ସିନ୍ଦେଙ୍କ ବଡ଼ ଘୋଷଣା: ମୋଦୀ-ଶାହଙ୍କ ନିଷ୍ପତ୍ତି ଗ୍ରହଣ କରିବି

Advertisment

ସିଏମ୍ ପଦ ନେଇ ଚର୍ଚ୍ଚା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଠାଣେରେ ଥିବା ବାସଭବନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସିନ୍ଦେ କହିଛନ୍ତି, ସେ ସିଏମ୍ ପଦବୀ ପାଇଁ ଦାବି ତ୍ୟାଗ କରି ବିଜେପିର ନେତୃତ୍ୱ ଗ୍ରହଣ କରୁଛନ୍ତି...

ସିଏମ୍ ପଦ ନେଇ ଚର୍ଚ୍ଚା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଠାଣେରେ ଥିବା ବାସଭବନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ସିନ୍ଦେ କହିଛନ୍ତି, ସେ ସିଏମ୍ ପଦବୀ ପାଇଁ ଦାବି ତ୍ୟାଗ କରି ବିଜେପିର ନେତୃତ୍ୱ ଗ୍ରହଣ କରୁଛନ୍ତି...

7aannzxpa

ଠାଣେ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ତାଙ୍କ ମନରେ କୌଣସି ଚିନ୍ତା ନ ରଖିବାକୁ କହିଛି। ସିଏମ୍ ପଦବୀ ଉପରେ ଦାବି ତ୍ୟାଗ କରି ସେ କହିଛନ୍ତି ଯେ ମୁଁ ବିଜେପିର ମୁଖ୍ୟମନ୍ତ୍ରୀ ନେତୃତ୍ବକୁ ଗ୍ରହଣ କରୁଛି। ମୁଁ ବିଜେପିର ସିଏମ୍ ପ୍ରାର୍ଥୀଙ୍କୁ ସମର୍ଥନ କରିବି।

ସେ କହିଛନ୍ତି ଯେ, ମହାରାଷ୍ଟ୍ରର ବିକାଶ ପାଇଁ ମୁଁ କାର୍ଯ୍ୟ କରିବି। ସେ କହିଛନ୍ତି, ମୁଁ ଲୋକପ୍ରିୟତା ପାଇଁ ନୁହେଁ ବରଂ ମହାରାଷ୍ଟ୍ରର ଲୋକଙ୍କ ପାଇଁ କାମ କରିଛି। ମତେ  ସମର୍ଥନ କରିଥିବାରୁ ମୁଁ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆମକୁ ଯାହା ଶିଖାଯାଇଥିଲା ତାହା କରିଥିଲୁ। ପିଏମ୍ ମୋଦୀ କହିଥିଲେ ଯେ, ତୁମେ କାମ କର, ଆମେ ତୁମ ପଛରେ ପଥର ପରି ଛିଡା ହୋଇଛୁ। ଯୋଜନାରେ ମଧ୍ୟ ମୁଁ ତାଙ୍କ ସାହାଯ୍ୟ ନେଇ ରାଜ୍ୟର ପ୍ରଗତିର ସ୍ତର ବଢ଼ାଇଥିଲି। ପିଏମ୍ ମୋଦୀ ଏବଂ ଅମିତ ଶାହ ସବୁବେଳେ ମୋ ସହ ଛିଡା ହୋଇଥିଲେ। ଆମେ ରାଜ୍ୟକୁ ଏକ ନମ୍ବରକୁ ଆଣିଛୁ। ଆମେ ଜନସାଧାରଣଙ୍କ ପାଇଁ ୧୨୪ ନିଷ୍ପତ୍ତି ନେଇଛୁ। ଆମେ କରିଥିବା କାର୍ଯ୍ୟ ଯୋଗୁ ଏହି ନିଷ୍ପତ୍ତି ଆସିଲା। 

ଅଧିକ ପଢ଼ନ୍ତୁ: ରାତି ଅନ୍ଧାରରେ ପ୍ରଦର୍ଶନକାରୀଙ୍କୁ ଗୋଡ଼ାଇ ପିଟିଲା ପାକିସ୍ତାନୀ ସେନା

ଇତି ମଧ୍ୟରେ ବିଜେପି ହାଇକମାଣ୍ଡ ଦେବେନ୍ଦ୍ର ଫଡନାଭିସଙ୍କୁ ଦିଲ୍ଲୀ ଡାକିଛନ୍ତି। ଏହା ବ୍ୟତୀତ ଶିବସେନା ଏବଂ ଏନସିପି ନେତାମାନେ ମଧ୍ୟ ଦିଲ୍ଲୀ ଯିବେ। ଫଡନାଭିସ୍ କହିଛନ୍ତି ଯେ ଗ୍ରାଣ୍ଡ ଆଲାଇନ୍ସର ସମସ୍ତ ତିନୋଟି ଦଳ ଏକାଠି ସରକାର ଗଠନ କରିବେ। ଅଜିତ ପାୱାର ସିଏମ୍ ଦୌଡ଼ରୁ ବାହାରିଛନ୍ତି। ସେ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଜଣାଇଛନ୍ତି। ଅଜିତ ପାୱାର ଗତ ଚାରି ଦିନ ଧରି ସିଏମ୍ ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି।

ବିଜେପି ନେତା ସୁଧୀର ମୁଙ୍ଗେଟୱାର କହିଛନ୍ତି ଯେ ଦଳ ୧୩୨ଟି ଆସନ ସହ ଏକ ବଡ଼ ବିଜୟ ହାସଲ କରିଛି। ଖୁବ୍ ଶୀଘ୍ର ସିଏମ୍‌ଙ୍କ ନାମ ଘୋଷଣା କରାଯିବ। ସୂଚନାନୁସାରେ, ସିଏମ୍ ପଦ ଛାଡିବା ବଦଳରେ ଏକନାଥ ସିନ୍ଦେ ଗୃହ ମନ୍ତ୍ରଣାଳୟ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଗାଜାରେ ଲେଜର ଯୁଦ୍ଧ!: ସୁରକ୍ଷା ପାଇଁ ଇସ୍ରାଏଲ 'ଆଇରନ୍ ବିମ୍' ସିଷ୍ଟମ କିଣିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe