ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ (ଇସିଆଇ) ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)ରେ ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସଂପୂର୍ଣ୍ଣ କରିଛନ୍ତି ଏବଂ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରେ ୧୩% ଭୋଟରଙ୍କ ନାମ ହ୍ରାସ ପାଇଛି। ମୃତ ଭୋଟର, ସ୍ଥାନାନ୍ତରିତ ବ୍ୟକ୍ତି ଏବଂ ଡୁପ୍ଲିକେଟ୍ ନାମଗୁଡ଼ିକୁ ହଟାଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୨.୮୯ କୋଟି ନାମ ବାଦ୍ ପଡ଼ିଛି। ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନରେ ପ୍ରତି ୧୦୦ ଜଣ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧୩ ଜଣଙ୍କ ନାମ ହଟିଛି।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ଡ୍ରାଫ୍ଟ ଭୋଟର ତାଲିକାରୁ ୧୩% ଭୋଟର ହ୍ରାସ
ମୃତ, ସ୍ଥାନାନ୍ତରିତ ଓ ଦୋହରା ନାମ ହଟାଗଲା
ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପୂର୍ବ ତାଲିକାରେ ୧୫.୪୪ କୋଟି ଭୋଟର ଥିବା ବେଳେ ଡ୍ରାଫ୍ଟ ତାଲିକାରେ ୧୨.୫୫ କୋଟି (୮୧.୩%) ନାମ ରହିଛି। ସୂଚନାଯୋଗ୍ୟ, ଏସ୍ଆଇଆର୍ ଏକ ବଡ଼ ଧରଣର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଯେଉଁଥିରେ ବୁଥ୍ ଲେଭଲ୍ ଅଫିସର (ବିଏଲ୍ଓ)ମାନେ ଘରକୁ ଘର ଯାଇ ଯାଞ୍ଚ ଫର୍ମ ସଂଗ୍ରହ କରିଥାନ୍ତି। କେବଳ ସ୍ୱାକ୍ଷରିତ ଫର୍ମ ଫେରସ୍ତ ହୋଇଥିବା ନାମକୁ ଡ୍ରାଫ୍ଟରେ ରଖାଯାଇଛି। ଡ୍ରାଫ୍ଟ ତାଲିକା ପ୍ରକାଶ ସହିତ ଫେବୃଆରି ୬, ୨୦୨୬ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରିବାର ସୁଯୋଗ ରହିଛି। ଯଦି ନାମ ବାଦ୍ ପଡ଼ିଛି ତେବେ ଫର୍ମ ୬ ପୂରଣ କରି ନାମ ଯୋଡ଼ାଇପାରିବେ। ଅନ୍ତିମ ତାଲିକା ମାର୍ଚ୍ଚରେ ପ୍ରକାଶ ପାଇବ। ଭୋଟରମାନେ ଇସିଆଇ ୱେବ୍ସାଇଟ୍ କିମ୍ବା ଆପ୍ ମାଧ୍ୟମରେ ନିଜ ନାମ ଯାଞ୍ଚ କରିପାରିବେ। ଏହି ପ୍ରକ୍ରିୟା ଭୋଟର ତାଲିକାକୁ ଅଧିକ ସଠିକ୍ ଏବଂ ସ୍ବଚ୍ଛ କରିବାର ଲକ୍ଷ୍ୟ ରଖିଛି ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି ସମାଲୋଚନା ଜାରି ରଖିଛନ୍ତି।।
Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/08/sfhhhfshfxvb-2026-01-08-01-50-04.jpg)