Ludhiana Terror Encounter:ଏନକାଉଣ୍ଟରରେ ପୁଅ ଆହତ ହେବାପରେ ମା’ କହୁଛି, ‘ମୋ ପୁଅ ଆତଙ୍କବାଦୀ ନୁହେଁ’

ଏନକାଉଣ୍ଟରରେ ଆହତ ଦୁଇ ଖଲିସ୍ତାନୀ ଆତଙ୍କବାଦୀ ପାକିସ୍ତାନରେ ରହୁଥିବା ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାରଲୋକ।

Untitled-24

ludhiana terror encounter Photograph: (@sambad.in)

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନାରେ ଲାଡୋୱାଲ ଟୋଲ୍ ପ୍ଲାଜା ନିକଟରେ ପୁଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟର ସମୟରେ ଲୁଧିଆନା ପୁଲିସ ଆହତ ଅବସ୍ଥାରେ ଦୁହିଁଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମଲାଲ ଏବଂ ଦୀପକ କୁମାର ଓରଫ ଦୀପୁ। 

ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ ଖଲିସ୍ତାନୀ

ପୁଲିସ ସୂତ୍ରରୁ ପ୍ରକାଶ, ଗିରଫ ଦୁଇ ଖଲିସ୍ତାନୀ ଆତଙ୍କବାଦୀ ନିର୍ଦ୍ଦିଷ୍ଟ ସ୍ଥାନରେ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିବାର ଯୋଜନା କରିଥିଲେ। ଉଭୟ ଅଭିଯୁକ୍ତ ପାକିସ୍ତାନରେ ରହୁଥିବା ଜଣେ ହ୍ୟାଣ୍ଡଲର ଜସଭିରଙ୍କ ସହ ଯୋଗାଯୋଗରେ ଥିଲେ, ଯିଏ ସେମାନଙ୍କୁ ନିରନ୍ତର ନିର୍ଦ୍ଦେଶ ଦେଉଥିଲେ। ଏହି ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲେ। 
ଏନକାଉଣ୍ଟର ପରେ ସ୍ଥାନୀୟ ପୁଲିସ ରାମଲାଲଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସହିତ କଥାବାର୍ତ୍ତା କରିଥିଲା।

ଅଧିକପଢ଼ନ୍ତୁ:ଦୀର୍ଘ ୪୫ବର୍ଷ ପରେ ଘରକୁ ଫେରି ନିଜ ସହିତ ଘଟିଥିବା ଘଟଣା ବଖାଣିଲେ ବୃଦ୍ଧ

ମିଛ ମିଛ ସବୁ ମିଛ

ପରିବାର ଲୋକ ଓ ଅଭିଯୁକ୍ତର ମା’ ଦାବି କରି କହିଛନ୍ତି, ‘ମିଛ ମିଛ ସବୁ ମିଛ। ଆପଣମାନେ ଆମ ପୁଅ ବିଷୟରେ ଯାହା ସବୁ କହୁଛନ୍ତି ସବୁ ମିଛ। ଏକଥାକୁ ଆମେ କୌଣସି ମତେ ଗ୍ରହଣ କରି ପାରିବୁ ନାହିଁ। ରାମଲାଲ ଘରେ ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲା। ସେଠାରେ ମାତା ଦେବୀଙ୍କୁ ସ୍ଥାପନ କରି  ସେ ସର୍ବଦା ତାଙ୍କ ସେବା କରୁଥିଲା। ସେ ଆତଙ୍କବାଦୀ ନୁହେଁ। ରାମଲାଲ କେବେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପରେ ସାମିଲ ନଥିଲା । ଆମେ ନିଶ୍ଚିତ ଯେ ଦୀପକ ମାନସିକ ଭାବରେ ପୁଅର ମନ ପରିବର୍ତ୍ତନ କରି ନିଜ ସହିତ ନେଇ ଏଭଳି କାମ କରିବାକୁ ଉସୁକାଇଛି। ଠିକ ଭାବେ ତଦନ୍ତ କରାଯାଉ।’

ରାମଲାଲ ଜଣେ ଶାନ୍ତ ପିଲାଥିଲା:ଗ୍ରାମବାସୀ

ଗ୍ରାମବାସୀମାନେ ଏହି ଘଟଣାକୁ ନେଇ କହିଛନ୍ତି, ‘ ଯେ ସେମାନେ ସବୁବେଳେ ରାମଲାଲକୁ ଜଣେ ଶାନ୍ତ ଏବଂ ଧାର୍ମିକ ବ୍ୟକ୍ତି ଭାବରେ ଦେଖି ଆସିଛନ୍ତି, ତେଣୁ ଏପରି ମାମଲାରେ ତାର ନାମ ସାମିଲ ହେବା ଆଶ୍ଚର୍ଯ୍ୟଜନକ।’

ଅଧିକପଢ଼ନ୍ତୁ:ଈଶ୍ବର ବିଶ୍ବାସୀଙ୍କଠାରୁ ଅଧିକ ସଫଳ ରାଜାମୌଲି: ରାମ ଗୋପାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe