କୋଝିକୋଡ୍: ଏକ ଦୋକାନର ପ୍ରଚାର ଅଭିଯାନ କୋଝିକୋଡ୍ ସହରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ମାତ୍ର ୧ ଟଙ୍କାରେ ପ୍ରିମିୟମ୍ ଜୋତା ମିଳିବ ବୋଲି ଦୋକାନ ତରଫରୁ ପ୍ରଚାର କରାଯାଇଥିଲା। ଜୋତା ପାଇବା ଲାଗି ଲୋକମାନେ ରାତିରୁ ଆସି ଦୋକାନ ସାମ୍ନାରେ ଭିଡ଼ ଲଗାଇଥିଲେ। କିଛି ସମୟ ଭିତରେ ଉକ୍ତ ଅଞ୍ଚଳରେ ଅସମ୍ଭାଳ ଭିଡ଼ ହୋଇଥିଲା। ଭିଡ଼ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଗାଡ଼ି ମଟର ଚଳାଚଳ ବନ୍ଦ ହୋଇଯାଇଥିଲା।
ଆହୁରି ପଢନ୍ତୁ: ଭାରତୀୟଙ୍କୁ ଖୁସି ଖବର ଦେଲେ କାନାଡା ସରକାର: ପ୍ରବାସୀଙ୍କୁ ସ୍ଥାୟୀ ଘର ଦେବାକୁ ପ୍ରତିଶ୍ରୁତି
ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।ପୁଲିସ କହିବାନୁସାରେ, ୧ ଟଙ୍କାରେ ଜୋତା ବିଜ୍ଞାପନ ଭାଇରାଲ୍ ହେବା ପରେ ଶହ ଶହ ଲୋକ ଦୋକାନ ସାମ୍ନାକୁ ଚାଲିଆସିଥିଲେ। ସେଠାରେ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରାତି ୨ଟାରୁ ଲୋକମାନେ ଭିଡ଼ ଜମାଇବା ଆରମ୍ଭ କରିଥିଲେ। କମ୍ପାନି ଘୋଷଣା କରିଥିଲା ଯେ ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ୧ଟଙ୍କାରେ ପ୍ରିମିୟମ୍ ଜୋତା ପ୍ରଦାନ କରାଯିବ। ଏହି ଘଟଣା ପାଇଁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଦୋକାନ ମାଲିକଙ୍କୁ ପୁଲିସ ଅଟକ ରଖିଥିଲା।
Follow Us