 

ରାୟ ପକ୍ଷପାତପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ: ହସିନା, କଠୋରପନ୍ଥୀଙ୍କ ବିରାଟ ଷଡ୍‌ଯନ୍ତ୍ର

‘ମାନବତା ବିରୋଧରେ ଅପରାଧ’ ପାଇଁ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍‌) ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାପରେ ହସିନା ଆଇସିଟକୁ କଡ଼ା ସମାଲୋଚନା କରିଥିଲେ।  ଏକ ବିବୃତି ଜାରି କରି ହସିନା ଦାବି କରିଥିଲେ ଯେ ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ସହ ଜଡ଼ିତ ହିଂସା ଘଟଣାରେ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ପକ୍ଷପାତପୂର୍ଣ୍ଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।  ହସିନା ରାୟକୁ ଅନ୍ୟାୟପୂର୍ଣ୍ଣ, ପୂର୍ବ ନିର୍ଦ୍ଧାରିତ କହିଥିଲେ।   ବିନା ଗଣତାନ୍ତ୍ରିକ ଜନାଦେଶ ସହ ଏକ ଅଣ ନିର୍ବାଚିତ ସରକାରର ଅଧ୍ୟକ୍ଷତାରେ ମୋ ବିରୋଧରେ ଏହି ରାୟ ଆସିଛି ବୋଲି ହସିନା ଦାବି କରିଥିଲେ। ହସିନା କହିଥିଲେ ଯେ, ମୋତେ ମାମଲାରେ ଦୋଷୀସାବ୍ୟସ୍ତ କରିବା ପୂର୍ବ ନିର୍ଦ୍ଧାରିତ। 

ଆହୁରି ପଢ଼ନ୍ତୁ: Deported From USA to India: ଅନମୋଲ ବିଶ୍ନୋଇ ଆମେରିକାରୁ ଭାରତକୁ ନିର୍ବାସିତ: ରୁଷିଆ ପାସପୋର୍ଟ ଏବଂ ନକଲି ନାମ 'ଭାନୁ ପ୍ରତାପ' ପଛର କାହାଣୀ ସାମ୍ନାକୁ ଆସିଲା

ଆହୁରି ପଢ଼ନ୍ତୁ: Kanak-News-Odisha-Nirman-Conclave-2025 :ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ: ସୌମ୍ୟରଞ୍ଜନ ପଟ୍ଟନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe