Singapore Police Clarified: ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଗୁଜବ ଉପରେ ବିଶ୍ବାସ ନକରିବାକୁ ଏସପିଏଫ କଲା ଅନୁରୋଧ

ସିଙ୍ଗାପୁର ପୁଲିସ ଫୋର୍ସ ଅନୁଯାୟୀ, ଜୁବୀନ ଗର୍ଗଙ୍କ ମୃତ୍ୟୁ ସିଙ୍ଗାପୁରର କୋରୋନର୍ସ ଆଇନ ୨୦୧୦ ଅନୁଯାୟୀ ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରେ ଜୁବୀନ ଗର୍ଗଙ୍କ ମୃତ୍ୟୁ ପଛରେ ହତ୍ୟା କିମ୍ବା ଷଡ଼ଯନ୍ତ୍ର ଭଳି କୌଣସି ପ୍ରମାଣ ମିଳିନାହିଁ।

Untitled-17 (4)

Zubeen Garg SAMBAD.IN

ନୂଆଦିଲ୍ଲୀ: ସିଙ୍ଗାପୁର ପୁଲିସ ଫୋର୍ସ (ଏସପିଏଫ) ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ ଗୁଜବ ଏବଂ ଭୁଲ ସୂଚନା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। 

ସିଙ୍ଗାପୁର ପୁଲିସ ଫୋର୍ସ ଅନୁଯାୟୀ, ଜୁବୀନ ଗର୍ଗଙ୍କ ମୃତ୍ୟୁ ସିଙ୍ଗାପୁରର କୋରୋନର୍ସ ଆଇନ ୨୦୧୦ ଅନୁଯାୟୀ ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରେ ଜୁବୀନ ଗର୍ଗଙ୍କ ମୃତ୍ୟୁ ପଛରେ ହତ୍ୟା କିମ୍ବା ଷଡ଼ଯନ୍ତ୍ର ଭଳି କୌଣସି ପ୍ରମାଣ ମିଳିନାହିଁ। ତଦନ୍ତ ସମ୍ପୂର୍ଣ୍ଣ ହେବାକୁ ତିନି ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ।

ଅଧିକପଢ଼ନ୍ତୁ:ଭିଡ଼ ହଂସାରେ ପ୍ରାଣ ହରାଇଥିବା ପରିବାରକୁ ଭେଟି ଶାନ୍ବନା ଦେଲେ ରାହୁଲ

ତଦନ୍ତ ଶେଷ ହେବାପରେ ରିପୋର୍ଟ ସିଙ୍ଗାପୁରର ରାଜ୍ୟ କୋରୋନରଙ୍କ ନିକଟରେ ଦାଖଲ କରାଯିବ। ମାମଲାର ଔପଚାରିକ କୋରୋନର ଯାଞ୍ଚ ଆବଶ୍ୟକ କି ନାହିଁ କୋରୋନ ତାହା ନିଷ୍ପତ୍ତି ନେବେ। ଏହା ଏକ ନ୍ୟାୟିକ ପ୍ରକ୍ରିୟା ଯାହା ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତିକୁ ସ୍ଥିର କରିଥାଏ। ଏହାପରେ ରିପୋର୍ଟର ଫଳାଫଳ ସାର୍ବଜନୀନ କରାଯିବ।

ଅଧିକପଢ଼ନ୍ତୁ:ସୋମବାର ଦୀପାବଳି ଛୁଟି, ଘୋଷଣା ‌କଲେ ରାଜ୍ୟ ସରକାର

ତଦନ୍ତ ଏପର୍ଯ୍ୟନ୍ତ ଅଧାରେ ରହିଥିବା ବେଳେ ପୁଲିସ କହିଛି ୨୦୨୫ ଅକ୍ଟୋବର ୧ରେ, ଜୁବୀନ ଗର୍ଗଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାରମ୍ଭିକ ତଥ୍ୟର ଏକ କପି ଭାରତୀୟ ହାଇ କମିଶନଙ୍କ ଅନୁରୋଧରେ ଦାଖଲ କରାଯାଇଥିଲା। ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଏସପିଏଫ ଜନସାଧାରଣଙ୍କୁ ନିବେଦନ କରିଛି।

Singapore Police zubeen garg

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe