କର୍କଟ ରୋଗରେ ପୀଡ଼ିତ ଥିବା ସମାଜବାଦୀ ପାର୍ଟି ନେତା ହାରିଲେ ଜୀବନ

Advertisment

ଜୀବନ ହାରିଥିବା ମୁଜିବୁରହମାନ ବବଲୁ ସମାଜବାଦୀ ପାର୍ଟିର ପୂର୍ବତନ ନଗର ସଭାପତି ଥିଲେ। ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। କଷ୍ଟ ସହ୍ୟ କରି ନପାରି ହାରି ଦେଇଛନ୍ତି ଜୀବନ।

ଜୀବନ ହାରିଥିବା ମୁଜିବୁରହମାନ ବବଲୁ ସମାଜବାଦୀ ପାର୍ଟିର ପୂର୍ବତନ ନଗର ସଭାପତି ଥିଲେ। ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। କଷ୍ଟ ସହ୍ୟ କରି ନପାରି ହାରି ଦେଇଛନ୍ତି ଜୀବନ।

we


ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ସମାଜବାଦୀ ପାର୍ଟି ନେତା ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ମୁଜିବୁରହମାନ ବବଲୁ କର୍କଟ ରୋଗରେ ପୀଡ଼ିତ ଥିଲେ। 
ଜୀବନ ହାରିବା ପୂର୍ବରୁ ସେ ଏକ ହ୍ୱାଟସଆପ୍ ଗ୍ରୁପରେ ମେସେଜ୍ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା, 'ଦୁଆଓଁ ମେ ୟାଦ ରଖନା। ଏହି ଘଟଣାଟି ଶୁକ୍ରବାର ସକାଳ ପ୍ରାୟ ୧୦:୩୦ ସମୟରେ ଲକ୍ଷ୍ନୌର ମୌଲବିଗଞ୍ଜରେ ଘଟିଥିଲା।

ଅଧିକପଢ଼ନ୍ତୁ:ମୁଁ ଜଣେ ମଣିଷ। ଭଗବାନ ନୁହେଁ: ମୋଦୀ

ମୁଜିବୁରହମାନ ବବଲୁ ସମାଜବାଦୀ ପାର୍ଟିର ପୂର୍ବତନ ନଗର ସଭାପତି ଥିଲେ। ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଏହି ରୋଗ ହେତୁ ‌ସେ ଶାରୀରିକ ଓ ମାନସିକ ସମସ୍ୟା ଦେଇ ଗତି କରୁଥିଲେ। କୌଣସି କାମରେ ମନ ଦେଇ ପାରୁ ନଥିଲେ। ହାର ମାନି ଯାଇଥିଲେ। ତେଣୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ଅଧିକପଢ଼ନ୍ତୁହିନ୍ଦୀ ରାଷ୍ଟ୍ରଭାଷା ନୁହେଁ: ଏଭଳି କହି ବିବାଦରେ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ୍:
 

ମୁଜିବୁରହମାନ ବବଲୁ ତାଙ୍କର ଲାଇସେନ୍ସପ୍ରାପ୍ତ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଥିଲେ। ଗୁଳିର ଶବ୍ଦ ଶୁଣି ଆଖପାଖର ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।ସପା ନେତାଙ୍କୁ ରକ୍ତାକ୍ତ ଦେଖି ସ୍ଥାନୀୟଲୋକେ ପୁଲିସରେ ସୂଚନା ‌ଦେଇଥିଲେ। ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe