ଶ୍ରଦ୍ଧାଳୁଙ୍କ ମନମୋହୁଛନ୍ତି ସଙ୍ଗମକୁ ଆସିଥିବା ବିଦେଶୀ ପକ୍ଷୀ

ସଙ୍ଗମରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇବାର ଅନନ୍ୟ ଦୃଶ୍ୟ ସା୍ମ୍ନାକୁ ଆସିଥିବା ବେଳେ କିଛିଦିନ ହେବ ପ୍ରାୟାଗରାଜକୁ ଅନେକ ସଂଖ୍ୟାରେ ସାଇବେରିଆନ ପକ୍ଷୀମାନଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି। 

ety

ery

ନୂଆଦିଲ୍ଲୀ: ମହାକୁମ୍ଭକୁ ପ୍ରତିଦିନ ହଜାରହଜାର ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଆଗମନ ହେବାରେ ଲାଗିଛି।  ମୌନି ଅମାବାସ୍ୟା ପରେ ପୁଣିଥରେ ଏଠାରେ ଲୋକଙ୍କ ଭିଡ଼ ବଢ଼ି ଚାଲିଛି। ସଙ୍ଗମରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇବାର ଅନନ୍ୟ ଦୃଶ୍ୟ ସା୍ମ୍ନାକୁ ଆସିଥିବା ବେଳେ କିଛିଦିନ ହେବ ପ୍ରାୟାଗରାଜକୁ ଅନେକ ସଂଖ୍ୟାରେ ସାଇବେରିଆନ ପକ୍ଷୀମାନଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି। 

ଅଧିକପଢ଼ନ୍ତୁ:ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ଭାଙ୍ଗିଲା ଦିଲ୍ଲୀ ବିଧାନସଭା

ସାଇବେରିଆନ ପକ୍ଷୀ ସାଇବେରିଆରୁ ଆସୁଥିବା ପ୍ରବାସୀ ପକ୍ଷୀ। ଏହି ପକ୍ଷୀମାନେ ହଜାରହଜାର କିଲୋମିଟର ଅତିକ୍ରମ କରି ଭାରତକୁ ଆସିଥାଆନ୍ତି। ପ୍ରୟାଗରାଜ‌ରେ ଏହି ପକ୍ଷୀମାନେ ଅକ୍ଟୋବରରୁ ଆସିବା ଆରମ୍ଭ କରନ୍ତି। ଏଠାରେ ଶୀତଋତୁ ପର୍ଯ୍ୟନ୍ତ ରହିଥାଆନ୍ତି। କୁହାଯାଏ ଏମାନଙ୍କ ମସ୍ତିକର କୋଷ ମଣିଷ ତୁଳନାରେ ଅଧିକ ଓ ସକ୍ରିୟ ହୋଇଥାଏ।

ଅଧିକପଢ଼ନ୍ତୁ:ଦିଲ୍ଲୀ ବିଜୟ ସହିତ ୨୧ ରାଜ୍ୟରେ ଏନଡିଏ ସରକାର, ଦେଶର ରାଜନୈତିକ ମାନଚିତ୍ର ଦେଖନ୍ତୁ..

ମହାକୁମ୍ଭ ସମୟ‌ରେ ସଙ୍ଗମ‌ରେ ପବିତ୍ର ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗତ ଶୁକ୍ରବାର ସୁଦ୍ଧା ୪୦‌କୋଟିରେ ପହଞ୍ଚିଥିବା ସରାକାରଙ୍କ ପକ୍ଷରୁ ଅଧିକାରିକ ଭାବେ ପ୍ରକାଶ ପାଇଛି। ସଙ୍ଗମରେ ଶ୍ରଦ୍ଧାଳୁଙ୍କ ସମେତ ସାଇବେରିଆନ ପକ୍ଷୀଙ୍କ ଲାଗିଥିବା ଭିଡ଼ର ଦୃଶ୍ୟ ଖୁବ ସ୍ବତନ୍ତ୍ର ରହିଛି। ଯାହାକି ଲୋକଙ୍କୁ ବେଶ ଆକୃଷ୍ଟ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe