'ପରିସ୍ଥିତି ନିୟନ୍ତ୍ରଣ ବାହାରେ', ଇରାନ ଉପରେ ଆମେରିକାର ଆକ୍ରମଣ: ଜାତିସଂଘର ଚିନ୍ତା ବଢ଼ିଲା, ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସ୍ୱତନ୍ତ୍ର ଅପିଲ୍

Advertisment

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଇରାନର ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଏକ ଉତ୍ତେଜନାପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସଂଘର୍ଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଇଛି ଏବଂ ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଛି..

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଇରାନର ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଏକ ଉତ୍ତେଜନାପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଯାହା ସଂଘର୍ଷକୁ ନିୟନ୍ତ୍ରଣ ବାହାରକୁ ନେଇଯାଇଛି ଏବଂ ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ପାଇଁ ବିପଦ ସୃଷ୍ଟି କରୁଛି..

'Situation out of control', US attack on Iran: UN concerns grow, Antonio Guterres' special appeal

'Situation out of control', US attack on Iran: UN concerns grow, Antonio Guterres' special appeal Photograph: (sambad.in)

ୱାଶିଂଟନ: ଆମେରିକା ଏବେ ଇସ୍ରାଏଲ-ଇରାନ ଯୁଦ୍ଧରେ ମଧ୍ୟ ଡେଇଁ ପଡ଼ିଛି। ଆମେରିକା ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହିତ, ବିମାନ ଆକ୍ରମଣ ଦ୍ୱାରା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନକୁ ଧ୍ୱଂସ କରିଦେଇଛି। ଏବେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ଆମେରିକାର ଏହି କାର୍ଯ୍ୟ ଯୋଗୁ ସଂଘର୍ଷ ଶୀଘ୍ର ନିୟନ୍ତ୍ରଣ ବାହାରକୁ ଯିବାର ବିପଦ ସୃଷ୍ଟି ହୋଇଛି, ଯାହା ସାଧାରଣ ନାଗରିକ, ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ଉପରେ ବିନାଶକାରୀ ପ୍ରଭାବ ପକାଇପାରେ। ସେ ଏହାକୁ ଏକ ବିପଦପୂର୍ଣ୍ଣ ତଥା ଉତ୍ତେଜନାପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ଯାହା ପୂର୍ବରୁ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଅଛି। ଗୁଟେରେସ୍‌ଙ୍କ ଅନୁଯାୟୀ, ଏହା ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ଗମ୍ଭୀର ଏବଂ ସିଧାସଳଖ ବିପଦ।

ଗୁଟେରେସ୍ କହିଛନ୍ତି ଯେ, ଏହି ସଂଘର୍ଷ ଦ୍ରୁତ ଗତିରେ ନିୟନ୍ତ୍ରଣ ବାହାରକୁ ଯାଉଛି, ଯାହା କେବଳ ସାଧାରଣ ନାଗରିକଙ୍କ ଉପରେ ନୁହେଁ ବରଂ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ଉପରେ ଏକ ବିନାଶକାରୀ ପ୍ରଭାବ ପକାଇପାରେ।

ସେ ଅପିଲ୍ କରିଛନ୍ତି, ମୁଁ ସମସ୍ତ ସଦସ୍ୟ ଦେଶଙ୍କୁ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଏବଂ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରୁଛି।

ଅଧିକ ପଢ଼ନ୍ତୁ: ବଡ଼ ଗୁପ୍ତଚର ତ୍ରୁଟି !: ଆମେରିକା ଯେଉଁ ଫୋର୍ଡୋ ସ୍ଥଳରେ ବୋମା ପକାଇଥିଲା, ଇରାନ ସେଠାରୁ ୟୁରାନିୟମ ହଟାଇ ସାରିଥିଲା

ଇରାନ ଉପରେ ଆକ୍ରମଣ ପରେ, ଡୋନାଲ୍ଡ ଟ୍ରମ୍ପ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଇସ୍ରାଏଲ ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ। ଜବାବରେ ନେତାନ୍ୟାହୁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ରଥଯାତ୍ରା ପ୍ରସ୍ତୁତିର ଶେଷ ସମନ୍ବୟ ବୈଠକ : ପୁରୀରେ ଚୂଡ଼ାନ୍ତ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

UNO | USA 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe