କର୍କଟ ଚିକିତ୍ସାରେ ଆକ୍ରାନ୍ତଙ୍କ ଧୂମପାନ ଇତିହାସ ବିଚାରକୁ ନିଆଯିବ: ଏମ୍ସ ଦିଲ୍ଲୀ ଗବେଷଣା ରିପୋର୍ଟ

ଦିଲ୍ଲୀ ଏମ୍ସ ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟ ଏବଂ ଆଇଏଆରସି ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି , ଧୂମପାନ କର୍କଟ ଚିକିତ୍ସାର ପ୍ରଭାବକୁ ହ୍ରାସ କରେ ଏବଂ ରୋଗୀଙ୍କ ବଞ୍ଚିବା ହାରକୁ ମଧ୍ୟ ପ୍ରଭାବିତ କରେ। ଗବେଷଣାରୁ ଜଣାପଡିଛି, ଧୂମପାନ କରୁଥିବା ରୋଗୀଙ୍କୁ ଅଧିକ ମାତ୍ରାରେ ଔଷଧ ଆବଶ୍ୟକ ହୋଇଥାଏ...

Smoking history of cancer patients to be taken into consideration during treatment: AIIMS Delhi research report

Smoking history of cancer patients to be taken into consideration during treatment: AIIMS Delhi research report Photograph: (sambad.in)

ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସା କରିବା ବହୁତ କଷ୍ଟକର। ଏହାର ଚିକିତ୍ସା କଷ୍ଟକର ସହିତ ମହଙ୍ଗା ମଧ୍ୟ। ଏହି କାରଣରୁ ଅଧିକାଂଶ ଲୋକ ଏହାର ଉପଯୁକ୍ତ ଚିକିତ୍ସା ପାଇପାରୁ ନାହାନ୍ତି। ଦିଲ୍ଲୀ ଏମ୍ସ କାନାଡା ସ୍ଥିତ ମ୍ୟାକମାଷ୍ଟର ବିଶ୍ୱବିଦ୍ୟାଳୟ ଏବଂ ଫ୍ରାନ୍ସ ସ୍ଥିତ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା (ଆଇଏଆରସି)ର ବିଶେଷଜ୍ଞମାନେ ଏହି କର୍କଟ ରୋଗ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ସେମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ, ଧୂମପାନ ଚିକିତ୍ସାର ପ୍ରଭାବ ଏବଂ ରୋଗୀଙ୍କ ବଞ୍ଚିବା ହାରକୁ ହ୍ରାସ କରୁଛି। ସେଥିପାଇଁ ଗବେଷକ ଧୂମପାନ ସ୍ଥିତି ରେକର୍ଡ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ, ଯଦି  କାହାର କର୍କଟ ହୋଇଛି ଏବଂ ସେ ସିଗାରେଟ୍ ଟାଣୁଛନ୍ତି, ତେବେ ତାଙ୍କର ଚିକିତ୍ସା ସେହି ଅନୁସାରେ କରାଯିବ।

ବିଶେଷଜ୍ଞମାନେ ସେମାନଙ୍କ ଗବେଷଣାରୁ ଜାଣିପାରିଛନ୍ତି ଯେ, ଏହି ଚିକିତ୍ସା ଧୂମପାନ କରୁଥିବା ଲୋକଙ୍କ ଉପରେ କମ୍ ପ୍ରଭାବ ପକାଏଥାଏ। ଗବେଷଣା ପରେ, ଗବେଷକ ପରାମର୍ଶ ଦେଇଛନ୍ତି ଯେ,କର୍କଟ ରୋଗର ଚିକିତ୍ସାରେ, ଧୂମପାନକୁ ରେକର୍ଡ କରାଯିବା ଉଚିତ ଏବଂ ଏହାର ତଥ୍ୟ ରଖାଯିବା ଜରୁରୀ।ଯାହା ଦ୍ଵାରା ଚିକିତ୍ସା ଅନୁରୂପ ଭାବରେ କରାଯାଇପାରିବ।

ଗବେଷଣା ପରେ ଗବେଷକ ସ୍ପଷ୍ଟ କରିଛନ୍ତିଯେ,ଧୂମପାନ କିମ୍ବା ତମାଖୁ ସେବନ ଚିକିତ୍ସା ଉପରେ ସିଧାସଳଖ ପ୍ରଭାବ ପକାଏ। ସେମାନେ ଗୁରୁତ୍ୱାରୋପ କରିଛନ୍ତି ଯେ,ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଧୂମପାନ ତଥ୍ୟ ରଖିବା ଉଚିତ। ଏହି ରିପୋର୍ଟ ଚଳିତ ମାସରେ ଲାନସେଟ୍ ଅଙ୍କୋଲୋଜି ଦ୍ୱାରା ପ୍ରକାଶିତ ହୋଇଥିଲା। ଗବେଷଣା ରିପୋର୍ଟ ଉଲ୍ଲେଖ କରାଯାଇଛି, ଧୂମପାନ ଇତିହାସ ଜାଣିବା ଦ୍ବାରା ପରୀକ୍ଷାରେ ଉନ୍ନତି ହେବ ଏବଂ ଚିକିତ୍ସାର ପ୍ରଭାବ ବୃଦ୍ଧି ପାଇବ। ଯଦି ଏହା ହୁଏ, ତେବେ ଲୋକଙ୍କ ବଞ୍ଚିବାର ସମ୍ଭାବନା ଅଧିକ ରହିବ।

ଅଧିକ ପଢ଼ନ୍ତୁ:ୟୁପିଆଇ ଆପ୍‌ରେ ମିଳିବ ଋଣ:ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ

ଦିଲ୍ଲୀ ଏମ୍ସର ଡାକ୍ତର ଅଭିଷେକ ଶଙ୍କରଙ୍କ ସମେତ ଏହି ଅଧ୍ୟୟନର ସାତ ଜଣ ଲେଖକ କହିଛନ୍ତି ଯେ,ଚିକିତ୍ସା ସମୟରେ ଧୂମପାନ ସ୍ଥିତି ସମ୍ପର୍କରେ ସୂଚନା ଚିକିତ୍ସା ନିଷ୍ପତ୍ତିକୁ ପ୍ରଭାବିତ କରିପାରେ। ସେ କହିଛନ୍ତି,ତମାଖୁ ବ୍ୟବହାର ମୂଲ୍ୟାଙ୍କନରେ ସମସ୍ୟା ଦୂର କରିବା ଏବଂ ଅଙ୍କୋଲୋଜି ଗବେଷଣା ପ୍ରୋଟୋକଲରେ ଧୂମପାନ ବନ୍ଦ କରିବା ପଦକ୍ଷେପକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ପରୀକ୍ଷଣ ଫଳାଫଳରେ ଉନ୍ନତି ଆସିବ।

ଗବେଷଣାରୁ ଜଣାପଡିଛି ଯେ,ଚିକିତ୍ସା ସମୟରେ ଧୂମପାନ ଜାରି ରଖୁଥିବା ରୋଗୀମାନଙ୍କୁ ସେମାନଙ୍କର ଏରଲୋଟିନିବର ଡୋଜ୍ ଦ୍ୱିଗୁଣିତ କରିବାକୁ ପଡିଥାଏ। ଉଦାହରଣ ସ୍ବରୂପ,ଯଦି ଜଣେ ରୋଗୀଙ୍କୁ ପ୍ରତିଦିନ ୧୫୦ ମିଗ୍ରା ଡୋଜ୍ ଦିଆଯାଉଛି, ତେବେ ତାଙ୍କର ଧୂମପାନ ଇତିହାସ ଜଣାପଡ଼ିଲେ ତାଙ୍କର  ଡୋଜ୍ ୩୦୦ ମିଗ୍ରା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡିବ। ଏହା କରିବା ଦ୍ୱାରା, ଚିକିତ୍ସା ଭଲ ହେବ ଏବଂ ରୋଗର ପ୍ରଭାବ ହ୍ରାସ ପାଇବାର ଆଶା ରହିବ।

ତେଣୁ, କର୍କଟ ଚିକିତ୍ସା ସମୟରେ ଧୂମପାନ ସ୍ଥିତି ରେକର୍ଡ କରିବା ଆଉ ଏକ ବିକଳ୍ପ ନୁହେଁ ବରଂ ଏହାକୁ କର୍କଟ ଗବେଷଣାର ଏକ ଅତ୍ୟାବଶ୍ୟକୀୟ ଉପାଦାନ ଭାବରେ ବିବେଚନା କରାଯିବା ଉଚିତ। ଡାକ୍ତରମାନେ ସେମାନଙ୍କ ଗବେଷଣାରେ ସ୍ପଷ୍ଟ କରିଛନ୍ତିଯେ, ତଥ୍ୟ ଅଭାବରୁ ଚିକିତ୍ସା ପ୍ରଭାବିତ ହେବାର ଆଶଙ୍କା ରହିଥାଏ।

ଅଧିକ ପଢ଼ନ୍ତୁ:ସ୍ବାମୀକୁ ହତ୍ୟା କରି ଡ୍ରମରେ ଭର୍ତ୍ତି କଲା, ଲୁଣ ପକାଇ ଉପରେ ପଥର ଚାପିଦେଲା ସ୍ତ୍ରୀ

Delhi AIIMS | cancer | smoking

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe