Indian-Origin YouTuber Nancy Grewal Photograph: (NDTV)
ଓଟାୱା: କାନାଡାର ୱିଣ୍ଡସରରେ ୪୫ ବର୍ଷୀୟ ପଞ୍ଜାବୀ ବଂଶୋଦ୍ଭବ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନସି ଗ୍ରେୱାଲଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେ ଖଲିସ୍ତାନୀଙ୍କ ବିରୋଧରେ ମନ୍ତବ୍ୟ ଦେବା ନେଇ ବେଶ୍ ଜଣାଶୁଣା ଥିଲେ। ପୁଲିସ କହିଛି, ସେମାନେ ମାର୍ଚ୍ଚ ୪ ତାରିଖ ରାତି ୯:୩୦ ସମୟରେ ନାନସିଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇଥିଲେ। ପୁଲିସ ଅଧିକାରୀମାନେ ଗ୍ରେୱାଲଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ।ସେଠାରେ ତାଙ୍କର ପରେ ମୃତ୍ୟୁ ହୋଇଥିଲା। ପୁଲିସ ଏହି ହତ୍ୟାକାଣ୍ଡରେ ଖଲିସ୍ତାନୀ ଉଗ୍ରବାଦୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି।
କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ନେଇନାହିଁ ପୁଲିସ
ଘଟଣା ପରେ, ପୁଲିସକହିଛି, ହର୍ବ ଗ୍ରେ ପାର୍କୱେ ନିକଟରେ ଥିବା ଦୁଇ ଘର, ଏକ ଖାଲି ପାର୍କିଂ ସ୍ଥାନ ତଥା ପଦଯାତ୍ରୀଙ୍କ ପାଇଁ ରାସ୍ତାକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ ହୋଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଫୋରେନସିକ୍ ଦଳ ଫୁଟପାଥ୍, ସିଡ଼ି ଏବଂ ନିକଟବର୍ତ୍ତୀ ରାସ୍ତାରୁ ପ୍ରମାଣ ସଂଗ୍ରହ କରିଛନ୍ତି। ଲାସାଲ୍ ପୁଲିସ ମୁଖ୍ୟ ମାଇକେଲ୍ ପିଅର୍ସ ଏକ ବିବୃତ୍ତି ଜାରି କରି ନାନସିଙ୍କ ପରିଚୟ ନିଶ୍ଚିତ କରି ତାଙ୍କ ମୃତ୍ୟୁ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ପୁଲିସ ଏହି ଘଟଣାରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ନେଇନାହିଁ କିମ୍ବା କାହାକୁ ଗିରଫ କରିନାହିଁ। ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତିଙ୍କୁ ଏହା ସେୟାର କରିବାକୁ ପୁଲିସ ଅନୁରୋଧ କରିଛି।
ଆହୁରି ପଢନ୍ତୁ - Odia Girl: ବିଶ୍ବ ତୀରନ୍ଦାଜି ପାରା ସିରିଜ୍ରେ ଭାଗନେବେ ଓଡ଼ିଆ ଝିଅ ପାୟଲ
ୟୁଟୁବର ଥିଲେ ନାନସି ଗ୍ରେୱାଲର
ନାନସି ଗ୍ରେୱାଲଙ୍କ ଜନ୍ମ ଭାରତର ଲୁଧିଆନାରେ ହୋଇଥିଲା। ସେ ପଞ୍ଜାବରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ କାନାଡା ଯାଇଥିଲେ । ସେ ଅଣ୍ଟୋରିଓର ୱିଣ୍ଡସର/ଲାସାଲ ଅଞ୍ଚଳକୁ ଯିବା ପୂର୍ବରୁ ଆଲବର୍ଟାର କାଲଗାରିରେ ବାସ କରୁଥିଲେ। ନାନସି ଜଣେ ଗାୟିକା ଏବଂ ଭାଷ୍ୟକାର ଭାବରେ ଅନଲାଇନ୍ରେ ବେଶ୍ ପ୍ରଶଂସା ସାଉଁଟିଥିଲେ। ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ, ନାନସି ଗ୍ରେୱାଲର କାନାଡାର ୮,୮୦୦ ସବସ୍କ୍ରାଇବର୍ ଅଛନ୍ତି। ତାଙ୍କର ୧୧,୦୦୦ରୁ ଅଧିକ ଫଲୋଅର୍ସ ସହିତ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଅଛି।
ଆହୁରି ପଢନ୍ତୁ - Murder: କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା ଅଭିଯୋଗ
Follow Us