କୋଲକାତା: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମତଦାନ ହେବାକୁ ଥିବା ପଶ୍ଚିମବଙ୍ଗ ପାଇଁ ଚିଠା ଭୋଟର ତାଲିକା ପ୍ରକାଶ କରିଛି। ଏଥିରେ ୫୮ ଲକ୍ଷରୁ ଅଧିକ ଭୋଟରଙ୍କ ନାମ କଟିବା ପାଇଁ ଚିହ୍ନଟ କରାଯାଇଛି। ତିନି ପର୍ଯ୍ୟାୟ ଏସ୍ଆଇଆର୍ ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରି ୨୦୨୬ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଫେବ୍ରୁଆରି ୧୪, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସୂଚନାଯୋଗ୍ୟ, ନିର୍ବାଚନ କମିସନ ଆଜି ୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିବା ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)ର ଏକ ଅଂଶ ଭାବେ ଚିଠା ଇଲେକ୍ଟୋରାଲ୍ ରୋଲ୍ ଜାରି କରିଛନ୍ତି। ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ,ପୁଡ଼ୁଚେରୀ ଏବଂ ଲାକ୍ଷାଦ୍ବୀପ ଆଜି ଚିଠା ରୋଲ୍ ଜାରି ହୋଇଛି। ୨୦୨୫ରେ ଯେଉଁମାନଙ୍କର ନାଁ ଇଲେକ୍ଟୋରାଲ୍ ରୋଲ୍ରେ ଥିଲା ଏବଂ ଡ୍ରାଫ୍ଟ ରୋଲ୍ ୨୦୨୬ରୁ କଟାଯାଇଛ, ଇସି ସେମାନଙ୍କ ନାଁ ୱେବସାଇଟ୍ରେ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ନାଁ କଟାଯିବାର କାରଣ ମଧ୍ୟ ଦର୍ଶାଇଛନ୍ତି।
Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ
ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ମୋଟ ୫୮,୨୦,୮୯୮ ଭୋଟରଙ୍କ ନାମ ହଟାଇବା ପାଇଁ ଚିହ୍ନଟ କରାଯାଇଛି, ଯେଉଁଥିରେ ପ୍ରାୟ ୨୪,୧୬,୮୫୨ ଭୋଟରଙ୍କ ମୃତ୍ୟୁ ଘଟିଛି। ଏହା ପରେ ୧୯,୮୮,୦୭୬ ଜଣ ଭୋଟର ଅଛନ୍ତି ଯେଉଁମାନେ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ଅନ୍ୟତ୍ର ଯାଇଛନ୍ତି। ଏହା ବ୍ୟତୀତ ୧୨,୨୦,୦୩୮ ଭୋଟରଙ୍କୁ ନିଖୋଜ ବୋଲି ଚିହ୍ନଟ କରାଯାଇଥିବା ବେଳେ ୧,୩୮,୩୨୮ ଜଣଙ୍କ ନାଁ ନକଲି କିମ୍ବା ମିଥ୍ୟା ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ୫୭,୬୦୪ଟି ନାମ ଅନ୍ୟ କାରଣରୁ ହଟାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ତଥାପି ଯେଉଁମାନେ ଭୁଲ୍କ୍ରମେ ବାଦ୍ ପଡିଛନ୍ତି ସେମାନେ ଆବଶ୍ୟକ ଦସ୍ତାବିଜ ସହିତ ଫର୍ମ ୬ରେ ସେମାନଙ୍କର ଦାବି ଦାଖଲ କରିପାରିବେ।
୫ ରାଜ୍ୟ ପାଇଁ ଚିଠା ଇଲେକ୍ଟୋରାଲ ରୋଲ୍ ଜାରି
ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୧ରେ ଶେଷ ହୋଇଥିବା ବେଙ୍ଗଲ ଏସ୍ଆଇଆର୍ ଅଭ୍ୟାସରେ ବେଆଇନ ବାଂଲାଦେଶୀଙ୍କ ପଳାୟନ ଏବଂ କଠୋର ସମୟସୀମା ଓ କାର୍ଯ୍ୟ ଚାପକୁ ନେଇ ବୁଥ୍-ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ଦ୍ୱାରା ପ୍ରତିବାଦ କରାଯାଇଥିଲା। ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ତାଲିକାରୁ ଅଯୋଗ୍ୟ ନାମ ହଟାଇବା ପାଇଁ ସାରା ଦେଶରେ ଚାଲିଥିବା ଏସ୍ଆଇଆର୍ ଅଭ୍ୟାସ ସମୟରେ ପ୍ରାୟ ୪୦ ଜଣ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ହେରଫେର କରିବା ପାଇଁ ବିଜେପି ଓ ନିର୍ବାଚନ ଆୟୋଗ ଷଡ୍ଯନ୍ତ୍ର କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର କାହାକୁ ପଶ୍ଚିମବଙ୍ଗରୁ ବହିଷ୍କାର ହେବାକୁ ଦେବେ ନାହିଁ ଏବଂ ଯଦି ଭୋଟର ତାଲିକାରୁ ସେମାନଙ୍କ ନାମ ହଟାଇ ଦିଆଯାଏ ତେବେ ରାସ୍ତାକୁ ଓହ୍ଲାଇବାକୁ ସେ ଲୋକଙ୍କୁ ଆହ୍ବାନ କରିଛନ୍ତି।
Narendra Modi: ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ
ଏକ ନିର୍ବାଚନୀ ରାଲିରେ ସେ କହିଛନ୍ତି, ଯଦି ଆପଣଙ୍କ ନାଁ ହଟାଇ ଦିଆଯାଏ, ତେବେ କେନ୍ଦ୍ର ସରକାରଙ୍କୁ ମଧ୍ୟ ହଟାଇବା ଉଚିତ। ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ମମତା ବାନାର୍ଜୀ ନିଜର ଭୋଟ୍ବ୍ୟାଙ୍କ ବଞ୍ଚାଇବାକୁ ଏସ୍ଆଇଆର୍ ବିରୋଧରେ ଆକ୍ରୋଶ ପ୍ରକାଶ କରିଛନ୍ତି, ଯେଉଁଥିରେ ଅସଂଖ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି। ପଶ୍ଚିମବଙ୍ଗ ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜୁରାଟ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ଏସ୍ଆଇଆର୍ ଅଭ୍ୟାସ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/17/dhdgczxvbvbb-2025-12-17-02-40-36.jpg)