ଟୋକିଓ: ହଠାତ୍ ଆସିଲା… ଛୁରୀ କାଢିଲା ଜଣେ ପରେ ଜଣଙ୍କୁ ଭୁସି ଚାଲିଲା । ଯାହାକୁ ପାଇଲା ତାକୁ ଆକ୍ରମଣ କରି ଖଣ୍ଡିଆ କଲା । ଆଖି ପିଛୁଳାରେ ଖେଳାଇ ଦେଲା ଆତଙ୍କ । ଆଉ କେଇ ମିନିଟରେ ରକ୍ତାକ୍ତ ହୋଇଗଲା ଚଟାଣ । ଖାଲି ଆକ୍ରମଣ ନୁହେଁ ଛୁରୀ ଭୁସିବା ପରେ ଏକ ବିଷାକ୍ତ ତରଳ ପଦାର୍ଥ ବି ମାରିଲା ଦୁର୍ବୃତ୍ତ । ଜାପାନରୁ ଆସିଛି ସିରିଜ ଛୁରାମାଡର ଭୟଙ୍କର କାହାଣୀ । 

Advertisment

ଆହୁରି ପଢନ୍ତୁ- Heart Attack After-40: ୪୦ ବର୍ଷ ପରେ ହୃଦଘାତ ହେଉଛି କି? କିଛି ଅଭ୍ୟାସ ପ୍ରତି ନଜର ଦିଅନ୍ତୁ...

ଜାପାନର ରାଜଧାନୀ ଟୋକିଓରେ ଜଣେ ଯୁବକ ଛୁରୀରେ ଅନେକ ଲୋକଙ୍କୁ ଆକ୍ରମଣ କରି ସେମାନଙ୍କୁ ରକ୍ତାକ୍ତ କରିଛନ୍ତି । ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଛୁରାମାଡ଼ ପରେ ଲୋକଙ୍କ ଉପରେ ଏକ ଅଜଣା ତରଳ ପଦାର୍ଥ ଫିଙ୍ଗିଥିବା ମଧ୍ୟ ଜଣାପଡିଛି। ଟୋକିଓ ମିଶିମାରେ ଥିବା ଏକ ରବର କାରଖାନାରେ ଏହି ଘଟଣା ଘଟିଛି। ପୋଲିସ ଜଣଙ୍କୁ କାବୁ କରି ଅଟକ ରଖିଛି।

ଆହୁରି ପଢନ୍ତୁ- Jumped Diposit: UPI ବ୍ୟବହାର କରନ୍ତି? ‘Jumped Diposit’ ସ୍କାମ୍‌ କ’ଣ ଜାଣନ୍ତୁ, ନଚେତ୍‌ ବିନା OTPରେ ହେବ ଆକାଉଣ୍ଟ ଖାଲି...

ରିପୋର୍ଟ ଅନୁଯାୟୀ, ଠିକ୍ ୪:୩୦ ସମୟରେ ଜଣେ ବ୍ୟକ୍ତି ରବର କାରଖାନାରେ ପଶି ଲୋକଙ୍କୁ ଛୁରାମାଡ କରିଥିଲା । ପରେ ଏକ ଅଜଣା ତରଳ ପଦାର୍ଥ ଫିଙ୍ଗିଥିଲା । ଯେଉଁଥିରେ ୧୪ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି। ୧୪ ଜଣଙ୍କ ମଧ୍ୟରୁ ଆଠ ଜଣଙ୍କୁ ଛୁରା ମାଡ଼ କରାଯାଇଛି ଏବଂ ଛଅ ଜଣଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗା ଯାଇଛି ।