୨୦୦୯ରୁ ୨୦୨୫: ଜାଣନ୍ତୁ, କେଉଁ ମାସ କେଉଁ ତାରିଖରେ କେରଳ ଛୁଇଁଛି ମୌସୁମୀ... ?

ଯଦିଓ ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଏଁ ମାତ୍ର କେବେ କେବେ ଏଥିରେ ସଅଳ ଓ ବିଳମ୍ବ ହୁଏ । ତେବେ ନଜର ପକାନ୍ତୁ ୧୬ ବର୍ଷ ହେଲା କେରଳକୁ କେବେ କେଉଁ ମାସ ଛୁଇଁଛି ମୋସୁମୀ...

2009

Photograph: (Sambad.in)

ନୂଆଦିଲ୍ଲୀ: କେରଳ ଛୁଇଁଛି ମୌସୁମୀ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ ହୋଇଥିଲା ହେଲେ ସପ୍ତାହେ ଆଗରୁ ଏହା ଆସିବା ସହ ୧୬ ବର୍ଷ ପରେ ପ୍ରଥମ ଥର ପାଇଁ ମେ ୨୪ରେ ସଅଳ ଛୁଇଁଛି ମୌସୁମୀ । 

ଅଧିକ ପଢନ୍ତୁ-

କେରଳରେ ପାଦ ଥାପିଲା ମୌସୁମୀ: ଆକଳନର ୮ ଦିନ ଆଗରୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ...

ଯଦିଓ ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଏଁ ମାତ୍ର କେବେ କେବେ ଏଥିରେ ସଅଳ ଓ ବିଳମ୍ବ ହୁଏ । ତେବେ ନଜର ପକାନ୍ତୁ ୧୬ ବର୍ଷ ହେଲା କେରଳକୁ କେବେ କେଉଁ ମାସ ଛୁଇଁଛି ମୋସୁମୀ ।

୨୦୦୯ରେ ମେ ୨୩ ତାରିଖରେ ମୌସୁମୀ କେରଳ ଛୁଇଥିଲା । ସେହିପରି ୨୦୧୦ରେ ମେ ୩୧, ୨୦୧୧ରେ ମେ ୨୯, ୨୦୧୨ରେ ଜୁନ୍ ୫, ୨୦୧୩ରେ ଜୁନ୍ ୧, ୨୦୧୪ରେ ଜୁନ୍ ୬, ୨୦୧୫ରେ ଜୁନ୍ ୫, ୨୦୧୬ରେ ଜୁନ୍ ୮, ୨୦୧୭ରେ ୩୦ ମେ, ୨୦୧୮ରେ ମେ ୨୯, ୨୦୧୯ରେ ଜୁନ୍ ୮, ୨୦୨୦ରେ ଜୁନ୍ ୧, ୨୦୨୧ରେ ଜୁନ୍ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ୍ ୮, ୨୦୨୪ରେ ମେ ୩୦ ଏବଂ ୨୦୨୫ରେ ମେ ୨୪ରେ କେରଳ ଛୁଇଁଛି ମୌସୁମୀ ବାୟୁ ।

ସେପଟେ ମୌସୁମୀ ଛୁଇଁବା ପରେ କେରଳରେ ପାଗ ବଦଳିଛି । ଜୋରଦାର ବର୍ଷା ଲାଗିରହିଛି । ଯଦିଓ ଦୁଇ ଦିନ ହେବ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ମୌସୁମୀ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଛି ଏବଂ ଆଇଏମଡି ପକ୍ଷରୁ କସାରାଗୋଡ ଏବଂ କନ୍ନୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । କୋଜିକୋଡେ, ୱାୟନାଡ, ମାଲାପୁରାମ, ଥ୍ରୀସୁର, ପାଲକକଡ, ଏର୍ନାକୁଲମ, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe