ଗୁଳି କଲେ, ଜୀବନ୍ତ ଜାଳି ଦେଲେ: ବନ୍ଧୁକଧାରୀ ୧୦୦ଙ୍କୁ ନିର୍ମମ ଭାବରେ ହତ୍ୟା କରି ଗାଁକୁ 'କବରସ୍ତାନ'ରେ ପରିଣତ କଲେ

ନାଇଜେରିଆରେ ସୁରକ୍ଷା ଏବଂ ସାମାଜିକ ସଙ୍କଟ ଜାରି ରହିଛି। ଦେଶରେ ଅନେକ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ବିଦ୍ରୋହ ହେଉଛି। ଏହା ସହିତ ନାଇଜେରିଆରେ ହିଂସା ଏବଂ ଅପରାଧ ବୃଦ୍ଧି ପାଉଛି...

Shot, burned alive: Gunmen brutally killed 100 people, turned village into 'graveyard'

Shot, burned alive: Gunmen brutally killed 100 people, turned village into 'graveyard' Photograph: (sambad.in)

ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁରେ ଏକ ଆକ୍ରମଣରେ ବନ୍ଧୁକଧାରୀମାନେ ୧୦୦ରୁ ଅଧିକ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣା କେନ୍ଦ୍ରୀୟ ନାଇଜେରିଆର ବେନୁ ରାଜ୍ୟର ୟେଲେୱାଟା ଗାଁରେ ଘଟିଛି।

ଆମନେଷ୍ଟି ଇଣ୍ଟରନ୍ୟାସନାଲ ନାଇଜେରିଆ ଶନିବାର ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁରେ ବନ୍ଧୁକଧାରୀଙ୍କ ଦ୍ୱାରା ଏହି ଆକ୍ରମଣ ହୋଇଥିଲା ଏବଂ ଶନିବାର ସକାଳ ପର୍ଯ୍ୟନ୍ତ ବନ୍ଧୁକଧାରୀମାନେ ଗାଁରେ ଘରଘର ବୁଲି ଲୋକଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ।

ସମଗ୍ର ଗାଁ ଏକ ଖୋଲା କବରସ୍ତାନରେ ପରିଣତ ହୋଇଥିଲା। ଗାଁରେ ମୃତଦେହ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ି ରହିଥିଲା। ବନ୍ଧୁକଧାରୀମାନେ ଗୁଳି ମାରିବା ପରେ ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।

ଫାର୍ଷ୍ଟପୋଷ୍ଟର ରିପୋର୍ଟ ଅନୁଯାୟୀ, ୟେଲେୱାଟାରେ ଏହି ଭୟଙ୍କର ଆକ୍ରମଣ ପରେ ଅନେକ ଲୋକ ନିଖୋଜ ଅଛନ୍ତି । ଏହି ଆକ୍ରମଣ ସମୟରେ କେହି ଖସି ପଳାଇଯିବାର ସମ୍ଭାବନା ଅଛି ଅବା ସେମାନଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି। ଆକ୍ରମଣରେ ବହୁ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ ଏବଂ ଚିକିତ୍ସା ପାଇଁ ସେମାନେ ଚିନ୍ତିତ ଅଛନ୍ତି। ସାମ୍ପ୍ରତିକ ସମୟରେ ବେନୁ ରାଜ୍ୟରେ ଏପରି ହତ୍ୟାକାଣ୍ଡର ଘଟଣା ଲଗାତାର ଦେଖାଯାଉଛି। ମୁସଲିମ ଏବଂ ଖ୍ରୀଷ୍ଟିଆନ ଜନସଂଖ୍ୟା ବିଶିଷ୍ଟ ଦେଶ ନାଇଜେରିଆରେ ବଢୁଥିବା ଆକ୍ରମଣ ଉପରେ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଚିନ୍ତା ପ୍ରକାଶ କରିଛି।

