South Africa's easy win: England crash out of Champions Trophy with embarrassing defeat Photograph: (sambad.in)
କରାଚି: ପାକିସ୍ତାନର କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଗ୍ରୁପ୍-ବିର ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ପରାଜିତ କରିଛି। ଇଂଲଣ୍ଡର ଧାର୍ଯ୍ୟ ୧୮୦ ରନ୍ର ପିଛା କରି ଦକ୍ଷିଣ ଆଫ୍ରିକା ୨୯.୧ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଛି। ଲଜ୍ଜାଜନକ ପରାଜୟ ସହିତ ଚାମ୍ପିଅନ୍ସ ଟ୍ରଫିରୁ ଇଂଲଣ୍ଡ ବାହାର ହୋଇଛି। ଇଂଲଣ୍ଡ ଦଳ ବିଜୟ ଖାତା ଖୋଲିପାରି ନାହିଁ।
ଅଧିକ ପଢ଼ନ୍ତୁ: ମୋଦୀଙ୍କ ସହିତ ଲଢ଼ିଲେ କେଜରିୱାଲ ହୋଇଯିବୁ: ପ୍ରଧାନମନ୍ତ୍ରୀଙ୍କ ସହ ତାଳ ଦେଇ ଚାଲିବା ନେଇ ଓମର ଅବଦୁଲ୍ଲାଙ୍କ ମନ୍ତବ୍ୟ
ଦକ୍ଷିଣ ଆଫ୍ରିକା ବୋଲିଂର ସାମ୍ନା ନକରି ପାରି ଇଂଲଣ୍ଡ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଡକେଟ ୨୪ ରନ୍ କରିଥିବାବେଳେ ଜୋ ରୁଟ୍ ୩୭ ରନ୍ କରିଥିଲେ। ସେହିପରି ହ୍ୟାରି ବ୍ରୁକ୍ ୧୯ ରନ୍, ଜୋସ ବଟଲର ୨୧ ରନ୍, ଜେମି ଓଭରଟନ୍ ୧୧ ରନ୍, ଜୋଫ୍ରା ଆର୍ଚର ୨୫ ରନ୍ କରିଥିଲେ।
ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ୍ ୩ ୱିକେଟ ନେଇଥିବାବେଳେ କେଶଭ ମହାରାଜ ୨ ୱିକେଟ ନେଇଥିଲେ। ଅପରପକ୍ଷରେ କାଗିସା ମରାବାଡ଼ା ଗୋଟିଏ ୱିକେଟ, ୱଆନ ମୁଲଡର ୩ ୱିକେଟ ନେଇଥିଲେ। ଲୁଙ୍ଗି ଏନଗିଡି ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ପୁଟିନଙ୍କ ସହ ଯୁଦ୍ଧ ଜାରି ରଖିବୁ : ଜେଲେନସ୍କି
Follow Us