ଇନ୍ଦୋର: ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା । ରାଜ୍ ପାଇଁ ରାଜାଙ୍କୁ ହତ୍ୟା । ପ୍ରେମରେ ଅନ୍ଧ ହୋଇ ଜଣେ ନାରୀ କେତେ ତଳକୁ ଖସିଯାଇପାରେ ଆଉ କେତେ ରକ୍ତମୁଖା ହୋଇପାରେ ତାର ବଡ ଉଦାହରଣ ଆସିଛି ମେଘାଳୟରୁ ଯେଉଁଠି ଇନ୍ଦୋରର ଦମ୍ପତ୍ତି ହନିମୁନ ପାଇଁ ଯାଇ ହତ୍ୟାକାଣ୍ଡ ରଚାଯାଇଛି । ନାମ ସୋନମ୍, କାମ କିନ୍ତୁ ବଦନାମ । ଜଣଙ୍କ ହାତ ଧରିଲା, ତା ହାତରୁ ସିନ୍ଦୂର ପିନ୍ଧିଲା, ଭଗବାନଙ୍କୁ ସାକ୍ଷୀ ରଖି ସାତ ଜନମର ସାଥି ସାଜିଲା, ସାଙ୍ଗରେ ରହିଲା, ହନିମୁନ ପାଇଁ ଟ୍ରିପରେ ଗଲା ତଥାପି କେମିତି ସେହି ଲୋକକୁ ହତ୍ୟା କରିବାକୁ ହାତ ଗଲା ।
ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିଥିବା ସୋନମର ହରକତ ଶୁଣିଲେ ଯିଏ କେହି ବି ମଥାରେ ହାତ ଦେଇଦେଉଛି । ଯେ ଏତେ ବଡ଼ କାଣ୍ଡ ଭିଆଇବାକୁ ତାର ସାହସ ହେଲା କେମିତି ? ଯଦି ବାହା ହେବାକୁ ଇଚ୍ଛା ନଥିଲା ତାହାଲେ ପ୍ରଥମରୁ ମନା କଲାନି କଣ ପାଇଁ ? ବାହାଘରର ମିଛି ମିଛିକା ନାଟକ କରି ଜଣଙ୍କ ଜୀବନ ନେଲା କାହିଁକି ? କଣ ପାଇଁ ଗୋଟେ ପରିବାରକୁ ଛାରଖାର କରିଦେଲା ? ଏସବୁ ପ୍ରଶ୍ନ ଏବେ ସୋନମଙ୍କୁ ନେଇ ଘୂରି ବୁଲୁଥିବା ବେଳେ ସାମ୍ନାକୁ ଆସିଛି ପିଶାଚୀ ପତ୍ନୀର ପ୍ରେମ କାହାଣୀ । ଯେଉଁ ପ୍ରେମ ପାଇଁ ସେ ନିଜ ସଦ୍ୟ ବିବାହିତ ସ୍ବାମୀଙ୍କୁ ହତ୍ୟା କରିଛି ।
ତେବେ ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଖିବା ୪ ଅଭିଯୁକ୍ତ ଭିତରେ ଅଛି ସୋନମର ପ୍ରେମିକ । ଯାହାର ନାଁ ରାଜ୍ । ୨୧ ବର୍ଷୀୟ ରାଜ ସିଂ କୁଶଓ୍ବାହା ସୋନମଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଛି । ଆଉ ସେହି ପ୍ରେମିକର ପ୍ଲାନ ଅନୁସାରେ ସୋନମଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ।
ଅଧିକ ପଢନ୍ତୁ-
ଭୟଭୀତ ଅବସ୍ଥାରେ ଆସି ଫୋନ ମାଗି ଭୋଭୋ ହୋଇ କାନ୍ଦିଥିଲେ ସୋନମ: ଢ଼ାବା ମାଲିକ
ମେ ୧୧ ତାରିଖରେ ରାଜା-ସୋନମଙ୍କ ବିବାହ ହୋଇଥିଲା । ସେମାନେ ହନିମୁନ ଟ୍ରିପରେ କାଶ୍ମୀର ଯିବାକୁ ଯୋଜନା କରିଥିବା ବେଳେ ପରେ ତାହା ରଦ୍ଦ କରାଯାଇଥିଲା । ସ୍ତ୍ରୀ ସୋନମଙ୍କ ପ୍ଲାନ ଅନୁସାରେ ସେମାନେ ମେଘାଳୟ ବୁଲିଯାଇଥିଲେ । କାମାକ୍ଷା ମନ୍ଦିରରେ ଦର୍ଶନ ପରେ ସେମାନେ ୨୨ ମେ ରେ ସିଲଙ୍ଗ ଯାଇଥିବା ବେଳେ ୨୩ ତାରିଖରେ ଯୋଜନା ମୁତାବକ ସ୍ବାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛି ପିଶାଚୀ ପତ୍ନୀ ।
ସବୁଠାରୁ ବଡ଼ କଥା ହେଉଛି ପ୍ରେମିକ ରାଜ୍ ନିଜ ପ୍ରେମିକାକୁ ବିବାହର ପ୍ରତିଶୋଧ ନେଉଥିଲା । ସେ ସେମାନଙ୍କ ସହ ସିଲଙ୍ଗ ଯାଇନଥିଲା । ସିଏ ଫୋନ ମାଧ୍ଯମରେ ଯୋଜନାକୁ ପରିଚାଳନା କରୁଥିଲା । ଲଗାତାର ଭାବେ ଭିନ୍ନ ଭିନ୍ନ ଲୋକେସନ ସହ ସୋନମ ଏବଂ ସୁପାରୀ କିଲରଙ୍କ ସହ ଯୋଗାଯୋଗ ଏବଂ ଚାଟିଂ ମାଧ୍ଯମରେ ନିର୍ଦ୍ଦେଶ ଦେଉଥିଲା । ସିଲଙ୍ଗରେ ପ୍ରଥମେ ସୁପାରୀ କିଲରଙ୍କୁ ସୋନମ ଭେଟିଥିଲେ ଏବଂ ପରେ ସମସ୍ତେ ଚେରାପୁଞ୍ଜି ବାହାରିଥିଲେ । ସେଠାରେ ଯୋଜନା ମୁତାବକ ସୋନମ ରାଜାଙ୍କୁ ଏକ ଶୂନଶାନ ରାସ୍ତାରେ ନେଇଯାଇଥିଲେ, ଯେଉଁଠି ଆଗରୁ ସୁପାରୀ କିଲରମାନେ ପ୍ରସ୍ତୁତ ହୋଇଥିଲେ ଏବଂ ସେମାନେ ମିଳିମିଶି ରାଜାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଗିରଫ ହୋଇଥିବା ୪ ଅଭିଯୁକ୍ତ ।
ଅଧିକ ପଢନ୍ତୁ-
ମେ’ ୧୧ରେ ହାତଗଣ୍ଠି, ମେ’ ୨୩ରେ ହତ୍ୟା: ୧୨ ଦିନରେ ଅସଲ ରୂପ ଦେଖାଇଦେଲା ପିଶାଚୀ ପତ୍ନୀ, ହାତରେ ପଡ଼ିଲା ହାତକଡ଼ି
ହତ୍ୟାକାଣ୍ଡ ପରେ ୪ ଅଭିଯୁକ୍ତଙ୍କ ସମେତ ସୋନମ ଉକ୍ତ ସ୍ଥାନ ଛାଡି ଚାଲିଆସିଥିଲେ ଏବଂ ଗୌହାଟୀ ଅଭିମୁଖେ ଯାତ୍ରା କରିଥିଲେ । ଗୌହାଟୀରେ ସମସ୍ତେ ସାଙ୍ଗରେ ରହିବା ପରେ ପରଦିନ ଯେଝା ବାଟରେ ଯେଝେ ଯାଇଥିଲେ । ହତ୍ୟାକାଣ୍ଡ ମେ ୨୩ ତାରିଖରେ ଘଟିଥିବା ବେଳେ ମେ ୧୧ ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା । ମାତ୍ର ୧୨ ଦିନରେ ନିଜ ପ୍ରେମକୁ ପାଇବା ପାଇଁ ଜଣେ ନାରୀ କେମିତି ରକ୍ତର ହୋଲି ଖେଳିପାରେ ଏବଂ ସ୍ବାମୀକୁ ଶବ କରିପାରେ ତାହା ସମାଜକୁ ସ୍ତବ୍ଧ କରିଛି ।