ଆମନେଷ୍ଟି ଇଣ୍ଟରନ୍ୟାସନାଲ ଏକ ବିବୃତିରେ କହିଛି, 'ଆକ୍ରମଣକାରୀମାନେ ଅନେକ ପରିବାରକୁ ସେମାନଙ୍କ ଘରେ ବନ୍ଦ କରି ଜୀବନ୍ତ ଜାଳି ଦେଇଥିଲେ। ଏହା ନିଷ୍ଠୁରତାର ଚରମ ସୀମା। ଆମେ ବେନୁ ରାଜ୍ୟରେ ଆକ୍ରମଣର ଏଭଳି ବିପଜ୍ଜନକ ସ୍ଥିତିକୁ ନିନ୍ଦା କରୁଛୁ। ବନ୍ଧୁକଧାରୀମାନେ ବିନା ଭୟରେ ଲୋକଙ୍କୁ ହତ୍ୟା କରୁଛନ୍ତି। ଏହି ଆକ୍ରମଣଗୁଡ଼ିକ ଯୋଗୂ ବହୁ ସଂଖ୍ୟକ ବିସ୍ଥାପନ ଘଟୁଛି। ହିଂସା ଯୋଗୁ ଖାଦ୍ୟ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି । କାରଣ ଅଧିକାଂଶ ପୀଡିତ ହେଉଛନ୍ତି ଚାଷୀ।

ନାଇଜେରିଆର ବେନୁ ରାଜ୍ୟ ଦେଶର ମଧ୍ୟଭାଗରେ ଅବସ୍ଥିତ, ଯାହାର ସୀମା ଉତ୍ତରରେ ମୁସଲିମ ବହୁଳ ଏବଂ ଦକ୍ଷିଣରେ ଖ୍ରୀଷ୍ଟିଆନ ଅଞ୍ଚଳ ଦ୍ୱାରା ଘେରି ରହିଛି। ଏହି ଅଞ୍ଚଳ ଦୀର୍ଘ ଦିନ ଧରି ସବୁଜ ଜମି ଖୋଜୁଥିବା ପଶୁପାଳକ ଏବଂ କୃଷକମାନଙ୍କ ମଧ୍ୟରେ ହିଂସା ଦ୍ୱାରା ଜର୍ଜରିତ ହୋଇଆସୁଛି। ଜମି ବିବାଦ ପ୍ରାୟତଃ ଜାତିଗତ ଏବଂ ଧାର୍ମିକ ଉତ୍ତେଜନାକୁ ବୃଦ୍ଧି କରୁଛି। ଫଳରେ ଗୋଷ୍ଠୀଗୁଡ଼ିକ ମଧ୍ୟରେ ମାରାତ୍ମକ ହିଂସା ଘଟୁଛି

ଅଧିକ ପଢ଼ନ୍ତୁ: ପୁଣେ : ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲ ଭାଙ୍ଗିଯିବାରୁ ୩୦ ନିଖୋଜ

ଗତ ମାସରେ ମଧ୍ୟ, ଏହି ଅଞ୍ଚଳର ଗ୍ୱେର ପଶ୍ଚିମ ଜିଲ୍ଲାରେ ସନ୍ଦିଗ୍ଧ ପଶୁପାଳକମାନେ ୪୨ ଜଣଙ୍କୁ ହତ୍ୟା କରିଥିଲେ। ଏସବିଏମ ଇଣ୍ଟେଲିଜେନ୍ସ ଅନୁଯାୟୀ, ୨୦୧୯ ପରଠାରୁ ଏପରି ସଂଘର୍ଷରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨୨ ଲକ୍ଷ ଲୋକ ନିଜର ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି। ନାଇଜେରିଆ ସରକାର ବେନୁ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ପ୍ରୟାସ କରିଛନ୍ତି, କିନ୍ତୁ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିନାହିଁ।

ଆମନେଷ୍ଟି ଇଣ୍ଟରନ୍ୟାସନାଲ ବେନୁ ରାଜ୍ୟରେ ହିଂସା ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନାଇଜେରିଆ ସରକାରଙ୍କୁ ଅନୁରୋଧ କରିଛି। ସଂଗଠନ କହିଛି ଯେ, ପୀଡିତମାନଙ୍କୁ ନ୍ୟାୟ ଏବଂ ପର୍ଯ୍ୟାପ୍ତ କ୍ଷତିପୂରଣ ଯୋଗାଇବା ପାଇଁ ସରକାର ଯୋଜନା ପ୍ରଣୟନ କରିବା ଅପରିହାର୍ଯ୍ୟ।

ଅଧିକ ପଢ଼ନ୍ତୁ: ଆଝାରୁଦ୍ଦିନଙ୍କ ପୁଅ ରାଜନୀତିରେ: ୧୧ ଦିନ ଖେଳିଥିଲେ କ୍ରିକେଟ

 Nigeria | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe